Bizarre Incident / ମଣିଷକୁ ଏତେ ନିଶା ଯେ.. ରାଗିକି ସାପକୁ କାମୁଡ଼ିଦେଲା ! ଜାଣନ୍ତୁ ପୁରା କାହାଣୀ

Key Points
ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଲୋକମାନେ କହିନ୍ତି ଯେ ସାପକୁ ମାରିବା ପରେ ଭେଙ୍କଟେଶ ତାକୁ ଘରକୁ ନେଇଗଲେ ଏବଂ ତାକୁ ପାଖରେ ରଖି ଶୋଇଗଲେ।
ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସାପ କାମୁଡ଼ିଦେଲା ବୋଲି ଜଣେ ବ୍ୟକ୍ତି ରାଗିକି ସେହି ସାପକୁ କାମୁଡ଼ି ଦେଇଛି । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍ଥାନୀୟ ଅଞ୍ଚଳରେ ଏହା ଖୁବ୍ ଚର୍ଚ୍ଚାର ବିଷୟ ପାଲିଟିଛି । ପ୍ରତିଶୋଧ ନେବା ପାଇଁ ଜଣେ ବ୍ୟକ୍ତି ଏକ ବିଷାକ୍ତ ସାପକୁ କାମୁଡ଼ି ଦେଇଥିବା କଥାକୁ ନେଇ ଛକ ଛକରେ ଆଲୋଚନା ହେଉଛି ।
ତେବେ କଥାଟା ହେଉଛି ପ୍ରଚୁର ନିଶା କରିଥିବା ଜଣେ ବ୍ୟକ୍ତି ହେଉଛନ୍ତି ଭେଙ୍କଟେଶ । ସେ ଘରକୁ ଫେରୁଥିଲେ । ଏହି ସମୟରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲେ। ଏଥିରେ ସେ ତୁରନ୍ତ ରାଗି ଯାଇଥିଲେ । ଆଉ ସାପଟିକୁ ଧରି ତା'ର ମୁଣ୍ଡକୁ କାମୁଡ଼ି ଦେଇଥିଲେ।
ସାପଟିକୁ ନିଜ ସାଙ୍ଗରେ ମଧ୍ୟ ନେଇଗଲେ
ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଲୋକମାନେ କହିନ୍ତି ଯେ ସାପକୁ ମାରିବା ପରେ ଭେଙ୍କଟେଶ ତାକୁ ଘରକୁ ନେଇଗଲେ ଏବଂ ତାକୁ ପାଖରେ ରଖି ଶୋଇଗଲେ।
ରାତିରେ ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା
ଭେଙ୍କଟେଶ ଶୋଇଥିବା ବେଳେ ମଧ୍ୟରାତ୍ରି ବେଳକୁ ଭେଙ୍କଟେଶଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବା ଆରମ୍ଭ ହେଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହେଲା।
ଭେଙ୍କଟେଶଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବା ଯୋଗୁଁ, ଶୁକ୍ରବାର ସକାଳେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ତିରୁପତି ରୁଇଆ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହାକୁ ନେଇ ଅଞ୍ଚଳରେ ବିଭିନ୍ନ ଗୁଜବ ପ୍ରଚାର ଶୁଣିବାକୁ ମିଳୁଛି ।
📱 Get Argus News App
✨Related Topics
Explore more stories