Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Srikakulam Tragedy / ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଭେଙ୍କେଟେଶ୍ବର ମନ୍ଦିରରେ ଦଳାଚକଟା: ୯ ଶ୍ରଦ୍ଧାଳୁ ମୃତ

Ritu Das
Browse all articles by Ritu Das
·8 months ago·2 min read
ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଭେଙ୍କେଟେଶ୍ବର ମନ୍ଦିରରେ ଦଳାଚକଟା: ୯ ଶ୍ରଦ୍ଧାଳୁ ମୃତ

Key Points

ଆନ୍ଧ୍ରପଦେଶ ଶ୍ରୀକାକୁଲମ ଜିଲ୍ଲାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ରଦ୍ଧାଳୁମାନେ ଦର୍ଶନ କରୁଥିବାବେଳେ ହଠାତ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳଚକଟା ହୋଇଥିଲା। ଘଟଣାସ୍ଥଳରେ ୯ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି।
ଆନ୍ଧ୍ରପଦେଶ ଶ୍ରୀକାକୁଲମ ଜିଲ୍ଲାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ରଦ୍ଧାଳୁମାନେ ଦର୍ଶନ କରୁଥିବାବେଳେ ହଠାତ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳଚକଟା ହୋଇଥିଲା। ଘଟଣାସ୍ଥଳରେ ୯ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ଏହାସହ ବହୁ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି।

ଏହାସହ ପଢ଼ନ୍ତୁ: ଖୁସିଖବର: ମାସ ଆରମ୍ଭରୁ କମିଲା LPG ଗ୍ୟାସ ଦର...

ତେବେ ଏହି ଅଘଟଣ କାର୍ତ୍ତିକ ମାସ ଏକାଦଶୀର ପାବନ ଅବସର ଦିନ ଘଟିଛି। ଏକାଦଶୀ ଥିବାରୁ ମନ୍ଦିରକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥିଲେ। ଭିଡ଼ ନିୟନ୍ତ୍ରଣ କରିବା ଏକପ୍ରକାର କଷ୍ଟକର ହୋଇପଡ଼ିଥିଲା। ସବୁ ଠିକଠାକ ଚାଲିଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସମସ୍ତେ ଶୃଙ୍ଖଳାର ସହିତ ଦର୍ଶନ ପାଇଁ ଯାଉଥିଲେ କିନ୍ତୁ ହଠାତ ଠେଲାପେଲା ସ୍ଥିତି ଉପୁଜିଥିଲା। ଭିଡ଼ ମଧ୍ୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ତଳେ ପଡ଼ିଯାଇଥିଲେ। ଆଉ ଦଳାଚକଟା ହୋଇଥିଲା। ଯାହାକୁ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡ଼ିଥିଲା। 



ତୁରନ୍ତ ଖବର ଜଣାପଡ଼ିବାପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ କଡ଼ା ନଜର ରଖିଛି। ଆଉ ଘଟଣାସ୍ଥଳରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସକାଳ ସମୟରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଥିଲା। ବ୍ୟାପକ ବ୍ୟବସ୍ଥା ସକାଳେ ନ ଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ପ୍ରଶାସନ ଦଳାଚକଟାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ଏଭଳି ହେବାର କାରଣ କଣ। କେଉଁଠାରେ ପ୍ରଶାସନର ଅବହେଳା ରହିଲା ତାକୁ ନେଇ ତନାଘନା ଜାରି ରହିଛି। 



ଏହାସହ ପଢ଼ନ୍ତୁ: ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀର ୭୫% ପରିବାର ଭାଇରାଲ୍ ରୋଗରେ ପୀଡିତ: ସର୍ଭେରୁ ହେଲା ଖୁଲାସା

ସେପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ଶ୍ରୀକାକୁଲମ ଜିଲ୍ଲାର କାଶୀବୁଗା ଭେଙ୍କେଟେଶ୍ବର ମନ୍ଦିରରେ ହୋଇଥିବା ଦଳାଚକଟା ଖବର ଶୁଣି ମୁଁ ଦୁଃଖୀତ। ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ହୋଇଥିବା ଜନହାନି ଖବର ଅତ୍ୟନ୍ତ ଦୁଃଖଦ। " ମୁଁ ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି।" ଆହତମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଘଟଣାସ୍ଥଳ ଉପରେ ଆନ୍ଧ୍ର ସରକାର କଡ଼ାକଡ଼ି ନଜର ରଖିଛନ୍ତି। 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Andhra Pradesh Temple Stampede: 9 Devotees Killed in Srikakulam | Argus News