କ୍ଷୀର ଚା ପିଉଛନ୍ତି କି ? ସାବଧାନ..

ନୂଆଦିଲ୍ଲୀ: କ୍ଷୀର ଚା ପିଉଛନ୍ତି କି ? ସାବଧାନ ରୁହନ୍ତୁ...ସତର୍କ ରୁହନ୍ତୁ...କାରଣ ଚା ପିଇବା ପରେ ହୋଇପାରେ ଡିପ୍ରେସନ୍ । କିଛି ଏମିତି ତଥ୍ୟ ଏବେ ସାମ୍ନାକୁ ଆସିଥିବାରୁ ବଢିଲାଣି ଚର୍ଚ୍ଚା । ନୂଆ ରିସର୍ଚ୍ଚରୁ ଜଣା ପଡିଛି ଯେ ଯେଉଁମାନେ ଅଧିକ କ୍ଷୀର ଚା' ପିଇବାକୁ ପସନ୍ଦ କରନ୍ତି ସେମାନେ ପରବର୍ତ୍ତୀ ସମୟରେ ଡିପ୍ରେସନର ଶିକାର ହେବାର ଆଶଙ୍କା ରହିଥାଏ । ଜର୍ଣ୍ଣାଲ ଅଫ ଇଫେକ୍ଟିଭ ଡିସଅର୍ଡରରେ ପ୍ରକାଶିତ ଏକ ସର୍ଭେରେ ଲେଖା ହୋଇଛି ଯେ କ୍ଷୀର ଚା ପିଉଥିବା ଲୋକଙ୍କ ପାଖେ ସ୍ୱଳ୍ପ ମନୋବଳ, ସାମାଜିକ ବିଛିନ୍ନତା ଦେଖା ଦେଇଥାଏ ।
କ୍ଷୀର ରେ ଉଭୟ କଫିନ ଏବଂ ଅତିରିକ୍ତ ଚିନି ଅନ୍ତର୍ଭୁକ୍ତ ଅଟେ । ଏହି ଉପାଦାନ ଗୁଡିକ ଚିନ୍ତାର କାରଣ ଅଟେ । ଏହା ଯେତେବେଳେ ମଣିଷର ଭାବନାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରେ ସେତେବେଳେ ଏହା କେତେ କ୍ଷତିକାର ତାହା ଏହି ରିସର୍ଚ୍ଚର ବିଷୟ ଅଟେ | ସର୍ଭେକାରୀ ମାନେ ଏହା ମଧ୍ୟ କହିଛନ୍ତି ଯେ ଅଧିକ କ୍ଷୀର ଚା ପିଇବା ଦ୍ୱାରା ନିଶା, ଉଦାସୀନତା ଏବଂ ମୋଟାପଣ ବଢ଼ାଇଥାଏ । ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ବର୍ତ୍ତମାନ ଯୁବ ପିଢିଙ୍କୁ ଖାଦ୍ୟ ସ୍ୱଚ୍ଛତା, ମାନସିକ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା, ସାଇକୋ ଶିକ୍ଷା ଦେବା ନିତ୍ୟାନ୍ତ ଆବଶ୍ୟକ |
ଅଧିକ ପଢନ୍ତୁ ଭାରତ ଖବର