Videos
|
National

ପୁଣି ଆଉ ଏକ ଲଜ୍ଜା: ବେଙ୍ଗାଲୁରୁରେ ଜଣେ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ, ୨ ଅଧ୍ୟାପକ ଗିରଫ

Ritu Das
Browse all articles by Ritu Das
·1 year ago·2 min read
ପୁଣି ଆଉ ଏକ ଲଜ୍ଜା: ବେଙ୍ଗାଲୁରୁରେ ଜଣେ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ, ୨ ଅଧ୍ୟାପକ ଗିରଫ

Key Points

ବେଙ୍ଗାଲୁରୁରେ ଜଣେ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ

୨ ଅଧ୍ୟାପକ ଗିରଫ

ପୁଣି ଆଉ ଏକ ଲଜ୍ଜ। ଓଡ଼ିଶାରେ ଜଣେ ଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିଲେ ବୋଲି ଏହାର ପ୍ରତିବାଦରେ କଲେଜ ପରିସରରେ ସମ୍ପୃକ୍ତ ଛାତ୍ରୀ ଜଣଙ୍କ ପେଟ୍ରୋଲ ଢାଳି ଆତ୍ମାହୂତି ଦେଇଛନ୍ତି। ଏହି ମାମଲାରେ ଅଧ୍ୟାପକ ସନ୍ଦୀପ ସାହୁଙ୍କୁ ତୁରନ୍ତ ଗିରଫ କରାଯାଇଛି। ସେହିପରି  ବେଙ୍ଗାଲୁରୁର ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ କଲେଜର ୨ ଅଧ୍ୟାପକ ଓ ସେମାନଙ୍କ ବନ୍ଧୁ ଗିରଫ ହୋଇଛନ୍ତି। ସେମାନେ ଛାତ୍ରୀଙ୍କୁ ଅନେକ ଥର ବଳାତ୍କାର କରିବା ସହ ବ୍ଲାକ୍‌ମେଲ୍‌ କରୁଥିଲେ। ପଦାର୍ଥ ବିଜ୍ଞାନ ଅଧ୍ୟାପକ ନରେନ୍ଦ୍ର, ଜୀବବିଜ୍ଞାନ ଅଧ୍ୟାପକ ସନ୍ଦୀପ୍‌ ଓ ସେମାନଙ୍କ ବନ୍ଧୁ ଅନୁପ ବେଙ୍ଗାଲୁରୁର ଏକ ଘରୋଇ କଲେଜରେ କାର୍ଯ୍ୟ କରୁଥିବାବେଳେ ପୀଡ଼ିତା ଉକ୍ତ କଲେଜର ଛାତ୍ରୀ। ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ନରେନ୍ଦ୍ର ଛାତ୍ରୀ ଜଣକୁ ନୋଟ୍‌ ଦେବା ବାହାନାରେ ତାଙ୍କ ସହ ବନ୍ଧୁତା କରିଥିଲେ ଓ ପରସ୍ପର ମଧ୍ୟରେ ବାର୍ତ୍ତା ବିନିମୟ ହେଉଥିଲା। ସେ ଛାତ୍ରୀଙ୍କୁ ଅନୁପଙ୍କ ଘରକୁ ଡାକି ସେଠାରେ ଦୁଷ୍କର୍ମ କରିଥିଲେ।


ଏ ସମ୍ପର୍କରେ କାହାକୁ କହିଲେ ପରିଣାମ ଭୟାବହ ହେବ ବୋଲି ନରେନ୍ଦ୍ର ଧମକ ଦେଇଥିଲେ। କିଛିଦିନ ପରେ ସନ୍ଦୀପ୍‌ ଛାତ୍ରୀଙ୍କ ନିକଟତର ହେବାକୁ ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ ବିରୋଧ କରିବାରୁ ସନ୍ଦୀପ୍‌ ତାଙ୍କୁ ବ୍ଲାକ୍‌ମେଲ୍‌ କରିଥିଲେ। ନରେନ୍ଦ୍ରଙ୍କ ସହ ଛାତ୍ରୀଙ୍କ ଫଟୋ ଓ ଭିଡିଓଗୁଡ଼ିକ ତାଙ୍କ ପାଖରେ ଥିବା ସନ୍ଦୀପ କହିଥିଲେ। ପରେ ସେ ଛାତ୍ରୀଙ୍କୁ ଅନୁପଙ୍କୁ ଘରକୁ ନେଇ ବାରମ୍ବାର ଦୁଷ୍କର୍ମ କରିଥିଲେ। ଅନୁପ ମଧ୍ୟ ସିସିଟିଭି ଫୁଟେଜ୍‌ର ଭୟ ଦେଖାଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଆଘାତପ୍ରାପ୍ତ ଛାତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ମା’ବାପା ବେଙ୍ଗାଲୁରୁ ଆସିଥିବାବେଳେ ସେ ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ପକ୍ଷରୁ କର୍ଣ୍ଣାଟକ ରାଜ୍ୟ ମହିଳା କମିଶନଙ୍କୁ ଅବଗତ କରାଯିବା ପରେ ଘଟଣା ପଦାକୁ ଆସିଥିଲା। ମହିଳା କମିଶନଙ୍କ ନିର୍ଦ୍ଦେଶ କ୍ରମେ ମରାଠାହଲ୍ଲି ଥାନା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ସହ ୨ ଅଧ୍ୟାପକ ଓ ଅନୁପଙ୍କୁ ଗିରଫକରି କୋର୍ଟରେ ହାଜର କରାଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଜୁଲାଇ ୫ରେ ମାମଲା ରୁଜୁହେବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଙ୍ଗାଲୁରୁ ଇଷ୍ଟ ଡିଭିଜନ ଯୁଗ୍ମ ପୋଲିସ କମିଶନର ରମେଶ ବନୋଥ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
another-shame-ancribe-from-begaulu-often-malicious-to-a-student-2-faculty-arres | Argus News