Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଣ୍ଡାମାନରେ ପ୍ରାକୃତିକ ଗ୍ୟାସ ଭଣ୍ଡାର,ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ସମୁଦ୍ର ମନ୍ଥନକୁ ମିଳିଲା ବଡ ସଫଳତା

National

Gas Reserve Discovered / ଆଣ୍ଡାମାନରେ ପ୍ରାକୃତିକ ଗ୍ୟାସ ଭଣ୍ଡାର,ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ସମୁଦ୍ର ମନ୍ଥନକୁ ମିଳିଲା ବଡ ସଫଳତା

Bikash Mohanty
Browse all articles by Bikash Mohanty
·2 hours ago·2 min read
ଆଣ୍ଡାମାନରେ ପ୍ରାକୃତିକ ଗ୍ୟାସ ଭଣ୍ଡାର,ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ସମୁଦ୍ର ମନ୍ଥନକୁ ମିଳିଲା ବଡ ସଫଳତା
Natural Gas

Key Points

ସମୁଦ୍ର ମନ୍ଥନକୁ ମିଳିଲା ବଡ ସଫଳତା
ଆଣ୍ଡାମାନରେ ପ୍ରାକୃତିକ ଗ୍ୟାସ ଭଣ୍ଡାର
ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସୂଚନା 
ନୁଆଦିଲ୍ଲୀ,୦୬/୦୬: ସମୁଦ୍ର ମନ୍ଥନକୁ ବଡ ସଫଳତା । ଭାରତର ଏହି ଯୋଜନାରେ ଆଣ୍ଡାମାନ ସାଗରରେ ପ୍ରାକୃତିକ ଗ୍ୟାସର ଭଣ୍ଡାର ଠାବ ହୋଇଛି । କେନ୍ଦ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏନେଇ ସୂଚନା ଦେଇଛି ।

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଗ୍ୟାସ୍ ଏବଂ ତୈଳର ଯେଉଁ ସଙ୍କଟ ସୃଷ୍ଟି ହୋଇଛି ତାହାକୁ ନଜରରେ ରଖିଲେ ଆଣ୍ଡାମାନରରେ ପ୍ରାକୃତିକ ଗ୍ୟାସର ସନ୍ଧାନ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଯାହା ଆଗାମୀ ଦିନରେ ଭାରତର ବିଦେଶୀ ନିର୍ଭରତା କମ୍ ହେବ । କୁହାଯାଉଛି ଯେ, ପ୍ରାକୃତିକ ଗ୍ୟାସର ଯେଉଁ ଭଣ୍ଡାର ମିଳିଛି, ତାହା ସାହାଯ୍ୟରେ ପିଏନଜି, ସିଏନଜି ଏବଂ ଅନ୍ୟ ଅଶୋଦ୍ଧିତ ତୈଳ, ପେଟ୍ରୋ କେମିକାଲ୍ସ, ହାଇଡ୍ରୋଜେନ୍ ଆଦି ପ୍ରସ୍ତୁତ କରାଯାଇ ପାରିବ।

କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ, ଅଏଲ୍ ଇଣ୍ଡିଆ ଲିମିଟେଡ୍ ଆଣ୍ଡାମାନର କିଛି ଅଞ୍ଚଳରେ ପ୍ରାକୃତିକ ଗ୍ୟାସର ଦ୍ୱିତୀୟ ଭଣ୍ଡାର ଠାବ ହୋଇଛି । ଯାହା ଆଗାମୀ ଦିନରେ ଏକ ହାଇଡ୍ରୋକାର୍ବନ୍ ହବ୍ ଭାବେ ଗଢି ଉଠିବ । ଏହି ସ୍ଥାନ ଆଣ୍ଡାମାନର ପୂର୍ବ ଉପକୂଳଠୁ୧୫କିଲୋମିଟର ଦୂରରେ ଅବସ୍ଥିତ।  ସେ ଆହୁରି କହିଛନ୍ତି ଯେ, ଏଠାରେ ଆଇଓସିଏଲ ଖନନ ଆରମ୍ଭ କରିଛି । ଯାହା ଦ୍ୱିତୀୟ ଗ୍ୟାସ୍ ଯୁକ୍ତ କୂଅ ଅଟେ ।

ପୂର୍ବରୁ୨୦୨୫ରେ ବିଜୟପୁରମରେ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିଲା । ଏବେ ନୂଆ ସ୍ଥାନରେ ହାଇଡ୍ରୋକାର୍ବନର ଉପସ୍ଥିତି ସକରାତ୍ମକ ସଙ୍କେତ ଦେଉଛି । ନିଜ ଏକ୍ସ ପୋଷ୍ଟରେ ହରଦୀପ ସିଂ ପୁରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ୨୦୨୫ସ୍ୱାଧିନତା ଦିବସରେ ସମୁଦ୍ର ମନ୍ଥନ ଉପରେ ଜୋର୍ ଦେଇଥିଲେ । ଭାରତର ଉପକୂଳର ଅନେକ ବେସିନରେ ପ୍ରାକୃତିକ ଗ୍ୟାସ୍ ଏବଂ ପେଟ୍ରୋ କେମିକାଲର ସନ୍ଧାନ ମିଳିଛି । ଯାହା ଦେଶକୁ ଏକ ନୂଆ ଦିଗକୁ ନେଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।


ବିଜୟପୁରମ-୩ କୂପଟି ଆଣ୍ଡାମାନ ଦ୍ୱୀପପୁଞ୍ଜର ପୂର୍ବ ଉପକୂଳରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ ଏବଂ ଏହାକୁ ଖୋଲା ଏକ୍ରେଜ୍ ଲାଇସେନ୍ସିଂ ନୀତି (OALP) ଅଧୀନରେ ୩୫୫ ମିଟର ଜଳ ଗଭୀରତାରେ ଖନନ କରାଯାଇଥିଲା। କମ୍ପାନୀ ଅନୁଯାୟୀ, ୧୯୦୦ ମିଟରରୁ ଅଧିକ ଗଭୀରତାରେ ଇଓସିନ୍ ଗଠନରେ ପ୍ରାରମ୍ଭିକ ଉତ୍ପାଦନ ପରୀକ୍ଷଣ ନିରନ୍ତର ଫ୍ଲେରିଂ ମାଧ୍ୟମରେ ପ୍ରାକୃତିକ ଗ୍ୟାସର ଉପସ୍ଥିତିକୁ ନିଶ୍ଚିତ କରିଥିଲା।

ପଢନ୍ତୁ ଏହି ଖବର: ଜୁନ ୩୦ ପରେ କଟିଯିବ ଆପଣଙ୍କ ଗ୍ୟାସ୍ କନେକ୍ସନ; ଜାଣନ୍ତୁ କଣ କରିବେ

କମ୍ପାନୀ ଏବେ ଗ୍ୟାସର ଗଠନ ଏବଂ କ୍ୟାଲୋରିଫିକ୍ ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ଗ୍ୟାସ ନମୁନା ସଂଗ୍ରହ କରୁଛି। ଏହାର ଉତ୍ପତ୍ତି ବୁଝିବା ପାଇଁ ଆଇସୋଟୋପ୍ ଅଧ୍ୟୟନ ମଧ୍ୟ ଚାଲିଛି। ଯଦିଓ ବାଣିଜ୍ୟିକ ଉପଯୋଗିତା ଏପର୍ଯ୍ୟନ୍ତ ସ୍ଥାପିତ ହୋଇନାହିଁ, ଏହି ଆବିଷ୍କାର ଗୁରୁତ୍ୱପୂର୍ଣ୍ଣ କାରଣ ଏହା ପ୍ରମାଣ ଯୋଗ କରେ ଯେ ଆଣ୍ଡାମାନ ଅଫଶୋର ବେସିନରେ ହାଇଡ୍ରୋକାର୍ବନ ରହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gas Reserve Discovered | Gas Reserve Discovered | Andaman Natural Gas Discovery: Samudra Manthan Mission Scores Major Success | Argus News