ବଲିଉଡର ବଡ଼ ବଡ଼ ଅଭିନେତ୍ରୀଙ୍କୁ ଟକ୍କର ଦିଅନ୍ତି ଅଞ୍ଜଳୀ ମର୍ଚ୍ଚାଣ୍ଟ

ଅର୍ଗସ ବ୍ୟୁରୋ: ରାଧିକା ମର୍ଚ୍ଚାଣ୍ଟ ଅମ୍ବାନୀ ପରିବାରର ସାନବୋହୂ ହୋଇଛନ୍ତି। ସାରା ବିଶ୍ବରେ ଏହି ଗ୍ରାଣ୍ଡ ଓ୍ବେଡିଂକୁ ନେଇ ଚର୍ଚ୍ଚା। ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି ରାଧିକା। ପୁରା ବିଶ୍ବ ଦେଖିଲା ଅମ୍ବାନୀ ପରିବାରର ବାହାଘର। ସୁନ୍ଦର ଆୟୋଜନ ସହିତ ଅତି ସୁନ୍ଦର ଥିଲା ଆତିଥ୍ୟ। ଅତିଥିମାନଙ୍କୁ ନିଜେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମାଲିକାଣୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ଭବ୍ୟ ସ୍ବାଗତ କରୁଥିଲେ। ବିବାହରେ ରାଜନେତାଙ୍କ ଠୁ ଆରମ୍ଭ କରି ବଲିଉଡ ଏବଂ ହଲିଉଡ ସେଲିବ୍ରିଟି ସାମିଲ ହୋଇଥିଲେ। ତେବେ ରାଧିକାଙ୍କ ସହ ତାଙ୍କ ପରିବାର ମଧ୍ୟ ଆସିଛନ୍ତି ଖୁବ ଲାଇମଲାଇଟକୁ। ମ୍ୟାରେଜ ଫଙ୍କସନରେ ନଜର ଆସୁଛନ୍ତି ରାଧିକାଙ୍କ ପୁରା ପରିବାର। ଖାସ କରି ଖୁବ ଲାଇମଲାଇଟକୁ ଆସିଛନ୍ତି ରାଧିକାଙ୍କ ଭଉଣୀ। ଆମେ କହୁଛୁ ରାଧିକାଙ୍କ ଭଉଣୀ ଅଞ୍ଜଳୀ ମର୍ଚ୍ଚାଣ୍ଟଙ୍କ କଥା। ତେବେ କଣ କରନ୍ତି ଅଞ୍ଜଳୀ। କେତେ ସମ୍ପତ୍ତିର ସେ ମାଲିକାଣୀ ଚାଲନ୍ତୁ ଜାଣିବା।
ରାଧିକା ମର୍ଚ୍ଚାଣ୍ଟଙ୍କ ବଡ଼ ଭଉଣୀ ଅଞ୍ଜଲି ମର୍ଚ୍ଚାଣ୍ଟ ସୁନ୍ଦରତାରେ ବଡ଼ ବଡ଼ ଅଭିନେତ୍ରୀଙ୍କୁ ଟକ୍କର ଦିଅନ୍ତି। ଅଞ୍ଜଳି ୧୯୮୯ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ଗୁଜରାଟର କଚ ସ୍ଥିତ କ୍ୟାଥେଡ୍ରାଲ ଏବଂ ଜନ କନନ ସ୍କୁଲରୁ ପାଠପଢ଼ଶ ଶେଷ କରିଥିଲେ। ଏହାପରେ ସେ ଇକୋଲ ମୋଣ୍ଡିଆଲ ଓ୍ବାର୍ଲ୍ଡ ସ୍କୁଲରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ସେ ଲଣ୍ଡନ ସ୍କୁଲ ଅଫ ବିଜନେସରୁ MBA କରିଥିଲେ। ଅଞ୍ଜଲୀ ରାଧିକାଙ୍କଠାରୁ ୬ବର୍ଷ ବଡ଼
ଅଞ୍ଜଳି ନିୁଜ କ୍ୟାରିୟର ଆରମ୍ଭ ୨୦୦୬ରେ କରିଥିଲେ। ଏକ ବିଜ୍ଞାପନ ଇଣ୍ଟର୍ନସିପ ସହିତ ଆରମ୍ଭ କରିଥିଲେ କ୍ୟାରିୟର। ଏହାପରେ ସେ ୨୦୧୨ ମସିହାରେ ପିତା ବିରେନ ମର୍ଚ୍ଚାଣ୍ଟଙ୍କ ବ୍ୟବସାୟରେ ଏଣ୍ଟ୍ରି କରିବାକୁ ନେଇଥିଲେ ନିଷ୍ପତ୍ତି। ୨୦୧୮ରେ ଅଞ୍ଜଳି ହେୟାର ଷ୍ଟାଇଲିଂ କମ୍ପାନୀ dryfixର ସହ ପ୍ରତିଷ୍ଠାତା ହୋଇଥିଲେ। ଏହି କମ୍ପାନୀ ଅନେକ ବଲିଉଡ ତାରକାଙ୍କୁ ହେୟାର ଷ୍ଟାଇଲିଂର ସର୍ଭିସ ଦେଇଥାଏ।
ସେ ୨୦୨୦ ମସିହାରେ କୋଟିପତି ବ୍ୟବସାୟୀ ଅମନ ମାଜିଠିଆଙ୍କୁ ବିବାହ କରିଛନ୍ତି। ଅମନ ହେଉଛନ୍ତି ଜଣାଶୁଣା ବିଜେନେସମ୍ୟାନ। ସେ ଭଟଲୀର ପ୍ରତିଷ୍ଠାତା ଅଟନ୍ତି। ଅଞ୍ଜଳୀଙ୍କର ଏକ ପୁଅ ମଧ୍ୟ ରହିଛି। ବିବାହ ପରେ ୨୦୨୧ରେ ଅଞ୍ଜଳୀ ତାଙ୍କ ପିତାଙ୍କ କମ୍ପାନୀ ଏନକୋର ହେଲଥ କେୟାର ଏବଂ ମାଇଲନ ମେଟାଲ୍ସର ଡାଇରେକ୍ଟର ଭାବେ ଦାୟିତ୍ବ ନେଇଛନ୍ତି। ଅଞ୍ଜଳୀଙ୍କ ମୋଟ ସମ୍ପତ୍ତି ବିଷୟରେ ସଠିକ ଭାବେ ଜଣାପଡ଼ିନି। କିନ୍ତୁ ବିରେନ ମର୍ଚ୍ଚାଣ୍ଟଙ୍କ ମୋଟ ସମ୍ପତ୍ତି ୨ହଜାର କୋଟି। ଏଥିରୁ ତାଙ୍କର ମିଳୁଥିବା ସମ୍ପତ୍ତି ହେଉଛି ୭୫୫ କୋଟି। ତେବେ ଅଞ୍ଜଳୀ ଦେଖିବାକୁ ସୁନ୍ଦରୀ ଯେମିତି ଟ୍ୟାଲେଣ୍ଟଡ ମଧ୍ୟ ସେମିତି।
ଅଧିକ ପଢ଼ନ୍ତୁ ଭାରତ ଖବର