Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

SIRକୁ ନେଇ ମୁହାଁମୁହିଁ ସରକାର-ବିରୋଧୀ

Smruti Parija
Browse all articles by Smruti Parija
·11 months ago·1 min read
SIRକୁ ନେଇ ମୁହାଁମୁହିଁ ସରକାର-ବିରୋଧୀ

Key Points

SIR କୁ ନେଇ ରାଜନୈତିକ ଘମାସାନ
ପଦଯାତ୍ରା କରି ଇଣ୍ଡି ମେଣ୍ଟର ବିରୋଧ ପ୍ରଦର୍ଶନ
ବିରୋଧୀଙ୍କ SIR ରାଜନୀତିକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କଡ଼ା କାଉଣ୍ଟର

SIRକୁ ନେଇ ମୁହାଁମୁହିଁ ସରକାର-ବିରୋଧୀ। ଆଜି ଦିଲ୍ଲୀରେ ହଲ୍ଲାବୋଲ୍ କରିଛନ୍ତି କଂଗ୍ରେସ ସହ INDI ମେଣ୍ଟର ଦଳ। ସଂସଦ ଭବନରୁ ନିର୍ବାଚନ କମିଶନଙ୍କ ଅଫିସ ଅଭିମୁଖେ ମାର୍ଚ୍ଚରେ ଯିବା ବେଳେ ରାହୁଲ, ପ୍ରିୟଙ୍କାଙ୍କ ସମେତ ବିରୋଧୀ ଦଳ ନେତାଙ୍କୁ ଉଠାଇ ନେଲା ପୋଲିସ।


ଦେଶର ସାମ୍ବିଧାନିକ ପ୍ରତିଷ୍ଠାନ ଉପରେ ଇଣ୍ଡିମେଣ୍ଟର ଅଭିଯୋଗକୁ ତୀବ୍ର ବିରୋଧ କରିଛି ବିଜେପି । ସଂସଦ ମୌସୁମୀ ଅଧିବେଶନ ଆରମ୍ଭରୁ ପ୍ରସଙ୍ଗକୁ ନେଇ ହଙ୍ଗାମା କରିବା ସହ ସଂସଦ ବାହାରେ ଲଗାତାର ପ୍ରଦର୍ଶନ ଜାରି ରଖିଛନ୍ତି ବିରୋଧୀ । ଭୋଟର ଜାଲିଆତି ଅଭିଯୋଗ ପ୍ରତ୍ୟାଖ୍ୟାନ କରିବା ସହ ନିର୍ବାଚନ କମିଶନ SIRକୁ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିସାରିଛନ୍ତି । ନୂଆ ଭୋଟର ତାଲିକା ପ୍ରତ୍ୟାହାର ଦାବିରେ ସଂସଦ ଭବନରୁ ନିର୍ବାଚନ କମିଶନ କାର୍ଯ୍ୟାଳୟ ଯାଏ ରାଲି କରିବାବେଳେ ରାହୁଲ, ପ୍ରିୟଙ୍କା, ଅଖିଳେଶଙ୍କ ସମେତ ବହୁ ଇଣ୍ଡି ନେତାଙ୍କୁ ହେପାଜତକୁ ନେଇଛି ପୋଲିସ । ସେପଟେ ପ୍ରେସମିଟ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନିର୍ବାଚନ କମିଶନଙ୍କୁ ବିରୋଧୀ ଲଗାତାର ଟାର୍ଗେଟ କରି ସମ୍ବିଧାନର ଦ୍ବାହି ଦେଇ ଆନ୍ଦୋଳନକୁ ଓହ୍ବାଇଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କରିଛନ୍ତି କାଉଣ୍ଟର।

ଆସନ୍ତା ୧୩ ତାରିଖରେ SIRକୁ ନେଇ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ହେବାକୁ ଯାଉଛି । EC ତଥ୍ୟ ଅନୁସାରେ ବିହାରରେ ୭.୮୯ କୋଟି ଭୋଟରଙ୍କ ମଧ୍ୟରୁ ୭.୨୪ କୋଟି ଭୋଟର ନିଜର ଫର୍ମ ଦାଖଲ କରିଛନ୍ତି। ବିହାର ପରେ ଖୁବଶୀଘ୍ର ପଶ୍ଚିମବଙ୍ଗରେ ମଧ୍ୟ ସ୍ପେଶାଲ ଇଣ୍ଟେନସିଭ ରିଭିଜନ ଆରମ୍ଭ କରିବାକୁ ଯାଉଛନ୍ତି ନିର୍ବାଚନ କମିଶନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
anti-government-clash-over-sir-argusnews | Argus News