Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ

National

ଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
 ଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ

 ଅର୍ଗସ ବ୍ୟୁରୋ : ଆଉ ୨ HMPV ପଜିଟିଭ୍ ଚିହ୍ନଟ । ମହାରାଷ୍ଟ୍ର ନାଗପୁରରୁ ଆଉ ୨ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ । ପ୍ରଥମେ ଜ୍ବର, ଥଣ୍ଡାରେ ଆକ୍ରାନ୍ତ ହେବା ପରେ ପଜିଟିଭ୍ ଚିହ୍ନଟ...କାଲି ଗୋଟିଏ ଦିନରେ ୫ ଶିଶୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । କାଶିବା, ଛିଙ୍କିବା, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ଦ୍ବାରା ଏହି ଭାଇରସ ବ୍ୟାପିଥାଏ । HMPVର ଏରୋସୋଲ ସଂକ୍ରମଣ ଆଶଙ୍କା କମ୍ ଥିଲେ ବି କାଶ, ଛିଙ୍କ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ମାତ୍ର କିଛିଦିନ ମଧ୍ୟରେ ସାରା ପରିବାରକୁ ସଂକ୍ରମିତ କରିଥାଏ । HMPV ସଂକ୍ରମିତ ଜ୍ବର, କଫ, କାଶ, ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଭୋଗିଥାନ୍ତି । ବିଶେଷକରି ଶିଶୁଙ୍କ ଠାରେ ଏହାର ଅଧିକ ପ୍ରଭାବ ଦେଖାଦେଉଛି ।


ଛୋଟ ପିଲା, ବୃଦ୍ଧ ଏବଂ ଦୁର୍ବଳ ଇମ୍ୟୁନ୍ ସିଷ୍ଟମ୍ ଥିବା ଲୋକ ଏହାର ସବୁଠାରୁ ବଡ଼ ଶିକାର ହୋଇପାରନ୍ତି । ଏହା ନିମୋନିଆ ଏବଂ ବ୍ରୋଙ୍କିଓଲାଇଟିସ୍ ଭଳି ଗୁରୁତର ଶ୍ଵାସରୋଗ ମଧ୍ୟ ସୃଷ୍ଟି କରିପାରେ । ପ୍ରାଥମିକ ପର୍ଯ୍ୟାୟରେ ଆକ୍ରାନ୍ତ ଶିଶୁଙ୍କ ଠାରେ ସାମାନ୍ୟ ଥଣ୍ଡାର ଲକ୍ଷଣ ଦେଖାଦେଉଛି । ଏଥିସହ ବୟସ୍କ ଓ ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଛି ସେମାନଙ୍କ ଠାରେ ଏହାର ଲକ୍ଷଣ ଦେଖାଦେଉଛି । ଶୀତଦିନେ ଏହାର ପ୍ରଭାବ ଅଧିକ ରହିଥାଏ । ଚୀନର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ମୁତାବକ, HMPV ଭାଇରସ୍ ସାଧାରଣ ଥଣ୍ଡା ପରି ଲକ୍ଷଣ ସୃଷ୍ଟି କରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Another 2 children tested positive for HMPV | Argus News