Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିବାହିତା ମହିଳାଙ୍କୁ ଚାକିରି ନ ଦେବା ନେଇ ଅଡୁଆରେ ଆପଲ କମ୍ପାନୀ: ଜବାବ ମାଗିଲା କେନ୍ଦ୍ର

Ritu Das
Browse all articles by Ritu Das
·2 years ago·1 min read
ବିବାହିତା ମହିଳାଙ୍କୁ ଚାକିରି ନ ଦେବା ନେଇ ଅଡୁଆରେ ଆପଲ କମ୍ପାନୀ: ଜବାବ ମାଗିଲା କେନ୍ଦ୍ର

ଅର୍ଗସ ବ୍ୟୁରୋ: ବିବାହିତା ମହିଳାଙ୍କୁ ଚାକିରି ମନା । ଏଭଳି ଅଜବ ନିୟମ ଆଣି ଚର୍ଚ୍ଚାରେ ଆପଲ୍ କମ୍ପାନୀ । ଭାରତରେ ଥିବା ଆପଲର ଏକ ସଂସ୍ଥା ବିବାହିତ ମହିଳାଙ୍କୁ ଚାକିରି ଦେବାକୁ ମନା କରିଦେଇଛି । ବିବାଦ ବଢିବା ପରେ ଏବେ ପୁରା ଘଟଣାକୁ ନେଇ ରିପୋର୍ଟ ମାଗିଛି କେନ୍ଦ୍ର ।

ଆପଲ କମ୍ପାନୀ ଯାହା ସାରା ବିଶ୍ବରେ ଚର୍ଚ୍ଚିତ ଓ ଲୋକପ୍ରିୟ। କିନ୍ତୁ ଏବେ ଏହି ଆପଲ ସଂସ୍ଥା ବିବାଦକୁ ଟାଣି ହୋଇଯାଇଛି। ଭାରତରେ ଥିବା ଆପଲର ଏକ ଉତ୍ପାଦକ ସଂସ୍ଥା ବିବାହିତ ମହିଳାଙ୍କୁ ଚାକିରି ନଦେବା ପାଇଁ ନିୟମ କରିଛି। ବିବାହିତ ମହିଳାଙ୍କୁ ଚାକିରି ଦିଆଯିବ ନାହିଁ ବୋଲି ଏହି ସଂସ୍ଥାର ଅଜବ ନିୟମକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଆପଲ ସହ ଅନୁବନ୍ଧିତ ତାମିଲନାଡୁର ଫକ୍ସକନ୍‌ ସଂସ୍ଥା ପକ୍ଷରୁ ମହିଳାଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାରିଥିଲା। ହେଲେ ଏଥିରେ ବିବାହିତ ମହିଳାଙ୍କୁ ଚାକିରି ନ ଦେବା ନେଇ ଉଲ୍ଲେଖ କରାଯାଇଥିଲା। 

ବିବାହିତ ମହିଳାଙ୍କୁ ଚାକିରି ନଦେବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ଗମ୍ଭୀରତାର ସହ ନେଇଛନ୍ତି । ପ୍ରକୃତ ଘଟଣା କଣ ଜଣାଇବା ପାଇଁ ତାମିଲନାଡୁ ଶ୍ରମ ବିଭାଗକୁ ରିପୋର୍ଟ ମାଗିଛନନ୍ତି କେନ୍ଦ୍ର ସରକାର। ସମାନ ବେତନ ନିୟମ ୧୯୭୬ର ଧାରା ୫ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ନିଯୁକ୍ତି ବେଳେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବାଛ ବିଚାର କରାଯାଇପାରିବ ନାହିଁ । ନିୟମକୁ କାର୍ୟ୍ୟକାରୀ କରିବା ଦାୟିତ୍ବ ଯେଉଁ ବିଭାଗର ତାଙ୍କୁ ରିପୋର୍ଟ ଦେବାକୁ ପଡିବ । ତେବେ ଏଇ ଘଟଣାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସ କଡା ପ୍ରତିକ୍ରିୟା ରଖିଛନ୍ତି । ସେପଟେ ଏହି ମାମଲାରେ ଆପଲ୍ ଏବଂ ଫକ୍ସକନ୍ କମ୍ପାନୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Apple company | Argus News