Videos
|
National

ପିଲାଙ୍କୁ ଦେଉଛନ୍ତି କି ସେରେଲାକ.... ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

Ritu Das
Browse all articles by Ritu Das
·2 years ago·1 min read
ପିଲାଙ୍କୁ ଦେଉଛନ୍ତି କି ସେରେଲାକ.... ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଅର୍ଗସ ବ୍ୟୁରୋ: ଭାରତରେ ନେସଲେର ଦୁଇଟି ସର୍ବାଧିକ ବିକ୍ରି ହେଉଥିବା ବେବିଫୁଡ ବ୍ରାଣ୍ଡରେ ବହୁ ପରିମାଣର ଚିନି ଥିବା ଦେଖିବାକୁ ମିଳିଛି। ତେବେ ଚିନ୍ତାର କଥା ହେଉଛି, ଏହା ଇଂଲଣ୍ଡ ଜର୍ମାନୀ ସ୍ୱିଜରଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ବିକଶିତ ଦେଶରେ ଚିନିମୁକ୍ତ ଅଟେ। ତେବେ ଭାରତକୁ ଆସୁଥିବା ଦ୍ରବ୍ୟରେ ଅଧିକ ୩ ଗ୍ରାମ୍‌ ଚିନି ରହୁଥିବା ରିପୋର୍ଟରୁ ପ୍ରକାଶ ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ସର୍ବବୃହତ୍ତ ଉପଭୋକ୍ତା ସାମଗ୍ରୀ କମ୍ପାନୀ ନେଷ୍ଟ୍‌ଲେ ବିଭିନ୍ନ ଦେଶରେ ଶିଶୁ ଦୁଗ୍ଧ ଏବଂ ଶସ୍ୟ ଉତ୍ପାଦନରେ ଚିନି ଏବଂ ମହୁ ମିଶାଇଥାଏ, ଯାହା ମେଦବହୁଳତା ଏବଂ ଭିନ୍ନ ଭିନ୍ନ ରୋଗ ସୃଷ୍ଟିକାରୀ। ଏହା ଆନ୍ତର୍ଜାତୀୟ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛି। ଏହି ଉଲ୍ଲଂଘନ କେବଳ ଏସୀୟ, ଆଫ୍ରିକୀୟ ଏବଂ ଲାଟିନ୍ ଆମେରିକୀୟ ଦେଶରେ ଦେଖିବାକୁ ମିଳିଛି।

ତେବେ, ନେସଲେ ଇଣ୍ଡିଆ ଲିମିଟେଡର ମୁଖପାତ୍ର ଏନଡିଟିଭିକୁ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀ ଏହାର ଶିଶୁ ଖାଦ୍ୟ ସାମଗ୍ରୀରେ ଶର୍କରା ପରିମାଣକୁ ୩୦ ହ୍ରାସ କରିଛି ଏବଂ ସେଗୁଡିକୁ ହ୍ରାସ କରିବା ପାଇଁ ଉତ୍ପାଦଗୁଡିକର “ସମୀକ୍ଷା” ଜାରି ରଖିଛି। ଆଉ ଏକ ବିବୃତ୍ତିରେ କୁହାଯାଇଛି ଯେ ଶିଶୁମାନଙ୍କ ପାଇଁ  ଉତ୍ପାଦରେ ପୁଷ୍ଟିକର ଗୁଣରେ କମ୍ପାନୀ ବିଶ୍ବାସ କରେ ଏବଂ ଉଚ୍ଚମାନର ଉପାଦାନ ବ୍ୟବହାରକୁ ପ୍ରାଥମିକତା ଦେଇଥାଏ।
ଅନୁସନ୍ଧାନରୁ ଜଣାପଡିଛି ଯେ ଭାରତରେ ମିଳୁଥିବା ୧୫ ଟି ଯାକ ସେରେଲାକରେ ହାରାହାରି ୩ ଗ୍ରାମ ଚିନି ରହିଥାଏ। ସମାନ ଉତ୍ପାଦ ଜର୍ମାନୀ ଏବଂ ବ୍ରିଟେନରେ ବିନା ଚିନିରେ ମିଳୁଛି।

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Are you | Argus News