Videos
|
National

ନିର୍ମାଣ ହେବ ଆଉ ୨୦୦ ବନ୍ଦେ ଭାରତ ଏକ୍ସପ୍ରେସ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ନିର୍ମାଣ ହେବ ଆଉ ୨୦୦ ବନ୍ଦେ ଭାରତ ଏକ୍ସପ୍ରେସ

Key Points

ଭାରତୀୟ ରେଲଓ୍ବେରେ ବନ୍ଦେ ଭାରତ ଏକ୍ସେପ୍ରସ ଯୋଡିହେବା ପରେ ଯାତ୍ରୀଙ୍କର ବନ୍ଦେ ଭାରତ ଏକ୍ସେପ୍ରସ ପ୍ରତି ବଢୁଛି ଆଗ୍ରହ। ସଧାରଣ ଲୋକଙ୍କ ଠାରୁ ଆରମ୍ଭ ଠାରୁ କରି ଉଚ୍ଚ ମଧ୍ୟବିତ୍ତଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। ତେବେ ବନ୍ଦେ ଭାରତରେ ଆଉ ୨୦୦ ଅତ୍ୟାଧୁନିକ ଟ୍ରେନ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଲୋକଙ୍କ ଉତ୍ସାହକୁ ଆଗ୍ରାଧିକାର ଦେଇ ବନ୍ଦେ ଭାରତରେ ଅତ୍ୟାଧୁନିକ ସ୍ଲିପର କୋଚ୍ ସାମିଲ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ବନ୍ଦେ ଭାରତ ଟ୍ରେନ ସବୁ ୨୪ ଓ ୧୬ କୋଚ୍‌ ବିଶିଷ୍ଟ ରହିବ।


କ'ଣ ରହିବ ଅତ୍ୟାଧୁନିକ ସୁବିଧା 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିର୍ମାଣ ହେବାକୁ ଥିବା ନୂଆ ବନ୍ଦେ ଭାରତରେ ଫାଷ୍ଟକ୍ଲାସରେ ଯାତ୍ରୀଙ୍କ ପାଇଁ ଗରମ ପାଣି ସାଓ୍ବର ସୁବିଧା, ଜରୁରୀକାଳୀନ ସ୍ଥିତିରେ ଚାଳକ ଯାତ୍ରୀଙ୍କ ସହ ଯୋଗାଯୋଗ କରିବା ସୁବିଧା, ସେଣ୍ଟ୍ରାଲାଇଜ୍ କୋଚ ମନିଟରିଂ ସିଷ୍ଟମ, ଇନଫରମେସନ ଏବଂ ଆର୍ଲଟ ସିଷ୍ଟମ, ଇନଫୋଟେନମେଣ୍ଟ ସୁବିଧା, ମଡ୍ୟୁଲାର ପେଣ୍ଟ୍ରି ସର୍ଭିସ, ଅଟୋମେଟିକ୍ ସେନସର ଡୋର ଭଳି ଅତ୍ୟାଧୁନିକ ସୁବିଧା ରହିବ।


ଦେଶରେ ରେଳ କୋଚ୍ ନିର୍ମାଣ ପାଇଁ ରହିଥିବା ଫ୍ୟାକ୍ଟ୍ରିରେ ୨୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣ ପାଇଁ ଭିତ୍ତିଭୂମି ବିକାଶ କରାଯାଉଛି। ପ୍ରଥମ ବନ୍ଦେ ଭାରତ ନିର୍ମାଣ ହୋଇଥିବା ଚେନ୍ନାଇର ଇଣ୍ଟିଗ୍ରଲ ଫ୍ୟାକ୍ଟ୍ରିରେ ଆଉ ୫୦ ଟି ବନ୍ଦେ ଭାରତ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିରେ ବହୁ ଅତ୍ୟାଧୁନିକ ସୁବିଧା ରହିବ। ଗୋଟେଗୋଟେ କୋଚ୍‌ ପ୍ରତି ୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ପୂର୍ବରୁ ଗଡୁଥିବା କୋଚ୍ ତୁଳନାରେ ଯାତ୍ରାକୁ ସୁଗମ କରିବା ପାଇଁ ଏହାର ଡିଜାଇନରେ ବ୍ୟାପକ ପରିବର୍ତ୍ତନ କରାଯିବ। ଆଗରୁ ଗଡୁଥିବା କିଛି ଟ୍ରେନକୁ ବନ୍ଦେ ଭାରତରେ ଯୋଡିବାକୁ ଯୋଜନା କରୁଛି ଭାରତୀୟ ରେଳ ବିଭାଗ।


ଚଳିତ ବଜେଟରେ ରେଳବିଭାଗ ପାଇଁ ୨ ଲକ୍ଷ ୫୦ ହଜାରରୁ ଅଧିକ କୋଟିର ବ୍ୟୟବରାଦ କରାଯାଇଛି। ଯେଉଁଥିରେ ଅମୃତ ଭାରତ ଟ୍ରେନ ସହ ୫୦ ନମୋ ଭାରତ ର୍ୟାପିଡ ଟ୍ରେନ ଚଳାଚଳ ପାଇଁ ଯୋଜନା ରହିଛି। ୨୦୨୫- ୨୬ ରେ ୧ ହଜାର ସାଧାରଣ କୋଚ୍ ନିର୍ମାଣ ପାଇଁ ଯୋଜନା ରହିଛି।

another-200-vande-bharat-express-to-be-built | Argus News