ଆପଣ କାଡବରି ଚକୋଲେଟ ଖାଉଛନ୍ତି କି...ସାବଧାନ

ଅର୍ଗସ ବ୍ୟୁରୋ: ଚକୋଲେଟ୍ କାହାକୁ ବା ନପସନ୍ଦ । ଖାସ୍ କରି ଦାମୀ ଚକୋଲେଟ ଉପରେ ସମସ୍ତଙ୍କର ଅଧିକ ଲୋଭ ଥାଏ। କାରଣ ଏବେ ଭାଲେଣ୍ଟାଇନ ଓ୍ବିକ ଚାଲିଛି। ତ ଚକୋଲୋଟର ଡିମାଣ୍ଡ କାହିଁରେ କଣ। କିନ୍ତୁ ଏହି ଦାମୀ ଚକୋଲେଟରୁ ବାହାରିଛି ସାଲୁବାଲୁ ପୋକ। ଆପଣଙ୍କୁ ବି ଶୁଣିଲେ ସକ୍ ଲାଗୁଛି ନା। କିନ୍ତୁ କଥାଟା ସତ। କ୍ୟାଡବରି ଚକୋଲେଟରେ କୃମି ଦେଖିବାକୁ ମିଳିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ହାଇଦ୍ରାବାଦରେ ରବୀନ ନାମକ ଜଣେ ବ୍ୟକ୍ତି ଚକୋଲେଟ୍ କିଣିଥିଲେ । ଆଉ ଚକୋଲେଟ ଜରି ଖୋଲିବା ପରେ ହଠାତ ଦେଖିଥିଲେ ସାଲୁବାଲୁ ହୋଇ କୃମିପୋକ ଗୁଡ଼ିକ ଚୋକୋଲେଟ ଉପରେ ରହିଛି।
ରବୀନ ହାଇଦ୍ରାବାଦର ଆମୀରପେଟ ଷ୍ଟେସନ ନିକଟରେ ଥିବା ଏକ ଦୋକାନରୁ ଏହି ଚକୋଲେଟ୍ କିଣିଥିଲେ । ଯାହାର ଦାମ ୪୫ ଟଙ୍କା ରହିଥିବା ବିଲରେ ଉଲ୍ଲେଖ ରହିଛି । ଏହାକୁ ନେଇ ରବୀନ ଏକ୍ସରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହିତ କ୍ୟାଡବରିକୁ ଜବାବ ମାଗିଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ ନେଇ ରବିନ୍ ଜାକ୍ୟୁସ୍ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହା ଭାଇରାଲ୍ ହୋଇଛି। ଜାକିସଙ୍କ ଏହି ପୋଷ୍ଟ ଶୀଘ୍ର ଭାଇରାଲ ହେବା ସହ ଯୁଜର୍ସମାନେ କାଡବରୀ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଅନ୍ୟ ଜଣେ ଉପଭୋକ୍ତା ଚକୋଲେଟରେ ଡବଲ୍-ରାପିଙ୍ଗ୍ ଯାଞ୍ଚର ଗୁରୁତ୍ୱକୁ ହାଇଲାଇଟ୍ କରିବାକୁ ପରାମର୍ଶ ଦେଇଛନ୍ତି। ଡବଲ୍-ରାପିଙ୍ଗର ହେଉ ନ ଥିବାରୁ କି ଚକୋଲେଟର ଏକ୍ସାପାରୀ ଡେଟ ପଳାଇଥିବାରୁ ଏଭଳି ହୋଇଥାଇପାରେ ଲୋକେ ମତ ଦେଇଛନ୍ତି। କୌଣସି food item କିଣିବା ପୂର୍ବରୁ ଏହାର ଏକ୍ସାପାରୀ ଡେଟ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ପରେ କ୍ୟାଡବରି ଏପରି ଅବ୍ୟବସ୍ଥା ପାଇଁ କ୍ଷମା ପ୍ରାର୍ଥନା କରିଛି। ତେବେ ଆପଣ ଆଉ ଚକୋଲେଟ ଖାଇବେ ନା ନାହିଁ ଆମକୁ ନିଶ୍ଚିତ କମେଣ୍ଟ କରନ୍ତୁ।
ଅଧିକ ପଢ଼ନ୍ତୁ ଭାରତ ଖବର