Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାଗଣା ଯୋଜନା ଲୋକଙ୍କୁ କରୁଛି କୋଢିଆ- ସୁପ୍ରିମକୋର୍ଟ

National

ମାଗଣା ଯୋଜନା ଲୋକଙ୍କୁ କରୁଛି କୋଢିଆ- ସୁପ୍ରିମକୋର୍ଟ

Smruti Parija
Browse all articles by Smruti Parija
·1 year ago·2 min read
ମାଗଣା ଯୋଜନା ଲୋକଙ୍କୁ କରୁଛି କୋଢିଆ- ସୁପ୍ରିମକୋର୍ଟ

ଲୋକଙ୍କୁ କୋଢିଆ କରୁଛି ମାଗଣା ଯୋଜନା । ଘରେ ବସି ବସି ସବୁ ସୁବିଧା ପାଇଯାଉଥିବାରୁ କାମ କରିବାକୁ ଇଚ୍ଛା କରୁନାହାନ୍ତି ଲୋକେ । ଆଉ ଏନେଇ କଡା ମନ୍ତବ୍ୟ ରଖିଛନ୍ତି ସୁପ୍ରିମକୋର୍ଟ । 

ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ମାଗଣା ଘୋଷଣା କରୁଛନ୍ତି  । ମାଗଣା ଯୋଜନା ପାଇଁ ଲୋକମାନେ କାମ କରିବାକୁ ଇଚ୍ଛୁକ ନୁହନ୍ତି । ଫଳରେ ଦେଶରେ ଏକ ‘ପରଜୀବୀ ଶ୍ରେଣୀ’ ସୃଷ୍ଟି ହେଉଛି ।


ସହରାଞ୍ଚଳରେ ବାସହୀନ ଲୋକଙ୍କ ଆଶ୍ରୟ ଅଧିକାର ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଜଷ୍ଟିସ୍ ବିଆର୍ ଗବାଇ ଓ ଜଷ୍ଟିସ୍ ଏଜି ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଲୋକମାନେ କାମ ନ କରି ରାସନ ଓ ଟଙ୍କା ପାଉଛନ୍ତି। ସେମାନଙ୍କୁ ଦେଶର ବିକାଶରେ ଯୋଗଦାନ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ ଆମେ ଏକ ଶ୍ରେଣୀର ପରଜୀବୀ ସୃଷ୍ଟି କରୁନାହୁଁ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜଷ୍ଟିସ୍ ଗବାଇ ମହାରାଷ୍ଟ୍ରର ‘ଲଡ୍‌କୀ ବହିନ୍’ ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି- ଯେଉଁଥିରେ ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ କମ୍ ପାରିବାରିକ ଆୟ ଥିବା ୨୧-୬୫ ବର୍ଷ ବୟସର ମହିଳାମାନେ ମାସିକ ୧୫୦୦ ଟଙ୍କା ପାଉଛନ୍ତି । ମାଗଣା ଯୋଜନା କାରଣରୁ ଲୋକମାନେ କାମ କରିବାକୁ ଇଚ୍ଛୁକ ନୁହନ୍ତି । ବିନା କାମରେ ସେମାନଙ୍କୁ ମାଗଣା ରାସନ ଓ ଟଙ୍କା ମିଳୁଛି । ଆମେ ସେମାନଙ୍କ ପ୍ରତି ଆପଣଙ୍କ ଚିନ୍ତାକୁ ପ୍ରଶଂସା କରୁଛୁ, କିନ୍ତୁ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ଦେଶର ବିକାଶରେ ଯୋଗଦାନ କରାଇବା କ’ଣ ଭଲ ହେବନାହିଁ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ।


କେନ୍ଦ୍ର ସରକାର ସମସ୍ତ ରାଜ୍ୟରୁ ମାଗଣା ବଣ୍ଟନ ତଥ୍ୟ ସଂଗ୍ରହ କରିବା ଉଚିତ । ଯାହାଫଳରେ ଏହି ପ୍ରସଙ୍ଗକୁ ସର୍ବଭାରତୀୟ ଭିତ୍ତିରେ ବିଚାର କରାଯାଇପାରିବ । ମାଗଣା ବଣ୍ଟନ ନେଇ ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Sponsored
Aren't we creating class of parasites? Supreme Court frowns on poll freebies | Argus News