Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ କଡା କାର୍ଯ୍ୟାନୁଷ୍ଠାନ: ସମୁଦ୍ରପଥ ଓ ସ୍ଥଳପଥରେ ଜୋରଦାର ଚେକିଂ

National

Border Security / ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ କଡା କାର୍ଯ୍ୟାନୁଷ୍ଠାନ: ସମୁଦ୍ରପଥ ଓ ସ୍ଥଳପଥରେ ଜୋରଦାର ଚେକିଂ

Rashmita Mishra
Browse all articles by Rashmita Mishra
·1 hour ago·2 min read
ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ କଡା କାର୍ଯ୍ୟାନୁଷ୍ଠାନ: ସମୁଦ୍ରପଥ ଓ ସ୍ଥଳପଥରେ ଜୋରଦାର ଚେକିଂ
Border Security

Key Points

ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ କଡା କାର୍ଯ୍ୟାନୁଷ୍ଠାନ
ସମୁଦ୍ରପଥ ଓ ସ୍ଥଳପଥରେ ଜୋରଦାର ଚେକିଂ
ସଜାଗ କୋଷ୍ଟାଗାର୍ଡ ଓ ମେରାଇନ ପୋଲିସ
ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ଆଲର୍ଟ

ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ଚାଲିଥିବାରୁ ଓଡ଼ିଶା ପୋଲିସ ପକ୍ଷରୁ ସୀମାନ୍ତ ଥାନାଗୁଡ଼ିକୁ ଆଲର୍ଟ।ପଶ୍ଚିମବଙ୍ଗ ସହ ସୀମା ବାଣ୍ଟୁଥିବା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଭଳି ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୀମାନ୍ତବର୍ତ୍ତୀ ପ୍ରାୟ ୮୧୦ଟି ଥାନା ଅଞ୍ଚଳକୁ ସମ୍ପୂର୍ଣ୍ଣ ଆଲର୍ଟ କରାଯିବା ସହ କୌଣସି ବି ସନ୍ଦେହଜନକ ପ୍ରବେଶ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ ଓଡ଼ିଶା ପୋଲିସ ଏବଂ ପ୍ରଶାସନ ପକ୍ଷରୁ ନିଆଯାଇଛି କଡ଼ା ଆଭିମୁଖ୍ୟ । ପଶ୍ଚିମବଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ପରେ ଅନୁପ୍ରବେଶକାରୀମାନେ ଓଡ଼ିଶା ମୁହାଁ ହେବାର ଆଶଙ୍କା ଜୋର୍ ଧରିଛି । ଏହାକୁ ନଜରରେ ରଖି ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଭଳି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଆଲର୍ଟ କରାଯାଇଛି ।

ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ଉଦୟପୁରରୁ ତାଳସାରି ସମୁଦ୍ର କୂଳ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି । ସମୁଦ୍ରପଥରେ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିବା ପାଇଁ କୋଷ୍ଟଗାର୍ଡ ଏବଂ ମେରାଇନ ପୋଲିସ ପକ୍ଷରୁ ପାଟ୍ରୋଲିଂ ଜୋରଦାର ହୋଇଛି ।

ସୀମାନ୍ତବର୍ତ୍ତୀ ପ୍ରାୟ ୮୧୦ଟି ଥାନା ଅଞ୍ଚଳକୁ ସଜାଗ ରହିବା ସହ ସନ୍ଦିଗ୍ଧ ବ୍ୟକ୍ତିଙ୍କ କାଗଜପତ୍ର ଯାଞ୍ଚ କରିବାକୁ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ସମୁଦ୍ରରେ ମାଛ ଧରୁଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ ମଧ୍ୟ ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ଭଦ୍ରକ ସହରର ବିଭିନ୍ନ ଏଣ୍ଟ୍ରି ପଏଣ୍ଟ ଓ ବାଇପାସ ଛକଗୁଡ଼ିକରେ ପ୍ରଶାସନ ପକ୍ଷରୁ ରାତ୍ରିକାଳୀନ ଆଧାର କାର୍ଡ ଯାଞ୍ଚ ପ୍ରକ୍ରିୟା ବେଶ୍ ଜୋରଦାର ଚାଲିଛି । ଏପଟେ ପାରାଦୀପ ଉପକୂଳ ସୁରକ୍ଷା ସହ କେନ୍ଦ୍ରାପଡ଼ାର ରାଜନଗର ଅଞ୍ଚଳରେ ମଧ୍ୟ ବୋଟ୍ ସାହାଯ୍ୟରେ ସ୍ଥିତି ଉପରେ ନଜର ରଖାଯାଇଛି । ସନ୍ଦେହଜନକ ପ୍ରବେଶ ଦେଖିଲେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପରେ ସେମାନେ ଓଡ଼ିଶା ମୁହାଁ ହେବାର ଆଶଙ୍କା ରହିଛି । ଏହାକୁ ନଜରରେ ରଖି ପଶ୍ଚିମବଙ୍ଗ ସୀମା ଲାଗିଥିବା ଓଡ଼ିଶାର ଉଦୟପୁରରୁ ତାଳସାରି ସମୁଦ୍ର କୂଳ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନୁପ୍ରବେଶ ଆଶଙ୍କାରେ କୋଷ୍ଟଗାର୍ଡ, ମେରାଇନ ପୋଲିସ ପୁରା ସଜାଗ ରହିଛନ୍ତି । । ସମୁଦ୍ରରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ମଧ୍ୟ ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ନଜର ରଖୁଛନ୍ତି ।

ସୀମା ଆରପାରିରୁ ଆସୁଥିବା ଯେକୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କର କାଗଜପତ୍ର ଯାଞ୍ଚ କରିବାକୁ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ସୀମାନ୍ତବର୍ତ୍ତୀ ପ୍ରାୟ ୮୧୦ଟି ଥାନା ଅଞ୍ଚଳକୁ ସମ୍ପୂର୍ଣ୍ଣ ଆଲର୍ଟ କରାଯିବା ସହ କୌଣସି ବି ସନ୍ଦେହଜନକ ପ୍ରବେଶ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭଦ୍ରକ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଜିଲ୍ଲାରେ ରାତ୍ରିକାଳୀନ ଚେକିଂ କୁ ଜୋରଦାର କରାଯାଉଛି । ଭଦ୍ରକ ସହରର ଏଣ୍ଟ୍ରି ପଏଣ୍ଟ ସହ ବାଇପାସ ଛକ, ଆରଡ଼ି ଛକ, ବନ୍ତ ଛକ, କଲେଜ ଛକ, ରାଜଘାଟ ଛକ ରେ କଡାକଡି ଯାଞ୍ଭଚ କରାଯାଉଛି । ସନ୍ଦିଗ୍ସ ମାନଙ୍କ ଆଧାରକାର୍ଡ ଯାଞ୍ଚ କରାଯାଉଛି । ... ସେପଟେ ପାରାଦ୍ବୀପରେ ଏବେ ମେରାଇନ ପୋଲିସ, କୋଷ୍ଟଗାର୍ଡ ସମୁଦ୍ରରେ ଜୋରଦାର ପ୍ରେଟ୍ରୋଲିଙ୍ଗ କରୁଥିବା ଵେଳେ ଉପକୂଳ ସୁରକ୍ଷା ଉପରେ ନଜର ରଖିଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Border Security | Odisha on High Alert: Tight Security to Prevent Illegal Border Infiltration | Argus News