Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିହାର: ତନିଷ୍କ ଶୋ’ରୁମରେ ପଶି ଲୁଟି ନେଲେ ଦୁର୍ବୃତ୍ତ

Banajyotshna Ray
Browse all articles by Banajyotshna Ray
·1 year ago
ବିହାର: ତନିଷ୍କ ଶୋ’ରୁମରେ ପଶି ଲୁଟି ନେଲେ ଦୁର୍ବୃତ୍ତ

ବିହାରର ଭୋଜପୁରରେ ଥିବା ତନିଷ୍କ ଅଳଙ୍କାର ଶୋ’ରୁମରେ ଦୁର୍ବୃତ୍ତମାନେ କୋଟି କୋଟି ଟଙ୍କାର ଅଳଙ୍କାର ଚୋରି କରି ନେଇଛନ୍ତି। ସକାଳ ୧୦ଟାରେ ୭ ଜଣ ଦୁର୍ବୃତ୍ତ ଜୋରଜବରଦସ୍ତ ଶୋ’ ରୁମ୍ ଭିତରକୁ ପ୍ରବେଶ କରିଥିଲେ। ଦୁର୍ବୃତ୍ତମାନଙ୍କୁ ଦେଖି ସେଠାରେ ଥିବା ଲୋକମାନେ ଆତଙ୍କିତ ହୋଇଯାଇଥିଲେ। ଦୁର୍ବୃତ୍ତମାନେ ଶୋ’ରୁମରେ ଉପସ୍ଥିତ ଥିବା ଲୋକମାନଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। 


ସେମାନେ ଶୋ’ରୁମ୍ ସୁରକ୍ଷା କର୍ମୀଙ୍କଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଛଡ଼ାଇ ନେଇଥିଲେ ଏହା ପରେ ସେମାନେ ଡକାୟତି କରିଥିଲେ। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ପ୍ରାୟ ୮ ରୁ ୧୦ କୋଟି ଟଙ୍କାର ଅଳଙ୍କାର ଚୋରି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ତଦନ୍ତ ପାଇଁ ଶୋ’ରୁମକୁ ସିଲ୍ କରାଯାଇଛି । ସିସିଟିଭି ଫୁଟେଜ୍ ସାହାଯ୍ୟରେ ପୋଲିସ ଅପରାଧୀଙ୍କୁ ଚିହ୍ନଟ କରୁଛି। ଏହାସହ ତଦନ୍ତ ଜୋରଦାର ଚାଲିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
armed-robbers-storm-tanishq-showroom-in-bihar-loot-jewellery-worth-rs-25-crore | Argus News