Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପାକିସ୍ତାନକୁ ତଥ୍ୟ ଦେଇ ପାଉଥିଲେ ମୋଟା ଦରମା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ପାକିସ୍ତାନକୁ ତଥ୍ୟ ଦେଇ ପାଉଥିଲେ ମୋଟା ଦରମା

Key Points

ଅପରେସନ ସିନ୍ଦୂର ବେଳେ ଏ ବ୍ୟକ୍ତିଜଣଙ୍କ ପାକିସ୍ତାନକୁ ଦେଉଥିଲେ ଭାରତୀୟ ସେନାର ଗତିବିଧି ନେଇ ସୂଚନା 

ଯବାନ କେଉଁଠିକୁ ଗଲେ କେତେବେଳେ ଗଲେ ତାକୁ ନେଇ ଗୁପ୍ତରେ ଦେଉଥିଲେ ତଥ୍ୟ

ନେଟଓ୍ବର୍କ ଭାଙ୍ଗୁଛି ଭାରତ 

ଗୁପ୍ତଚର ସନ୍ଦେହରେ ପଞ୍ଜାବ ତରନତାରନ ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅପରେସନ ସିନ୍ଦୂରକୁ ନେଇ ସେନାର ଗତିବିଧି ନେଇ ପାକିସ୍ତାନକୁ ତଥ୍ୟ ଦେଉଥିବା କୁହାଯାଉଛି। ଗିରଫ ବ୍ୟକ୍ତିଙ୍କ ଠାରୁ ଏକ ମୋବାଇଲ୍‌ ଫୋନ ଜବତ କରାଯାଇଛି। ଯେଉଁ ଫୋନରୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଯୋଗାଯୋଗ କରାଯାଇଥିବା ଜଣାପଡ଼ିଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପଞ୍ଜାବ ପୋଲିସ ଡିଜିପି ଗୌରବ ଯାଦବ କହିଛନ୍ତି ତରନତାରନ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଏକ ମିଳିତ ଅପରେସନରେ ଗଗନଦୀପ ସିଂହ ଓରଫ ଗଗନକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ପାକିସ୍ତାନ ଆଇଏସଆଇ ଏବଂ ଗୋପାଳ ସିଂହ ଚାୱଲାଙ୍କ ସହ ସମ୍ପର୍କରେ ଥିଲା। ଅପରେସନ ସିନ୍ଦୂର ସମୟରେ ସେନାର କାର୍ଯ୍ୟକଳାପ ସହିତ ଜଡିତ ସମ୍ବେଦନଶୀଳ ସୂଚନା ସେୟାର କରୁଥିଲା।


ସୈନ୍ୟ ନିୟୋଜନ ଏବଂ ରଣନୈତିକ ସ୍ଥାନ ନେଇ ମଧ୍ୟ ସୂଚନା ଦେଉଥିଲା। ସେ ଗତ ୫ ବର୍ଷ ହେଲା ପାକିସ୍ତାନସମର୍ଥକ ଗୋପାଳ ସିଂହ ଚାୱଲାଙ୍କ ସହ ସମ୍ପର୍କରେ ଥିଲା। ଏନେଇ ତାଙ୍କୁ ଦରମା ଦିଆଯାଉଥିଲା।

Sponsored
Another Pakistani spy arrested | Argus News