Anup Love Story / ୩ ଥର ବିବାହ ପରେ ବି ପ୍ରେମ... ଶେଷରେ ସତ କହିଲେ ଅନୁପ

Key Points
ଜସଲିନ୍ଙ୍କ ସହ ପ୍ରେମ ନାଟକ ମୁହଁ ଖୋଲିଲେ ଅନୁପ ଜଲୋଟା ।
କେବଳ TRP ପାଇଁ ପ୍ରେମ ବଡ଼ ଖୁଲାସା କଲେ ଭଜନ ସମ୍ରାଟ ।
୩ ଥର ବିବାହ ପରେ ବି ପ୍ରେମ ! ଏବେ କ'ଣ କହିଲେ ଅନୁପ ?
ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ବ୍ୟକ୍ତିଗତ ଜୀବନ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ । ତେବେ ରିଆଲିଟି ଶୋ’ ‘ବିଗ୍ ବସ୍’ରେ ନିଜଠାରୁ ୩୭ ବର୍ଷ ସାନ ଗାୟିକା ତଥା ଅଭିନେତ୍ରୀ ଜସଲିନ୍ ମଥାରୁଙ୍କ ସହ ତାଙ୍କର ଲଭ୍ ଆଙ୍ଗଲ୍ ସାମ୍ନାକୁ ଆସିବା ପରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ବିବାଦ ସୃଷ୍ଟି ହୋଇଥିଲା । ଉଭୟଙ୍କ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିବା ବେଳେ ଅନୁପ ଜଲୋଟାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଥିଲା ।
ଆଫେୟାର ଖବରକୁ ନେଇ କ’ଣ କହିଲେ ଅନୁପ ଜଲୋଟା ?
୭୩ ବର୍ଷୀୟ ଅନୁପ ଜଲୋଟା ଅନେକ ଥର ଜସଲିନ୍ ମଥାରୁଙ୍କ ସହ ତାଙ୍କ ଆଫେୟାର ଖବରକୁ ନେଇ ସ୍ପଷ୍ଟୀକରଣ ଦେଇସାରିଛନ୍ତି । ଏବେ ପୁଣି ଥରେ ଏହି ପ୍ରସଙ୍ଗରେ ସେ ନିଜର ମତ ରଖିଛନ୍ତି । ‘Unfolding Humans’ ସହ ଏକ ସାକ୍ଷାତକାର ସମୟରେ ତାଙ୍କୁ ପଚରାଯାଇଥିଲା ଯେ, ‘ବିଗ୍ ବସ୍’କୁ ଯିବା ସମୟରେ ତାଙ୍କ ଆଫେୟାରକୁ ନେଇ ଅନେକ ଖବର ପ୍ରକାଶ ପାଇଥିଲା । ଆଧ୍ୟାତ୍ମିକ ପୃଷ୍ଠଭୂମିରୁ ଆସିଥିବା ଜଣେ ବ୍ୟକ୍ତି ଭାବେ ସେ ଏହି ପରିସ୍ଥିତିକୁ କିପରି ସମ୍ଭାଳିଥିଲେ ?
ଏହାର ଉତ୍ତରରେ ଅନୁପ ଜଲୋଟା କହିଥିଲେ ଯେ, ଲୋକେ କ’ଣ କହୁଛନ୍ତି, ସେଥିରେ ତାଙ୍କର କିଛି ଫରକ ପଡ଼େ ନାହିଁ । କାରଣ ସେହି ଲୋକମାନଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ସେ ଆହୁରି କହିଥିଲେ ଯେ, ‘ବିଗ୍ ବସ୍’ରୁ ବାହାରିବା ପରେ ସେ ପ୍ରଥମେ ନିଜ ମା’ଙ୍କୁ ଭେଟିଥିଲେ । ତାଙ୍କୁ ଦେଖି ମା’ ବହୁତ ଖୁସି ହୋଇଥିଲେ । କିନ୍ତୁ ପରେ ମା’ ତାଙ୍କୁ ପଚାରିଥିଲେ, “ଏହି ଜସଲିନ୍ କିଏ ?”
ଅନୁପଙ୍କ କହିବା ଅନୁସାରେ, ତାଙ୍କ ମା’ଙ୍କୁ ମଧ୍ୟ ଜସଲିନ୍ଙ୍କ ବିଷୟରେ ଜଣା ନଥିଲା । ତାଙ୍କ ପରିବାରରେ କେହି ଜାଣି ନଥିଲେ ଯେ ଜସଲିନ୍ କିଏ । ଏହି ପୂରା ଆଫେୟାର ଡ୍ରାମା କେବଳ ଟିଆରପି ପାଇଁ ସୃଷ୍ଟି କରାଯାଇଥିଲା ବୋଲି ସେ ସ୍ପଷ୍ଟ କରିଥିଲେ ।
ଶୋ’ରେ କ’ଣ ଦାବି କରିଥିଲେ ଜସଲିନ୍ ?
‘ବିଗ୍ ବସ୍ ୧୨’ରେ ଅନୁପ ଜଲୋଟା ଓ ଜସଲିନ୍ ମଥାରୁ ଏକ ଯୋଡ଼ି ଭାବେ ପ୍ରବେଶ କରିଥିଲେ । ଶୋ’କୁ ଯିବା ପୂର୍ବରୁ ମଞ୍ଚ ଉପରେ ଜସଲିନ୍ ଦାବି କରିଥିଲେ ଯେ ସେ ଅନୁପ ଜଲୋଟାଙ୍କ ସହ ସମ୍ପର୍କରେ ଅଛନ୍ତି । ନିଜଠାରୁ ୩୭ ବର୍ଷ ସାନ ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିବା ଖବର ପ୍ରଚାର ହେବା ପରେ ଅନୁପଙ୍କୁ ଅନେକ ସମାଲୋଚନା ଓ ଟ୍ରୋଲିଂର ସାମ୍ନା କରିବାକୁ ପଡ଼ିଥିଲା । କିନ୍ତୁ ଶୋ’ରୁ ବାହାରିବା ପରେ ଉଭୟ ଏହି ସମ୍ପର୍କକୁ ଅସ୍ୱୀକାର କରିଥିଲେ । ଜସଲିନ୍ ମଧ୍ୟ ସ୍ୱୀକାର କରିଥିଲେ ଯେ, ଶୋ’ରେ ଚର୍ଚ୍ଚାରେ ରହିବା ଏବଂ ଟିଆରପି ବଢ଼ାଇବା ପାଇଁ ସେମାନେ ସମ୍ପର୍କରେ ଥିବା ନେଇ ମିଥ୍ୟା ନାଟକ କରିଥିଲେ ।
ତିନିଥର ବିବାହ କରିଛନ୍ତି ଅନୁପ ଜଲୋଟା
ଅନୁପ ଜଲୋଟାଙ୍କ ବୈବାହିକ ଜୀବନ ମଧ୍ୟ ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି । ସେ ତିନିଥର ବିବାହ କରିଥିଲେ, କିନ୍ତୁ ତାଙ୍କର ତିନୋଟି ଯାକ ବୈବାହିକ ସମ୍ପର୍କର ଅନ୍ତ ଦୁଃଖଦ ହୋଇଥିଲା । ଏବେ ସେ ଆଉ କାହାର ପ୍ରେମରେ ପଡ଼ିବାକୁ ଚାହୁଁନାହାନ୍ତି ଏବଂ ଏକାକୀ ଜୀବନରେ ଖୁସି ଅଛନ୍ତି ।
📱 Get Argus News App
✨Related Topics
Explore more stories