ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବାର୍ଷିକ ବିଶ୍ୱ ସ୍ତରୀୟ ଭାଗୀଦାରୀ ଶିଖର ସମ୍ମିଳନୀ

ଅର୍ଗସ ବ୍ୟୁରୋ: ଆଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବାର୍ଷିକ ବିଶ୍ୱ ସ୍ତରୀୟ ଭାଗୀଦାରୀ ଶିଖର ସମ୍ମିଳନୀ । ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ୩ ଦିନିଆ ବାର୍ଷିକ ଶିଖର ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ ଏଆଇ ଏବଂ ବିଶ୍ବ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଦକ୍ଷତା, ଏଆଇ ଏବଂ ଡାଟା ଗଭର୍ଣ୍ଣାନ୍ସ ଏବଂ ଏମଏଲ କର୍ମଶାଳା ଭଳି ବିଭିନ୍ନ ବିଷୟ ଉପରେ ଏକାଧିକ ଅଧିବେଶନ ଆୟୋଜନ କରାଯିବ ।ଏହି ସମ୍ମିଳନୀରେ ବିଭିନ୍ନ ଦେଶରୁ ୫୦ରୁ ଅଧିକ ଜିପିଏଆଇ ବିଶେଷଜ୍ଞ ଏବଂ ୧୫୦ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ ।
ଜିପିଏଆଇ ହେଉଛି ୨୯ଟି ସଦସ୍ୟ - ଦେଶ ସହିତ ଏକ ବହୁ - ଅଂଶୀଦାର ପଦକ୍ଷେପ । ଯାହାର ଲକ୍ଷ୍ୟ ହେଉଛି ଏଆଇ ସମ୍ବନ୍ଧୀୟ ପ୍ରାଥମିକତା ଉପରେ ଅତ୍ୟାଧୁନିକ ଗବେଷଣା ଏବଂ ପ୍ରୟୋଗ କାର୍ଯ୍ୟକଳାପକୁ ସମର୍ଥନ କରି ଏଆଇ ଉପରେ ସର୍ଭେ ଏବଂ ଏହାର ବ୍ୟବହାରିକତା ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବା ।
ଅଧିକ ପଢ଼ନ୍ତୁ ଦେଶ ଖବର:
