Videos
|
National

ପାଣିରେ ବ୍ରିଜ ତିଆରି କଲେ ପିମ୍ପୁଡି, ଭାଇରାଲ ହେଲା ଭିଡିଓ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପାଣିରେ ବ୍ରିଜ ତିଆରି କଲେ ପିମ୍ପୁଡି, ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ପିମ୍ପୁଡି ଭଗବାନଙ୍କ ସୃଷ୍ଟିରେ ସବୁଠୁ ଛୋଟ ଆଉ ବୁଦ୍ଧିମାନ କୀଟ । କିନ୍ତୁ ସେମାନଙ୍କ ଦଳଗତ କାର୍ଯ୍ୟ ଏବଂ ବୁଦ୍ଧି ପାଇଁ ସେମାନଙ୍କୁ ପରିଶ୍ରମୀ କୀଟ ବୋଲି ଆଖ୍ୟା ଦିଆଯାଏ । ସେମାନେ ସବୁ ସମୟରେ ସେମାନଙ୍କ ଖାଦ୍ୟ ସନ୍ଧାନ କରିବାରେ ଲାଗିଥାନ୍ତି । ଏବେ ପିମ୍ପୁଡିଙ୍କ ଏପରି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ବେଶ ଆଶ୍ଚର୍ଯ୍ୟ ହୋଇଯିବେ । ଯେପରି ଭଗବାନଙ୍କ ପ୍ରକୃତିର ଇଞ୍ଜିନିୟର ବୋଲି ୟୁଜର୍ସମାନେ କହିଛନ୍ତି ।

ଏହି ଭିଡିଓକୁ ନେଚର ଇଜ୍ ଆମାଜିଙ୍ଗ ଆକାଉଣ୍ଟ ଦ୍ବାରା ଟ୍ବିଟରରେ ଶେୟାର କରାଯାଇଛି । ଯେଉଁଥିରେ ସେମାନେ ପରସ୍ପର ସହ ଯୋଡି ହୋଇ ପାଣି ଉପରେ ଏକ ବ୍ରିଜ ତିଆରି କରିଛନ୍ତି । ଯାହାଦ୍ବାରା ଅନ୍ୟ ପିମ୍ପୁଡିମାନେ ଏପାର୍ଶ୍ବରୁ ସେପାର୍ଶ୍ବକୁ ସେହି ବ୍ରିଜ ଦେଇ ପାର କରୁଛନ୍ତି ।

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୬ ଲକ୍ଷ ଲୋକ ଦେଖିଛନ୍ତି । ଅନେକ ୟୁଜର୍ସ ପିମ୍ପୁଡିମାନଙ୍କର ଏପରି କାର୍ଯ୍ୟ ଦେଖି ଖୁବ ଆଶ୍ଚର୍ଯ୍ୟ ହୋଇଛନ୍ତି ।ଜଣେ ୟୁଜର୍ସ ଲେଖିଛନ୍ତି , ପ୍ରକୃତରେ ଭଗବାନଙ୍କ ସୃଷ୍ଟି ଅତି ବିଚିତ୍ର । ସେମାନେ ମଣିଷଙ୍କ ଠାରୁ ମଧ୍ୟ ଖୁବ ଭଲ ଇଞ୍ଜିନିୟର ବୁଦ୍ଧି ଲଗାଇଛନ୍ତି । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ସତରେ ପିମ୍ପୁଡିମାନେ ଦଳବାନ୍ଧି କାର୍ଯ୍ୟ କରିବାରେ ଏବଂ ଋଣନୀତି ତିଆରି କରିବାରେ ମାଷ୍ଟର ଅଟନ୍ତି । ଏହି ଭିଡିଓରେ ପ୍ରକୃତିର ଚମତ୍କାରିତା ଏବଂ ଏହାର ଛୋଟ ପ୍ରାଣୀମାନଙ୍କର ବୁଦ୍ଧିମାନର କାର୍ଯ୍ୟକୁ ଦର୍ଶାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ants made a bridge in water, the video went viral | Argus News