Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶେଷ ପର୍ଯ୍ୟାୟରେ ନକ୍ସଲ ଦମନ ଅଭିଯାନ

National

ଶେଷ ପର୍ଯ୍ୟାୟରେ ନକ୍ସଲ ଦମନ ଅଭିଯାନ

Rashmita Mishra
Browse all articles by Rashmita Mishra
·11 months ago·2 min read
ଶେଷ ପର୍ଯ୍ୟାୟରେ ନକ୍ସଲ ଦମନ ଅଭିଯାନ

Key Points

ଶେଷ ପର୍ଯ୍ୟାୟରେ ନକ୍ସଲ ଦମନ ଅଭିଯାନ
ହେଲିକପ୍ଟରରେ ଆସିଲା ୨୭ ମାଓବାଦୀଙ୍କ ମୃତଦେହ
ସହିଦ ଯବାନଙ୍କୁ ବରିଷ୍ଠ ସୁରକ୍ଷା ଅଧିକାରୀ ଓ ସହିଦଙ୍କ ପରିବାର ଜଣାଇଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ମୃତ ମାଓବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ
ନକ୍ସଲ ବିରୋଧୀ ଲଢ଼େଇରେ ବଡ଼ ମାଇଲ୍ ଖୁଣ୍ଟ କହିଲେ ଗୃହମନ୍ତ୍ରୀ ଅମିତ ଶାହ

ବାୟୁସେନା ହେଲିକପ୍ଟରରେ ଅଣାଯାଇଛି ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟରରେ ନିହତ 27 ମାଓବାଦୀଙ୍କ ମୃତଦେହ । ନକ୍ସଲଙ୍କ ସହ ଗୁଳି ବିନିମୟରେ ସହିଦ ଦୁଇ ଡିଆରଜି ଯବାନଙ୍କୁ ନାରାୟଣପୁର ପୋଲିସ ଲାଇନରେ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ଛତିଶଗଡ଼ DGP, ADGP, IGP, ବସ୍ତର DIG, CRP ଓ BSFର ଡିଆଇଜି ସହ ସହିଦ ଯବାନଙ୍କ ପରିବାର ଲୋକେ ଦେଇଛନ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

ବୁଧବାର ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ହୋଇଥିଲା ବଡ଼ ଧରଣର ମାଓ ଏନ୍‌କାଉଣ୍ଟର । ଏନକାଉଣ୍ଟରରେ ନିପାତ ହୋଇଛନ୍ତି ବହୁ ଜଘନ୍ୟ ମାଓ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ, NIAର ମୋଷ୍ଟ ୱାଣ୍ଟେଡ୍ । ଯେଉଁମାନଙ୍କୁ ଧରାଇ ଦେବା ପାଇଁ ଘୋଷଣା ହୋଇଥିଲା ଦେଢ଼ କୋଟି ଟଙ୍କାର ପୁରସ୍କାର ।

ଏନକାଉଣ୍ଟର ସ୍ଥଳରୁ ଜବତ ହୋଇଛି ୩ଟି ୧୨ ବୋର୍ ବନ୍ଧୁକ, ୮ଟି ୩୦୩ ରାଇଫଲ, ୪ଟି SLR ବନ୍ଧୁକ, ୩ଟି AK-47 ରାଇଫଲ, T-ଇନସାସ ବନ୍ଧୁକ, ୩ଟି BGL ଲଞ୍ଚର , ଗୋଟିଏ କାର୍ବାଇନ ଓ ୩୦ରୁ ଉର୍ଦ୍ଧ୍ବ ଛୋଟ ବଡ BGL ସେଲ୍ । ଛତିଶଗଡ଼ର ନାରାୟଣପୁର, ଦନ୍ତେୱାଡା, ବିଜାପୁର ଓ କୋଣ୍ଡାଗାଁରେ ବ୍ୟାପ୍ତ ଅବୁଝମାଡ଼ ଜଙ୍ଗଲରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ, DRG ଯବାନ ଓ ଛତିଶଗଡ଼ ପୋଲିସର ମିଳିତ ଅପରେସନକୁ ବଡ଼ ସଫଳତା । ଲକ୍ସଲ ବିରୋଧୀ ଲଢ଼େଇର ତିନି ଦଶନ୍ଧିର ଇତିହାସରେ ପ୍ରଥମ ଥର ଜଣେ ମହାସଚିବ ରାଙ୍କର ନେତା ବାସବରାଜକୁ ନିପାତ କରିଛନ୍ତି ସୁରକ୍ଷା ବାହିନୀ।

ମିଶନ ୨୦୨୬ ଲକ୍ଷ୍ୟ ପୂରଣ ପାଇଁ ଆଉ ଏକ ପାହାଚ ଅତିକ୍ରମ କରିଛି ଛତିଶଗଡ଼ ପୋଲିସ । ଛତିଶଗଡ଼ରେ ମାଓ ବିରୋଧୀ ଅପରେସନରେ ଉଲ୍ଲେଖନୀୟ ସଫଳତା ପାଇଁ ସୁରକ୍ଷା ବାହିନୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ନକ୍ସଲ ନିପାତ ଲଢ଼େଇରେ ଏହି ଅପରେସନକୁ ଏକ ମାଇଲ୍ ଖୁଣ୍ଟ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦର ମୂଳୋତ୍ପାଟନ ହେବାକୁ ଯାଉଛି ବୋଲି ବୁଧବାର ଏକ୍ସ ପୋଷ୍ଟରେ ପୁଣିଥରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଶାହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
anti-naxal-campaign-in-final-phase | Argus News