Videos
|
National

ଉତ୍ତରପ୍ରଦେଶରେ ଚିକିତ୍ସା ଇତିହାସରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ

Ritu Das
Browse all articles by Ritu Das
·2 years ago·1 min read
ଉତ୍ତରପ୍ରଦେଶରେ ଚିକିତ୍ସା ଇତିହାସରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ

ଅର୍ଗସ ବ୍ୟୁରୋ: ଦେଶରେ ଚିକିତ୍ସା ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ଉତ୍ତରପ୍ରଦେଶର ରାୟବରେଲିର ନବନିର୍ମିତ ଏମ୍ସ ସହ ୫ଟି ଏମ୍ସ ଓ ଗୋରଖପୁରରେ କର୍ମଚାରୀ ରାଜ୍ୟ ବିମାନ ନିଗମର ନୂଆ ଔଷଧାଳୟକୁ ଭର୍ଚୁଆଲ୍ ମାଧ୍ୟମରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏମସ୍ ରାଜକୋଟ୍ ସହ ଏମ୍ସ ରାୟବରେଲି, ଏମ୍ସ ମଙ୍ଗଲଗିରି, ଏମ୍ସ ଭତିଣ୍ଡା, ଏମ୍ସ କଲ୍ୟାଣୀର ଲୋକାର୍ପଣ ହୋଇଛି। ମୋଦି କହିଛନ୍ତି , ୫ ବର୍ଷ ତଳେ ରାୟବରେଲିରେ ଏମ୍ସ ପାଇଁ ଗ୍ୟାରେଣ୍ଟି ଦେଇଥିଲେ । ଆଜି ସେହି ଗ୍ୟାରେଣ୍ଟି ପୂରଣ ହୋଇଛି।  

ବିଗତ ୧୦ ବର୍ଷରେ ଏମ୍ସ, ମେଡିକାଲ କଲେଜ ଏବଂ କ୍ରିଟିକାଲ୍ କେୟାର ଇନଫ୍ରାଷ୍ଟ୍ରକଚର୍ କ୍ଷେତ୍ରରେ ବହୁତ କାମ ହୋଇଛି। ଭାରତ ଯେଭଳି କୋରୋନାକୁ ଦମନ କରିଛି ତାହା ବର୍ତ୍ତମାନ ବିଶ୍ବରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ରହିଛି।  ସେହିପରି ଦ୍ବାରକାକୁ ବେଟ୍ ଦ୍ବାରକା ସହ ଯୋଡ଼ୁଥିବା ସୁଦର୍ଶନ ସେତୁର ଲୋକାର୍ପଣ କରିଥିଲେ ମୋଦି। ସେହିପରି ଯୋଗୀ କହିଛନ୍ତି ବିଗତ ୧୦ ବର୍ଷରେ ଉତ୍ତରପ୍ରଦେଶରେ ପ୍ରତ୍ୟେକ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

 ଉତ୍ତରପ୍ରଦେଶ ଦେଶରେ ପ୍ରଥମ  ରାଜ୍ୟ ଯେଉଁଠି ଦୁଇ ଦୁଇଟି ଏମ୍ସ ରହିଛି। ନୂଆ ଭାରତ ପ୍ରତ୍ୟେକ ନାଗରିକଙ୍କୁ ସୁରକ୍ଷାର ଗ୍ୟାରେଣ୍ଟି ଦେଇଥାଏ।  ସେହିପରି ପ୍ରତ୍ୟେକ ନାଗରିକଙ୍କ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ସରକାରଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ଯୋଗୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Another new chapter | Argus News