Videos
|
National

ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେଲା ‘Anti Rape Bill'

Ritu Das
Browse all articles by Ritu Das
·2 years ago·1 min read
ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେଲା ‘Anti Rape Bill'

ଅର୍ଗସ ବ୍ୟୁରୋ: କୋଲକତାର ଆର.ଜି କର ହସ୍ପିଟାଲରେ ଘଟିଥିବା ଟ୍ରେନିଂ ମହିଳା ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାକୁ ନେଇ ଆଜି ବି ସାରା ଦେଶରେ ବିବାଦ ଥମିନାହିଁ । ଏହା ମଧ୍ୟରେ ଆଜି ପଶ୍ଚିମବଙ୍ଗ ବିଧାନସଭାରେ ମମତା ସରକାର ‘ଆଣ୍ଟି ରେପ୍ ବିଲ’ ଆଗତ କରିଛନ୍ତି। ରାଜ୍ୟ ବିଧାନସଭାର ଦୁଇ ଦିବସୀୟ ବିଶେଷ ଅଧିବେଶନର ଅନ୍ତିମ ଦିନରେ ମମତା ବାନାର୍ଜୀ ସରକାର ଏହି ବିଲ୍ ଆଗତ କରିଛନ୍ତି। ଦୋଷୀମାନଙ୍କୁ ୧୦ ଦିନ ଭିତରେ ଫାଶୀ ଦଣ୍ଡ ଦେବା ନେଇ ଏହି ବିଲରେ ବ୍ୟବସ୍ଥା ରହିଛି ।

ଏହି ବିଲର ନାମ ‘ଅପରାଜିତା ୱିମେନ ଆଣ୍ଡ ଚାଇଲ୍ଡ (ପଶ୍ଚିମ ବଙ୍ଗ ଅପରାଧିକ କାନୁନ ଓ ସଂଶୋଧନ) ବିଲ୍ ୨୦୨୪’ ରଖାଯାଇଛି । ଏହି ବିଲରେ ଦୋଷୀଙ୍କୁ ୧୦ ଦିନ ଭିତରେ ଫାଶୀ ଦେବାର ବ୍ୟବସ୍ଥା ରହିବା ସହିତ ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ୨୧ ଦିନ ଭିତରେ ଦାଖଲ କରିବାକୁ କୁହାଯାଇଛି। ଜିଲ୍ଲା ସ୍ତରରେ ଟାସ୍କ ଫୋର୍ସ ଗଠନ କରିବା ଓ ଧାର୍ଯ୍ୟ ସମୟରେ ଶୁଣାଣି ସମାପ୍ତ କରିବାର ମଧ୍ୟ ବ୍ୟବସ୍ଥା ରହିଛି । 

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୯ ତାରିଖରେ ଜୁନିୟର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରାଯିବା ସହ ତାଙ୍କୁ ହତ୍ୟା କରାଯାଇଥିଲା । ତା’ ପରଠାରୁ ପଶ୍ଚିମବଙ୍ଗ ସମେତ ସାରା ଦେଶରେ ମହିଳା ଡାକ୍ତରଙ୍କୁ ନ୍ୟାୟ ପାଇଁ ଦାବି ହୋଇ ଆସୁଛି । କୋଲକତା ରାଜରାସ୍ତାରେ ଜୁନିୟର ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କୋଲକତାର ନିର୍ଭୟା ପାଇଁ ନ୍ୟାୟ ଦାବି କରୁଛନ୍ତି ଓ ମହିଳାଙ୍କ ସୁରକ୍ଷା ପାଇଁ ମଧ୍ୟ ସ୍ୱରଉତ୍ତୋଳନ କରୁଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
'Anti Rape Bill' | Argus News