|
logo
Live

Argus News - ମନୁଷ୍ୟର ଅନ୍ତର୍ମନର ଚେତନାର ଅନ୍ୟନାମ ମହାକୁମ୍ଭ

National

ମନୁଷ୍ୟର ଅନ୍ତର୍ମନର ଚେତନାର ଅନ୍ୟନାମ ମହାକୁମ୍ଭ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମନୁଷ୍ୟର ଅନ୍ତର୍ମନର ଚେତନାର ଅନ୍ୟନାମ ମହାକୁମ୍ଭ

ଅର୍ଗସ ବ୍ୟୁରୋ:  ସଂଯୋଗକୁ ନବବର୍ଷର ଶୁଭାରମ୍ଭ ବିଶ୍ବର ସବୁଠୁ ବଡ଼ ଧାର୍ମିକ ସମାଗମ ମହାକୁମ୍ଭରୁ ହିଁ ହେବାକୁ ଯାଉଛି । ପ୍ରୟାଗରାଜରେ  ସନାତନୀଙ୍କର ଏଭଳି ଏକତ୍ରୀକରଣ କାର୍ଯ୍ୟକ୍ରମର ଆୟୋଜନ ହୋଇଛି, ପୂରା ଦୁନିଆର ଆଖି ଖୋସି ହୋଇଯିବ । ମାନେ ସିଧାସିଧା କହିଲେ ମହାକୁମ୍ଭର ମହାଆୟୋଜନ ନା ଭୂତୋ ନା ଭବିଷ୍ୟତି ବିଶିଷ୍ଟ ହେବାକୁ ଯାଉଛି ।୧୨ ବର୍ଷ ପରେ ଏଭଳି ଏକ ମହାର୍ଘ ମୁହୂର୍ତ୍ତ ଆସିଛି । ଏମିତିରେ ତ ସଙ୍ଗମ ନଗରୀରେ ମହାକୁମ୍ଭ ସ୍ନାନର ଶୁଭାରମ୍ଭ ପୌଷ ପୂର୍ଣ୍ଣିମା ଅର୍ଥାତ୍ ଜାନୁଆରୀ ୧୩ରୁ ଆରମ୍ଭ ହେବ । କିନ୍ତୁ ପୂରା ପ୍ରୟାଗରାଜ ଏବେ ଠାରୁ ହିଁ ଗେରୁଆମୟ ହୋଇସାରିଛି । ସାଧୁସନ୍ଥ ପହଞ୍ଚିବାରେ ଲାଗିଛନ୍ତି । ଭବ୍ୟ ଟେଣ୍ଟ ସିଟି ଆକାର ନେଇ ସାରିଛି । ପ୍ରସାଦ ଠାରୁ ଆରମ୍ଭ କରି ପୂଜା ସାମଗ୍ରୀର ଦୋକାନ୍ତ ଯାଏଁ ସଜ ହୋଇସାରିଛି । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜରେ ପହଞ୍ଚିଛନ୍ତି । ମୋଦି-ଯୋଗୀରାଜରେ ପ୍ରଥମ ଥର ହେଉଥିବା ଏହି ମହାକୁମ୍ଭକୁ ଦିବ୍ୟ ଆଉ ଭବ୍ୟ ବନେଇବାର ସମସ୍ତ ପ୍ରୟାସ କରାଯାଉଛି ।

ମୋଦି ସଙ୍ଗମ ନଗରୀରେ ପହଞ୍ଚିଥିଲେ । ଆଉ ସାଥିରେ ଉପହାରର ଭଣ୍ଡାର ବି ନେଇ ଯାଇଥିଲେ । ପ୍ରଥମେ ଘାଟରେ ପହଞ୍ଚିବା ପାଇଁ ବାରଣାସୀରୁ ବିଶେଷ କ୍ରୁଜ୍ ମଗାଯାଇଥିଲା । ଏହି କ୍ରୁଜକୁ ନିଷାଦରାଜ କ୍ରୁଜ ଭାବେ ନାମକରଣ କରାଯାଇଛି । ଏଥିରୁ ଥାଇ ପିଏମ୍ ମୋଦି ପ୍ରଥମେ ଘାଟରେ ଚାଲୁଥିବା ପ୍ରସ୍ତୁତିର ନିରୀକ୍ଷଣ କରିଥିଲେ । ୧୩ ଜାନୁଆରୀରେ ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଏହି କ୍ରୁଜ୍ ଜରିଆରେ ସଙ୍ଗମ ନଦୀରେ ପରିଭ୍ରମଣ କରାଯିବ । ଏହି କ୍ରୁଜରେ ଏକାସାଥିରେ ୫୦ ଜଣ ବସିପାରିବେ । ଏହା ପରେ ଗଙ୍ଗାଆରତୀ କରିଛନ୍ତି । ପିଏମ ମୋଦି ଗଙ୍ଗା ପୂଜନ ପରେ ଔପଚାରିକ ଭାବେ ମହାକୁମ୍ଭ ୨୦୨୫ର ଶୁଭାରମ୍ଭ କରିଛନ୍ତି ।

ପିଏମ ମୋଦି ସାଢ଼େ ପାଞ୍ଚ ହଜାର କୋଟିର ୨୧ଟି ପ୍ରୋଜେକ୍ଟକୁ ଲୋକାର୍ପଣ କରିଛନ୍ତି । ଏଥିରେ ୨୪୦ କୋଟିର ଖର୍ଚ୍ଚରେ ସାତଟି ସ୍ନାନ ଘାଟ, ୧୪୮ କୋଟି ମୂଲ୍ୟରେ ଆଇଆରଟି ପାଖରେ ଆରଓବି, ୧୪୬ କୋଟିର ଫାଫାମଉ-ସୋରାଁ ଆରଓବି, ୧୩୫ କୋଟି ମୂଲ୍ୟର ଶୃଙ୍ଗବେରପୁର ଧାମ କରିଡର ପରି ବଡ଼ ପ୍ରକଳ୍ପ ସାମିଲ ଅଛି । ଆମେ ସମସ୍ତେ ଜାଣିଛୁ ଗଙ୍ଗା, ଯମୁନା, ସରସ୍ବତୀ ନଦୀର ସଙ୍ଗମସ୍ଥଳ ହେଉଛି ପ୍ରୟାଗରାଜ । ହେଲେ ସରସ୍ବତୀ ନଦୀ ସେଠାରେ ବିଲୁପ୍ତ । କିନ୍ତୁ ୟୁପିରେ ଡବଲ୍ ଇଞ୍ଜିନ ସରକାର ଆସିବା ପରେ ଯେଉଁଭଳି ସରସ୍ବତୀ କୂପର ବିକାଶ କରାଯାଇଛି ତାହା ଦେଖିବାଯୋଗ୍ୟ ନିଶ୍ଚିତ । ପିଏମ୍ ମୋଦି ଆଜି ସରସ୍ବତୀ କୂପରେ ପୂଜାର୍ଚ୍ଚନା କରିଛନ୍ତି । ସେହିପରି ଲେଟେ ହନୁମାନ ମନ୍ଦିରରେ ବି ପିଏମ୍ ମୋଦି ଆରାଧନା କରିଛନ୍ତି । ଲେଟେ ହନୁମାନ ମନ୍ଦିରରେ ହନୁମାନଙ୍କୁ ଶୋଇଥିବା ଅବସ୍ଥାରେ ପୂଜା କରାଯାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରୟାଗରାଜରେ ମହାକୁମ୍ଭ ପୂର୍ବରୁ ମୋଟ୍ ୮୬୦୦ କୋଟି ଟଙ୍କାରେ ୫୫୦ରୁ ଅଧିକ ପ୍ରକଳ୍ପର ନିର୍ମାଣ କରାଇଛନ୍ତି ମୋଦି ସରକାର । ସେଥିପାଇଁ ପ୍ରଧାନମନ୍ତ୍ରୀ ନିଜେ ନୂଆବର୍ଷରେ ଆରମ୍ଭ ହେବାକୁ ଯାଉଥିବା ଏହି ବିଶାଳ ଆୟୋଜନର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ମହାକୁମ୍ଭ ସଂକ୍ରାନ୍ତୀୟ ଏକ ପ୍ରଦର୍ଶନୀ ବି ବୁଲିଛନ୍ତି ପିଏମ୍ । ପୂର୍ବରୁ ୨୦୧୯ରେ ଯେବେ ପ୍ରୟାଗରାଜରେ କୁମ୍ଭର ଭବ୍ୟ ଆୟୋଜନ ହୋଇଥିଲା, ସେତେବେଳେ ବି ପିଏମ ମୋଦି ସଙ୍ଗମ ନଗରୀ ଯାଇଥିଲେ । ସେତେବେଳେ ମୋଦି ନା କେବଳ ଗଙ୍ଗାପୂଜନ କରିଥିଲେ, ବରଂ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରି ସେମାନଙ୍କ ଚରଣ ଧୋଇଥିଲେ । ଆଉ ଏଥର ସାଧୁସନ୍ଥଙ୍କ ଅଭିବାଦନ ଗ୍ରହଣ କରିଛନ୍ତି ପିଏମ୍ । ମୋଟାମୋଟି ଏବେ ଦିବ୍ୟ, ଭବ୍ୟ ମହାକୁମ୍ଭର ଦର୍ଶନ କରିବେ ଦେଶବାସୀ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
ମନୁଷ୍ୟର ଅନ୍ତର୍ମନର ଚେତନାର ଅନ୍ୟନାମ ମହାକୁମ୍ଭ | Argus News