Videos
|
National

ଆଉ ପାରଦ କେତେ ବଢ଼ିବ...କେବେ ଏସି, କୁଲର ଏବଂ ଫ୍ୟାନ ବନ୍ଦ ହେବ?

Ritu Das
Browse all articles by Ritu Das
·2 years ago·2 min read
ଆଉ ପାରଦ କେତେ ବଢ଼ିବ...କେବେ ଏସି, କୁଲର ଏବଂ ଫ୍ୟାନ ବନ୍ଦ ହେବ?

ଅର୍ଗସ ବ୍ୟୁରୋ: ଦେଶର 20 ରୁ ଅଧିକ ରାଜ୍ୟରେ ପ୍ରବଳ ଉତ୍ତାପ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀ, ୟୁପି, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ଗୁଜୁରାଟ, ଛତିଶଗଡ ଏବଂ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଖରାର ପ୍ରକୋପ ଜାରି ରହିବ। ବର୍ତ୍ତମାନ ଦେଶର 40 ଟି ସହରରେ ତାପମାତ୍ରା 45 ଡିଗ୍ରୀ ପାର କରିଛି। ରାଜସ୍ଥାନର ଫଲୌଦୀରେ ତାପମାତ୍ରା 50 ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ପ୍ରଥମେ, ପ୍ରତିବର୍ଷ ତାପମାତ୍ରା ଏଭଳି ବୃଦ୍ଧି ପାଇବ କି? ଦ୍ୱିତୀୟରେ ହିଟ ଓ୍ବେଭ ବଢ଼ୁଥିବାରୁ କେଉଁ ସରକାରୀ ଏଜେନ୍ସି ଦାୟୀ? ତୃତୀୟ, ଆଗାମୀ 10 ବର୍ଷରେ ପୃଥିବୀରେ କଣ ନୂଆ ଘଟିବାକୁ ଯାଉଛି। 

ଆପଣଙ୍କୁ ଜଣାଇଦେଉଛୁ ଯେ ନ୍ୟାସନାଲ ସେଣ୍ଟର ଫର ରୋଗ ନିୟନ୍ତ୍ରଣ (NCDC) ଅନୁଯାୟୀ, 16 ବର୍ଷ ପୂର୍ବେ ଦେଶରେ କେବଳ 9-10 ରାଜ୍ୟ ଅତ୍ୟଧିକ ଉତ୍ତାପ ଏବଂ ମରୁଡ଼ି ଦ୍ୱାରା ପ୍ରଭାବିତ ହେଉଥିଲା। ଏହି ରାଜ୍ୟଗୁଡ଼ିକ ହେଲା ବିହାର, ଓଡିଶା, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶର ଉତ୍ତର ପଶ୍ଚିମ ଅଞ୍ଚଳ ଏବଂ ମହାରାଷ୍ଟ୍ରର କିଛି ବିଦର୍ଭ ଅଞ୍ଚଳ। କିନ୍ତୁ ଗତ 10-15 ବର୍ଷ ମଧ୍ୟରେ ତାପମାତ୍ରା 5 ରୁ 7 ଡିଗ୍ରୀ ବୃଦ୍ଧି ପାଇଛି |
ତାପମାତ୍ରା କାହିଁକି ବଢ଼ୁଛି? ନିକଟରେ ଏନସିଡିସି, ଭାରତ ପାଣିପାଗ ବିଭାଗ (ଆଇଏମଡି) ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଭାରତର ତାପମାତ୍ରା ବୃଦ୍ଧି ନେଇ ଏକ ଅନୁସନ୍ଧାନ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଗତ 10 ବର୍ଷ ମଧ୍ୟରେ ଦେଶରେ ମରୁଡ଼ି ପ୍ରଭାବିତ ରାଜ୍ୟ ସଂଖ୍ୟା 35 ପ୍ରତିଶତ ବୃଦ୍ଧି ପାଇଛି। 2015 ରୁ 2024 ମଧ୍ୟରେ ଦେଶରେ ଉତ୍ତାପ ପ୍ରଭାବିତ ରାଜ୍ୟ ସଂଖ୍ୟା 17 ରୁ 23 କୁ ବୃଦ୍ଧି ପାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅରୁଣାଚଳ ପ୍ରଦେଶ, ତାମିଲନାଡୁ, କେରଳ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ଉତ୍ତରପ୍ରଦେଶର ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। 

ତାପମାତ୍ରା ବୃଦ୍ଧି ପାଇଁ ଆପଣଙ୍କୁ ଗ୍ଲୋବାଲ୍ ଫରେଷ୍ଟ ୱାଚ୍ ମନିଟରିଂ ପ୍ରୋଜେକ୍ଟର ସର୍ବଶେଷ ତଥ୍ୟ ଦେଖିବାକୁ ପଡିବ। ଏହି ରିପୋର୍ଟ ଅନୁଯାୟୀ, 2000 ମସିହାରୁ ଭାରତ 2.33 ନିୟୁତ ହେକ୍ଟର ଘଞ୍ଚ ଜଙ୍ଗଲ ହରାଇଛି।  ତଥ୍ୟ ଦର୍ଶାଇଛି ଯେ 2013 ରୁ 2023 ପର୍ଯ୍ୟନ୍ତ ଭାରତରେ  95 ପ୍ରତିଶତ ପ୍ରାକୃତିକ ଜଙ୍ଗଲ ହରାଇଛି ପ୍ରକୃତି।

ଗତ ବର୍ଷ ଦି ଲାନସେଟରେ ପ୍ରକାଶିତ ଅନୁସନ୍ଧାନ ଅନୁଯାୟୀ, 2000-04 ରୁ 2017-21 ମଧ୍ୟରେ ଦେଶରେ ଅଂଶୁଘାତ ଜନିତ ମୃତ୍ୟୁରେ 55% ବୃଦ୍ଧି ଘଟିଛି। ଅଧିକାଂଶ ପ୍ରଭାବିତ ହେବେ ଗରିବ ଯେଉଁମାନେ ନିଜ ଘରେ ଏସି କିମ୍ବା କୁଲର ଲଗାଇପାରୁ ନାହାନ୍ତି। ବାହାରେ ଖରାରେ କାମ କରୁଛନ୍ତି। ଭାରତକୁ ଥଣ୍ଡା କରିବା ଅର୍ଥ ହେଉଛି ଆମର ନିର୍ମାଣ ପଦ୍ଧତିକୁ ପରିବର୍ତ୍ତନ କରିବା। ଅତୀତରେ, ଲୋକମାନଙ୍କୁ ସ୍ଥାନୀୟ ଜଳବାୟୁରୁ ରକ୍ଷା କରିବା ପାଇଁ ନିର୍ମାଣ ସଂରଚନା ପରିକଳ୍ପନା କରାଯାଇଥିଲା। ପରିବେଶକୁ ଥଣ୍ଡା ରଖିବା ହେଉଛି ନ୍ୟାୟର ବିଷୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଶର ଜଣେ ବନ ପରିବେଶବିତ କହିଛନ୍ତି ଯେ, ମୁଁ ମୋ ଅଧ୍ୟୟନରୁ କହୁଛି ଯେ, ଗତ କିଛି ବର୍ଷ ହେଲା ଜଙ୍ଗଲ କାଟିବା ବଢ଼ିଚାଲିଛି। ଆପଣ ଯଦି ଏହାକୁ ବିକାଶ କହୁଛନ୍ତି ତାହାଲେ ଆପଣଙ୍କୁ ମୁଁ ଜଣାଇଦେଉଛି ଏହା ହେଉଛି ବଡ଼ ଭୁଲ। ବିକାଶର ମାନେ ହେଉଛି ଆପଣଙ୍କ ଚାରି ପାର୍ଶ୍ବକୁ ସବୁଜ ରଖିବାକୁ ହେବ। କିନ୍ତୁ ସମସ୍ତେ ଭାବୁଛନ୍ତି ଜଙ୍ଗଲ ନଷ୍ଟ କରି ସବୁଠି କଙ୍କ୍ରିଟ କରିଦେବା କିନ୍ତୁ ଏହା ବିକାଶ ନୁହେଁ। ଚାରିଆଡେ ସବୁଜ ଜଙ୍ଗଲ କରିବା ଜଙ୍ଗଲ ଏବଂ ପରିବେଶ ବିଭାଗର ଗୁରୁ ଦାୟିତ୍ବ। ସବୁଜ ଜଙ୍ଗଲ ସୃଷ୍ଟି ହେଲେ ହିଁ ଦେଶ ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବ। 

ଅଧିକ ପଢ଼ନ୍ତୁ ଭାରତ ଖବର