Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି ବିବାଦରେ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ କହିଲେ...

Rashmita Mishra
Browse all articles by Rashmita Mishra
·10 months ago·2 min read
ପୁଣି ବିବାଦରେ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ କହିଲେ...

Key Points

ପୁଣି ବିବାଦରେ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ
କହିଲେ ଲିଭ୍ ଇନରେ ରୁହନ୍ତି କୁକୁର-ବିଲେଇ
ସୋସିଆଲ ମିଡିଆରେ କଥାବାଚକଙ୍କୁ ପୁଣି ଚର୍ଚ୍ଚା

ବର୍ତ୍ତମାନ ଦେଶରେ ବୁଲା କୁକୁର ମାମଲା ବେଶ୍ ସରଗରମ ରହିଛି । ସୁପ୍ରିମକୋର୍ଟ ଏନେଇ ନିଜର ରାୟ ମଧ୍ୟ ପ୍ରକାଶ କରିଛନ୍ତି । ଆଉ ଏହାରି ଭିତରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବୃନ୍ଦାବନର କଥାବାଚକ ଅନିରୁଦ୍ଧାଚାର୍ଯ୍ୟ । ପୂର୍ବରୁ ସେ ଝିଅମାନଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦକୁ ଚାଲି ଆସିଥିଲେ। ଆଉ ବର୍ତ୍ତମାନ ସେ ଲିଭ୍ ଇନ୍ ରିଲେସନସିପ୍ ଏବଂ କୁକୁର-ବିଲେଇଙ୍କୁ ନେଇ ଏମିତି କିଛି କଥା କହିଛନ୍ତି ଯାହା ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି ହୋଇଛି ।

କିଛି ଲୋକ ଏହି ମନ୍ତବ୍ୟକୁ ଗ୍ରହଣ କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ନିନ୍ଦା କରୁଛନ୍ତି । କଥାବାଚକ ନିଜ ଟିପ୍ପଣୀରେ କହିଥିଲେ ଯେ ଲିଭ୍ ଇନରେ କୁକୁର-ବିଲେଇ ରୁହନ୍ତି , ଆମ ଦେଶର କୁକୁର ହଜାର ହଜାର ବର୍ଷ ଧରି ଲିଭ୍ ଇନରେ ରହି ଆସୁଛନ୍ତି । ଯାହା କୁକୁର ସମାଜର ପରମ୍ପରା।

ଏହି ଟିପ୍ପଣୀକୁ ଅନେକ ଯୁବପିଢ଼ି ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ବେଳେ ବୟସ୍କ ସମାଜ ଏହାକୁ ଠିକ କଥା ବୋଲି କହିଛନ୍ତି । ନୋଏଡାର ଜଣେ ବ୍ୟକ୍ତି ବାବାଙ୍କର ଏହି ବୟାନକୁ ନିନ୍ଦା କରି କହିଛନ୍ତି ଯେ ଧର୍ମଗୁରୁମାନେ ଏଭଳି ବୟାନ ଦେବା ଅନୁଚିତ । ଏଭଳି ବୟାନ ଦ୍ବାରା ହିଁ ଯୁବସମାଜ ଧର୍ମକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରନ୍ତି ।


ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଅନିରୁଦ୍ଧାଚାର୍ଯ୍ୟଙ୍କ ଏଭଳି ବୟାନ ଉପରେ ଟିପ୍ପଣୀ ଦେଇ କହିଛନ୍ତି ବାବା ଏପଟସେପଟ କଥା କହି ନିଜର ହିଁ ଅପମାନ କରାଉଛନ୍ତି । କହିବା ପୂର୍ବରୁ ଥରେ ଭାବିବା ଉଚିତ୍ । ଲିଭ୍ ଇନ୍ ରିଲେସନସିପକୁ ସୁପ୍ରିମକୋର୍ଟ ଯେଉଁଠି ସପୋର୍ଟ କରନ୍ତି କଥାବାଚକ ଏଭଳି ଟିପ୍ପଣୀ ଦେବା କ’ଣ ଠିକ୍ ? କୁକୁର-ବିଲେଇଙ୍କ ନାଁ ନେଇ ଏଭଳି ଟିପ୍ପଣୀ ଦେବା ଆଦୌ ଠିକ୍ ନୁହେଁ । ଧର୍ମଗୁରୁ ମର୍ଯ୍ୟାଦାର ଧ୍ୟାନ ଦିଅନ୍ତୁ । ବିବାହ ପୂର୍ବରୁ ଝିଅ-ପୁଅ ଲିଭ୍ ଇନରେ ରହିଲେ ତାହା ଭୁଲ୍ । କିନ୍ତୁ ଏହା ସେମାନଙ୍କ ବ୍ୟକ୍ତିଗତ ମତ ,ଏଥିରେ କାହାକୁ ଟିପ୍ପଣୀ କରିବାର ଆବଶ୍ୟକତା ନାହିଁ । କଥାବାଚକଙ୍କ ଉଦ୍ଦେଶ୍ୟ ତ ଠିକ୍ ଥିଲା କିନ୍ତୁ କହିବାର ତରିକା ଠିକ୍ ନଥିଲା ।


ଅନ୍ୟ ଜଣେ ଯୁବକ ଅନିରୁଦ୍ଧାଚାର୍ଯ୍ୟଙ୍କ ବୟାନକୁ ସମର୍ଥନ କରି ଏହାକୁ ସମାଜ ପାଇଁ ମଙ୍ଗଳ ବୋଲି କହିଛନ୍ତି । ସେ କହିଛନ୍ତି କଥାବାଚକଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ , ସେ ସମାଜ ପାଇଁ ଭଲ କଥା କହିଛନ୍ତି । ଲିଭ୍ ଇନ୍ ରିଲେସନସିପରେ ରହିବା ଆଦୌ ଠିକ୍ ନୁହେଁ , ଯୁବପିଢ଼ି ଏହାକୁ ପ୍ରେମର ନାଁ ଦେଉଥିଲେ ହେଁ ଏହା ପ୍ରେମ ନୁହେଁ ।

ଯୁବପିଢ଼ି ପ୍ରେମ ନାଁରେ ୱେଷ୍ଟର୍ଣ୍ଣ କଲ୍ଚରକୁ ଭାରତକୁ ଭିଡ଼ି ଆଣିଲେଣି । ଅନେକ ସ୍ଥାନରେ ଲିଭ୍ ଇନ୍ ରିଲେସନସିପରେ ହତ୍ୟାର ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ବିବାହ କରିବାକୁ ଅରାଜି ହେଲେ କିମ୍ବା ବିବାହ ପାଇଁ ଜିଦ୍ ଧରିଲେ ପାର୍ଟନର ଜଣକ ରାଗି ଯାଇ ନିଜ ଲିଭ୍ ଇନ୍ ପାର୍ଟନରଙ୍କୁ ହିଁ ଜୀବନରୁ ମାରିଦେଉଛନ୍ତି । ସୁରକ୍ଷା ଦୃଷ୍ଟିରୁ ଲିଭ୍ ଇନରେ ରହିବା ଆଦୌ ଠିକ୍ ନୁହେଁ ।

ତେବେ ଅନିରୁଦ୍ଧାଚାର୍ଯ୍ୟଙ୍କ ଗୋଟିଏ ଟିପ୍ପଣୀକୁ ନେଇ ଅନେକ ଲୋକ ଅନେକ କଥା କହିଛନ୍ତି । କେହି କେହି ତାଙ୍କ ସମର୍ଥନରେ ଆସିଥିବା ବେଳେ ଆଉ କେହି ଅସମର୍ଥ ଏବଂ ଦ୍ବିପାକ୍ଷିକ ଟିପ୍ପଣୀ ଦେଉଛନ୍ତି । ତେବେ ଆପଣଙ୍କୁ କ’ଣ ଲାଗୁଛି କଥାବାଚକ କହିଥିବା ଏହି ଟିପ୍ପଣୀ କେତେ ଦୂର ଠିକ୍ ? ଆପଣଙ୍କ ମତରେ ଲିଭ୍ ଇନରେ ରହିବା ଉଚିତ ନା’ ଅନୁଚିତ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Aniruddhacharya Sparks Fresh Controversy with New Remarks | Argus News | Argus News