ବିହାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ଆରିଫ୍ ମହମ୍ମଦ ଖାନ୍

ଅର୍ଗସ ବ୍ୟୁରୋ: ବିହାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ଆରିଫ୍ ମହମ୍ମଦ ଖାନ୍ । ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନ । ଶପଥ ଗ୍ରହଣ ସମାରୋହରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ । ଏହା ପୂର୍ବରୁ ଆରିଫ୍ ମହମ୍ମଦ ଖାନ୍ କେରଳର ରାଜ୍ୟପାଳ ଥିଲେ । ଆଜି ବିହାରର 42ତମ ରାଜ୍ୟପାଳ ଭାବରେ ସେ ଶପଥ ନେଇଛନ୍ତି ।
ସେହିପରି କେରଳର ନୂଆ ରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର୍ । 23ତମ ରାଜ୍ୟପାଳ ଶପଥ ନେଇଛନ୍ତି ଆର୍ଲେକର୍ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ନୀତିନ୍ ଜାମ୍ଦାର । ରାଜଭବନରେ ଆୟୋଜିତ ଭବ୍ୟ ସମାରୋହରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ଙ୍କ ସମେତ କ୍ୟାବିନେଟ୍ ମନ୍ତ୍ରୀ ଓ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ଗତ ସପ୍ତାହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆରିଫ୍ ମହମ୍ମଦ ଖାନ୍ ଏବଂ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର୍ଙ୍କୁ ବିହାର ଓ କେରଳର ରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ ।

