Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି କି?

National

ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି କି?

Arpita Mohanty
Browse all articles by Arpita Mohanty
·2 years ago·2 min read
ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି କି?

Key Points

  • ମିନେରାଲ ୱାଟର ପୀଉଥିଲେ ସାବଧାନ 
  • ଗବେଷଣାରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ
  • ପାଣିରେ ରହୁଛି ଲକ୍ଷ ଲକ୍ଷ ପ୍ଲାଷ୍ଟିକ ଗୁଣ୍ଡ

ଅର୍ଗସ ବ୍ୟୁରୋ : ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାରର ବ୍ରାଣ୍ଡର ମିନେରାଲ ୱାଟର ବୋତଲ ମିଳୁଛି। ଆଉ ଲୋକେ ତାକୁ ସବୁଠାରୁ ସ୍ବଚ୍ଚ ପାଣି ଭାବି ପିଉଛନ୍ତି ମଧ୍ୟ।  କିନ୍ତୁ ତାହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଆଉ ବିପଜ୍ଜନକ କେବେ ଭାବିଛନ୍ତି?  ନିୟମିତ ଭାବେ ଆପଣ ପାଣି ନୁହେଁ ବିଷ ପିଉଛନ୍ତି। ଆପଣ ଭାବୁଥିବେ ଆମେ ଏମିତି କାହିଁକି କହୁଛୁ ? ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହା ନିରାଟ ସତ୍ୟ ଆଉ ପ୍ରମାଣିତ ବି। ଏକ ଅଧ୍ୟୟନରୁ ଜଣାପଡିଛି ଯେ ସେହି ଗୋଟେ ଲିଟରର ପ୍ଲାଷ୍ଟିକ ପାଣି ବୋତଲରେ ହାରାହାରି୨.୪ ଲକ୍ଷ ପ୍ଲାଷ୍ଟିକ ଗୁଣ୍ଡ ରହିଛି, ସେଥିମଧ୍ୟରୁ 90 ପ୍ରତିଶତ ହେଉଛି ନାନୋପ୍ଲାଷ୍ଟିକ୍ ଅର୍ଥାତ ତାହା ପ୍ଳାଷ୍ଟିକର ଏତେ କ୍ଷୁଦ୍ର କଣିକା ଯାହା ଆପଣ ଖାଲି ଆଖିରେ ଦେଖିପାରିବେ ନାହିଁ। 

ମାଇକ୍ରୋପ୍ଲାଷ୍ଟିକ ଗୋଟେ ମାଇକ୍ରୋମିଟର ଅର୍ଥାତ ଗୋଟେ ମିଟରର ୧୦ ଲକ୍ଷ ଭାଗର ଭାଗେ। ନାନୋପ୍ଲାଷ୍ଟିକ ମାଇକ୍ରୋମିଟରଠୁ ବି ଛୋଟ ହୋଇଥାଏ ଅର୍ଥାତ ଗୋଟେ ମିଟରର ୧୦୦ କୋଟି ଭାଗର ଭାଗେ। କଲମ୍ବିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ଆମେରିକାରେ ବିକ୍ରି ହେଉଥିବା ଟପ୍ ବ୍ରାଣ୍ଡ୍ସର ପାଣି ବୋତଲ ଯାଞ୍ଛ କରିଥିଲେ ସେଥିରୁ ଜଣାପଡିଲା ଯେ ପ୍ରତି ବୋତଲରେ ୧୦୦ ନାନୋମିଟର ପ୍ଲାଷ୍ଟିକ ପଦାର୍ଥ ରହିଥାଏ। ପ୍ରତି ଲିଟର ପାଣିରୁ ସେମାନଙ୍କୁ ୧.୧ ରୁ ୩.୭ ଲକ୍ଷ ନାନୋମିଟର ପ୍ଲାଷ୍ଟିକ ମିଳିଥିଲା।

ଆମ ପରିବେଶ ଏବେ ଏତେ ବିଷାକ୍ତ ହୋଇଗଲାଣି ଯେ ମାଟି ପାଣି ପବନ ସବୁ ବିଷ ପାଲଟିଗଲାଣି। ପୋଖରି, ନଇ, ସମୁଦ୍ର ସବୁଠାରେ ବିପୁଳ ପରିମାଣରେ ପ୍ଳାଷ୍ଟିକ ରହିଛି। ଯାହା ମଣିଷଠୁ ଆରମ୍ଭ କରି ଜୀବଜନ୍ତୁ ସମସ୍ତଙ୍କ ଶରୀରରେ ପ୍ରବେଶ କରୁଛି। ଏମିତି କି ଫ୍ୟାକ୍ଟ୍ରିରେ ପାଣିକୁ ସଫା କରିବା ପାଇଁ ମଧ୍ୟ ପ୍ଳାଷ୍ଟିକର ବ୍ୟବହାର କରାଯାଇଥାଏ। କିଛି ଲୋକ ବୋତଲରୁ ପାଣି ପିଇବା ପରେ ସେହି ବୋତଲକୁ ଘରେ ରଖି ପୁଣି ବ୍ୟବହାର କରିଥାନ୍ତି। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ ବୋତଲ ଉପରେ ଯେଉଁ ଏକ୍ସପାଏରୀ ଡେଟ ଥାଏ ତାହା ପାଣିର ନୁହେଁ ବରଂ ସେହି ପ୍ଲାଷ୍ଟିକର ହୋଇଥାଏ। ତେଣୁ ଏକ୍ସପାଏରୀ ଡେଟ ଗଲା ପରେ ତାକୁ ପୁନଃ ବ୍ୟବହାର କରିବା ସମ୍ପୂର୍ଣ୍ଣ ଭାବେ ଅନୁଚିତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏକ ସୁସ୍ଥ ଓ ନିରାମୟ ଜୀବନଜାପନ ପାଇଁ ଆପଣ ଯେତେ ସମ୍ଭବ ପ୍ଲାଷ୍ଟିକ ବୋତଲର ପାଣି ଠାରୁ ଦୁରେଇ ରୁହନ୍ତୁ ଏବଂ ନିଜକୁ ଆଉ ନିଜ ପରିବାରକୁ ସୁସ୍ଥ ରୁହନ୍ତୁ।

ଅଧିକ ପଢ଼ନ୍ତୁ ଭାରତ ଖବର

Sponsored
plastic bottle | Argus News