Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆସନ୍ତାକାଲି  ନିର୍ବାଚନ ତାରିଖ ଘୋଷଣା

National

ଆସନ୍ତାକାଲି  ନିର୍ବାଚନ ତାରିଖ ଘୋଷଣା

Manini Pattanayak
Browse all articles by Manini Pattanayak
·2 years ago·1 min read
ଆସନ୍ତାକାଲି  ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ:  ଆସନ୍ତାକାଲି  ଘୋଷଣା ହେବ ନିର୍ବାଚନ ତାରିଖ।  ଲୋକସଭା ଓ କିଛି ରାଜ୍ୟର ବିଧାନସଭା  ତାରିଖ ଘୋଷଣା ହେବ। କାଲି ଅପରାହ୍ନ  ୩ଟାରେ ଏନେଇ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ ଇସିଆଇ ।

ଭାରତୀୟ ନିର୍ବାଚନ କମିଶନ ଆୟୋଜନ କରିବାକୁ ଯାଉଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ଦୁଇ ନବନିଯୁକ୍ତ ନିର୍ବାଚନ କମିଶନର ସାମିଲ ହେବେ । ଏହି ବୈଠକରେ ଲୋକସଭା ନିର୍ବାଚନ ପ୍ରସ୍ତୁତିକୁ ନେଇ ଚର୍ଚ୍ଚା ହେବ । ଏହା ସହିତ ଦୁଇ ନୂତନ ନିର୍ବାଚନ କମିଶନରଙ୍କୁ ନିର୍ବାଚନ ପ୍ରକ୍ରିୟା ଓ ପ୍ରସ୍ତୁତି ବିଷୟରେ ତଥ୍ୟ ପ୍ରଦାନ କରାଯିବ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଓଡ଼ିଶାରେ  ବିଧାନସଭା ସହ ଲୋକସଭା  ନିର୍ବାଚନ  ହେବ ।  ସେହିପରି ଆନ୍ଧ୍ରପ୍ରଦେଶ , ଅରୁଣାଚଳ ପ୍ରଦେଶରେ ବିଧାନସଭା  ନିର୍ବାଚନ ହେବ। ପୁର୍ବରୁ  2019 ରେ  ଦେଶରେ ୭ଟି ପର୍ଯ୍ୟାୟରେ  ନିର୍ବାଚନ  ହୋଇଥିଲା।  ସେହିପରି ୨୦୧୯ରେ  ଓଡ଼ିଶାରେ ୪ଟି ପର୍ଯ୍ୟାୟରେ  ଭୋଟ୍‌ ହୋଇଥିଲା।  

ଅଧିକ ପଢନ୍ତୁ ଭାରତ ଖବର 

Painting
Sponsored
Announcing the election date tomorrow | Argus News