Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆତଙ୍କୀଙ୍କ ବର୍ବରକାଣ୍ଡ ପରେ ଭ୍ୟାଲିରେ ସ୍ଥିତି ପରଖିଲା ଅର୍ଗସ

National

ଆତଙ୍କୀଙ୍କ ବର୍ବରକାଣ୍ଡ ପରେ ଭ୍ୟାଲିରେ ସ୍ଥିତି ପରଖିଲା ଅର୍ଗସ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଆତଙ୍କୀଙ୍କ ବର୍ବରକାଣ୍ଡ ପରେ ଭ୍ୟାଲିରେ ସ୍ଥିତି ପରଖିଲା ଅର୍ଗସ

ପହଲଗାମ୍‌ରେ ଟିମ୍ ଅର୍ଗସ
ଆତଙ୍କୀଙ୍କ ବର୍ବରକାଣ୍ଡ ପରେ ଭ୍ୟାଲିରେ ପରଖିଲା ସ୍ଥିତି
ଆତଙ୍କବାଦକୁ ସ୍ଥାନୀୟ ବାସିନ୍ଦାଙ୍କ ଜୋରଦାର ବିରୋଧ
କହିଲେ, ଆମକୁ ବଦନାମ କରିବାକୁ ରଚାଯାଉଛି ଷଡ଼ଯନ୍ତ୍ର
ଭାରତ ସହ ଏକ ହୋଇ ରହିବାକୁ ଦେଲେ ସ୍ଲୋଗାନ
ଭାରତର ପ୍ରଗତି ସହ ରହିଛନ୍ତି କାଶ୍ମୀରବାସୀ

ଭୂସ୍ବର୍ଗରେ ଆତଙ୍କୀ ଖେଳାଇଲେ ଆତଙ୍କ । ଗୁଳି ବର୍ଷା କରି କରି ନେଇଗଲେ ୨୬ ନୀରିହ ଜୀବନ । ପହଲଗାମର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଯେମିତି କି- ବୈଶାରଣ ଭ୍ୟାଲି, ଦାବ୍ୟାନ ଭ୍ୟାଲି, କାନିମାର୍ଗ, ତୁଲ୍ୟନ ହ୍ରଦ ଆଦି ସ୍ଥାନରେ ଏବେ ଭୟର ବାତାବରଣ । ୨୪ ଘଣ୍ଟିଆ ପ୍ରହରା ଦେଉଛନ୍ତି ସୁରକ୍ଷା ବାହିନୀ । ଆତଙ୍କୀଙ୍କୁ ଭୟ ନ କରି କିଛି ପର୍ଯ୍ୟଟକ ପହଲଗାମ ଯାଇ ପ୍ରକୃତିର ମଜା ନେଉଛନ୍ତି । ସେଠାରେ ଏବେର ସ୍ଥିତି ପରଖିଛି ଟିମ୍ ଅର୍ଗସ ।

ଏପଟେ ଆତଙ୍କୀଙ୍କ ବର୍ବରକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଆତଙ୍କବାଦୀଙ୍କ ଏ କାଣ୍ଡକୁ ଜୋରଦାର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଆତଙ୍କବାଦୀ ଯାହା କଲେ, ତାହା ଆମ ଆଶା, ବିଶ୍ବାସ, ଖୁସିର ହତ୍ୟା ବୋଲି କହିଛନ୍ତି । ଏହାକୁ କଡ଼ା ନିନ୍ଦା କରିବା ସହ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଆମେ ଭାରତ ସହ ଅଛୁ, ଆମେ ହିନ୍ଦୁସ୍ତାନୀ ଥିଲୁ, ଅଛୁ ଓ ଆଗକୁ ରହିବାର ଦେଇଛନ୍ତି ସ୍ଲୋଗାନ ।

ହିନ୍ଦୁସ୍ତାନ-ପାକିସ୍ତାନ ଭାଗ ଭାଗ ହେବାକୁ ପୁରିଛି ପୁରା ୭୫ ବର୍ଷ । ଆଉ ଦୀର୍ଘ ବର୍ଷରେ ଭାରତ ବିକାଶ ଦିଗରେ ଆଗେଇଛି । ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି, କୃଷି କ୍ଷେତ୍ରରେ ହାସଲ କରିଛି ଅନେକ ମାଇଲ୍ ଷ୍ଟୋନ । ଚନ୍ଦ୍ରାୟାନ-୧ ଓ ଚନ୍ଦ୍ରାୟନ-୨ର ହୋଇଛି ସଫଳ ପରୀକ୍ଷଣ । ଗଗନ ୟାନ ପାଇଁ ଚାଲିଛି ପ୍ରସ୍ତୁତି । ସେହିପରି ପିନାକ ରକେଟ୍ ସିଷ୍ଟମ୍, ରାଫେଲ୍, ସୁଖୋଇ ଏୟାରକ୍ରାଫ୍ଟ, ମିସାଇଲ ଦ୍ରୋଣ, ବ୍ରହ୍ମୋସ୍, ପୃଥ୍ବୀ-୩, ବରାକ୍-୮ ଭଳି ଯୁଦ୍ଧାସ୍ତ୍ର ରହିଛି ଭାରତ ପାଖରେ । ଆଉ ଏ ୭୫ ବର୍ଷରେ କେବଳ ଆତଙ୍କୀ ସଂଗଠନ ସୃଷ୍ଟି କରିବାରେ ବ୍ୟସ୍ତ ପାକିସ୍ତାନ । ଆଲ୍‌କାଏଦା, ହିଜବୁଲ୍ଲାହ ମୁଜାହିଦ୍ଦିନ, ତହରିକ୍-ଇ- ତାଲିବାନ ଭଳି ଆତଙ୍କୀ ସଂଗଠନ କରି ସାରା ବିଶ୍ବରେ ଆତଙ୍କୀ ଖେଳାଇବାରେ ଲାଗିଛି ପାକିସ୍ତାନ । ଆଉ ଏପରି ସ୍ଥଳେ ପାକିସ୍ତାନର ଉଗ୍ରବାଦ ହାତ ଛାଡ଼ି, ଭାରତର ପ୍ରଗତି ସହ ରହିଛନ୍ତି କାଶ୍ମୀର ବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Argus assesses the situation in the Valley after the terrorist attack | Argus News