Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India vs Pakistan / ଥିଙ୍କ ଟ୍ୟାଙ୍କ ରିପୋର୍ଟ କହୁଛି, ପୁଣି ଭାରତ-ପାକ୍‌ ଘମାଘୋଟ ଯୁଦ୍ଧ ଆଶଙ୍କା

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଥିଙ୍କ ଟ୍ୟାଙ୍କ ରିପୋର୍ଟ କହୁଛି, ପୁଣି ଭାରତ-ପାକ୍‌ ଘମାଘୋଟ ଯୁଦ୍ଧ ଆଶଙ୍କା
Narendra Modi - Sehebaz Sharif

Key Points

ଶତ୍ରୁଙ୍କୁ ଦମନ କରିବା ପାଇଁ ପ୍ରସ୍ତୁତ ହେଉଛି ଭାରତ ।
ବଡ଼ ଯୁଦ୍ଧ ପାଇଁ ତୟାର ହୋଇସାରିଲାଣି ଦେଶ ।

ପୁଣିଥରେ ହେବ ଭାରତ ଓ ପାକିସ୍ତାନ ଯୁଦ୍ଧ । ଆମେରିକୀୟ ଥିଙ୍କ ଟ୍ୟାଙ୍କ ରିପୋର୍ଟରେ ଏପରି ଆଶଙ୍କା କରାଯାଇଛି । CFR ରିପୋର୍ଟରେ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା ଓ ବିବାଦ ୨୦୨୬ରେ ଚରମ ରୂପ ନେଇପାରେ ବୋଲି କୁହାଯାଇଛି । ସିଏଫ୍ଆର୍ ଏହାର ୨୦୨୬ ରିପୋର୍ଟ କନଫ୍ଲିକ୍ଟସ୍ ଟୁ ୱାଚ ରିପୋର୍ଟ ଜାରି କରିଛି । ବର୍ଦ୍ଧିତ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ଭାରତ-ପାକିସ୍ତାନ ମଧ୍ୟରେ ସଶସ୍ତ୍ର ସଂଘର୍ଷ ହେବାର ଆଶଙ୍କା ରହିଥିବା ରିପୋର୍ଟରେ ଦର୍ଶାଯାଇଛି ।

ଏପ୍ରିଲ ୨୨ ତାରିଖରେ ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ମେ' ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଚାରି ଦିନ ଧରି ଯୁଦ୍ଧ ହୋଇଥିଲା। ପାକ-ପ୍ରାୟୋଜିତ ଆତଙ୍କବାଦୀ ପହଲଗାମରେ ୨୨ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ପରେ ପାକ-ଅଧିକୃତ କାଶ୍ମୀରରେ ଆତଙ୍କବାଦ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା ।

ଅନ୍ୟପଟେ ଶତ୍ରୁଙ୍କୁ ଦମନ କରିବା ପାଇଁ ପ୍ରସ୍ତୁତ ହେଉଛି ଭାରତ । ବଡ଼ ଯୁଦ୍ଧ ପାଇଁ ତୟାର ହୋଇସାରିଲାଣି ଦେଶ । ଆହୁରି ବଢିବ ଭାରତୀୟ ସେନାର ଶକ୍ତି । ଶତ୍ରୁ ଦେଶଙ୍କୁ କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତ ହେଉଛି ଭାରତ । ତିନି ସେନା ପାଇଁ ୭୯୦୦୦ କୋଟି ଟଙ୍କାର ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ସ୍ୱୀକୃତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବା ଡିଏସି ବୈଠକରେ ପ୍ରତିରକ୍ଷା ଡିଲ୍ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି କ୍ରୟ ଭାରତର ସୈନ୍ୟ ପ୍ରସ୍ତୁତି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ଏହି ଅର୍ଥରେ ମୁଖ୍ୟତଃ ଆମେରିକାରୁ ୩୧ଟି MQ-9B ସ୍କାଏ ଗାର୍ଡିଆନ୍ ଏବଂ ସି ଗାର୍ଡିଆନ୍ ଡ୍ରୋନ୍ କ୍ରୟ କରାଯିବ । ଯାହା ସୀମାନ୍ତ ଅଞ୍ଚଳ ଏବଂ ଭାରତୀୟ ମହାସାଗରରେ ୪୦ ଘଣ୍ଟାରୁ ଅଧିକ ସମୟ ଧରି ନଜର ରଖିପାରିବ । ଏହା ସହିତ ଶତୃ ଦେଶର ବିମାନ କିମ୍ବା କ୍ଷେପଣାସ୍ତ୍ରକୁ ଆକାଶରେ ଧ୍ୱଂସ କରିବା ପାଇଁ ମିଡିୟମ ରେଞ୍ଜ ସରଫେସ୍ ଟୁ ଏୟାର ମିସାଇଲ୍ ସିଷ୍ଟମର ଅଧିଗ୍ରହଣ କରାଯିବ ।

ଏହି ଡିଲ୍‌ର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବାୟୁସେନାର ନେଟ୍ରା-୨ ପ୍ରକଳ୍ପ। ଏହା ଅଧୀନରେ ୬ଟି ନୂତନ ଏୟାରବର୍ଣ୍ଣ ୟରଲି ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ୍ ବିମାନ ପ୍ରସ୍ତୁତ କରାଯିବ । ଯାହା ଶତୃର ଗତିବିଧିକୁ ବହୁ ଦୂରରୁ ଚିହ୍ନଟ କରିବାରେ ସହାୟକ ହେବ । ହାଇ-ଫ୍ରିକ୍ୱେନ୍ସି ସଫ୍ଟୱେର୍-ପରିଭାଷିତ ରେଡିଓ (HF SDR) ବୋର୍ଡିଂ ଏବଂ ଅବତରଣ କାର୍ଯ୍ୟ ସମୟରେ ସୁରକ୍ଷିତ ଏବଂ ଦୂରଗାମୀ ଯୋଗାଯୋଗକୁ ବୃଦ୍ଧି କରିବ । HALE ଡ୍ରୋନ୍ (ଲିଜରେ) ହାଇ-ଅଲ୍ଟିଟ୍ୟୁଡ, ଦୂରଗାମୀ ଡ୍ରୋନ୍ ଭାରତ ମହାସାଗର ଅଞ୍ଚଳରେ ନିରନ୍ତର ନଜର ରଖିବା, ଗୁପ୍ତଚର ସଂଗ୍ରହ ଏବଂ ସାମୁଦ୍ରିକ ସୁରକ୍ଷାକୁ ସୁଦୃଢ଼ କରିବ ।

ଅନ୍ୟପଟେ ଭାରତର ଅପରେସନ୍ ସିନ୍ଦୂରକୁ ୮ ମାସ ପୁରିଥିବା ବେଳେ, ଏହାକୁ ସତ ମାନିଛି ପାକିସ୍ତାନ । ଭାରତୀୟ ସେନାର ଡ୍ରୋନ୍ ଆକ୍ରମଣରେ ପାକିସ୍ତାନର ନୂର୍ ଖାନ ଏୟାରବେସ୍‌ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏକଥା ମାନିଛନ୍ତି ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଡାର । ଇଶାକ ଡାର୍ ଅପରେସନ୍ ସିନ୍ଦୂରରେ ପାକିସ୍ତାନ ସହିଥିବା କ୍ଷୟକ୍ଷତିର ସତ ମାନିଛନ୍ତି । ସେ କହିଛନ୍ତି, "ନୂର୍ ଖାନ ଏୟାରବେସ୍‌ ଉପରେ ହୋଇଥିବା ଆକ୍ରମଣରେ ବ୍ୟାପକ କ୍ଷତି ହୋଇଥିଲା, ସେନା ଯବାନ ମଧ୍ୟ ଆହତ ହୋଇଥିଲେ ।"

ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର୍ ଅପରେସନ୍ ସିନ୍ଦୂରରେ ହୋଇଥିବା କ୍ଷୟକ୍ଷତି ମାନିଛନ୍ତି । କହିଛନ୍ତି, "ଭାରତ କରିଥିବା ଆକ୍ରମଣରେ ପାକିସ୍ତାନର ଏୟାରବେସ୍ ନଷ୍ଟ ହେବା ସେଠାରେ ମୁତୟନ ଯବାନ ମଧ୍ୟ ରକ୍ତାକ୍ତ ହୋଇଥିଲେ ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs Pakistan | Armed conflict between India and Pakistan likely in 2026, warns US think tank | Argus News