Videos
|
National

କାଲି ଯବାନ ପାଳିବେ ସେନା ଦିବସ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
କାଲି ଯବାନ ପାଳିବେ ସେନା ଦିବସ

ଯେତେବେଳେ ଦେଶ ସୁରକ୍ଷାର କଥା ଆସେ , ସେତେବେଳେ ଆମ ଆଖିଆଗରେ ନାଚି ଉଠେ ଭାରତୀୟ ସୈନିକ ମାନଙ୍କ ସାହସିକତା , ବିରତ୍ବ ଓ ବଳିଦାନର କଥା। ତେବେ ସେହି ବିରତ୍ବ ଓ ବଳିଦାନର କଥା ମନେ ପକାଇ ସାରା ଦେଶ ଜାନୁୟାରୀ ୧୫ ତାରିଖରେ ପାଳନ କରେ ସେନା ଦିବସ


ଜାନୁୟାରୀ ୧୫ ତାରିଖରେ କାହିଁକି ପାଳନ ହୁଏ ସେନା ଦିବସ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତରେ ଇଂରେଜ ଶାସନ ସମୟରେ ଗଠନ ହୋଇଥିଲା ଭାରତୀୟ ସେନା ( ଇଣ୍ଡିଆନ ଆର୍ମି) । ଭାରତୀୟ ସେନାର ବଡବଡ ପଦବୀରେ ରହୁଥିଲେ ଇଂରେଜମାନେ। ୧୯୪୭ ମସିହାରେ ଭାରତ ସ୍ବାଧୀନ ହେବା ପରେ ମଧ୍ୟ ୧୯୪୯ ମସିହା ପର୍ଯ୍ୟନ୍ତ ଇଂରେଜ ଅଧିକାରୀ ମାନେ ସେନାର ବଡବଡ ପଦବୀରେ ରହିଥିଲେ। ସେନାଧ୍ୟକ୍ଷ ବ୍ରିଟିସ ସରକାରରୁ ରହିଥିଲେ। ହେଲେ ଏଥିରେ ଏକ ଭିନ୍ନ ମୋଡ ଆସିଥିଲା ବିଶ୍ବଯୁଦ୍ଧ ଓ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ। ସେନାଧ୍ୟକ୍ଷ ପଦବୀ ଆସିଥିଲା ଭାରତ ପାଖକୁ । ବ୍ରିଟିସ ସେନାଧ୍ୟକ୍ଷ କମାଣ୍ଡର ଅଫ ଚିଫ୍ ଜେନେରାଲ ଫ୍ରାନସିସି ବୁଚର ଦାୟିତ୍ବ ହସ୍ତାନ୍ତର କରିଥିଲେ ଫିଲଡ ମାର୍ଶଲ କେ.ଏମ . କରିଅପ୍ପାଙ୍କୁ। କରିଅପ୍ପା ସ୍ବାଧୀନ ଭାରତର ପ୍ରଥମ ଭାରତୀୟ ସେନାଧ୍ୟକ୍ଷ ହୋଇଥିଲେ


କିଏ ଏହି ଫିଲଡ ମାର୍ଶଲ କେ.ଏମ . କରିଅପ୍ପା ?


ଫିଲଡ ମାର୍ଶଲ କେ.ଏମ . କରିଅପ୍ପାଙ୍କ ପୁରା ନାମ ହେଉଛି କୋଣ୍ଡଡେରା ମଡପ୍ପା କରିଅପ୍ପା । ସେ ୨୮ ଜାନୁୟାରୀ, ୧୮୯୯ ରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ରାଜସ୍ବ ବିଭାଗରେ କାର୍ଯ୍ୟ କରୁଥିଲେ। ସେ ଚାରି ଭାଇ ଓ ଦୁଇ ଭଉଣୀ ଥିଲେ। ପିଲାବେଳେ ଚିମ୍ମା ନାମରେ ପରିଚିତ ଥିଲେ। କଲେଜରେ ପାଠ ପଢିବା ସମୟରେ ସେ ଜାଣିବାକୁ ପାଇଥିଲେ ଭାରତୀୟ ମାନଙ୍କୁ ସେନାରେ ସୈନିକ ଭାବେ ଭର୍ତ୍ତି କରାଯାଉଛି । ୧୯୧୯ ମସିହାରେ ସେ ଇଂରେଜ ସରକାରଙ୍କ ଅଧିନରେ ଥିବା ସେନାରେ ଯୋଗ ଦେଇଥିଲେ। ୧୯୨୧ ଡିସେମ୍ବରରେ ଲେଫ୍ଟନାଣ୍ଟ ୧୯୨୭ ରେ କ୍ୟାପଟେନ,୧୯୩୧ ମସିହାରେ ପେଶାଓ୍ବାର ଜେଲ ର ଡେପୁଟି ଆସିଷ୍ଟାଣ୍ଟ କ୍ବାର୍ଟର ମାଷ୍ଟର, ୧୯୩୮ ରେ ମେଜର ଭାବେ ପଦୋନ୍ନତି ହୋଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ଓ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ସେ ସଫଳତାର ସହ ସେନାର ନେତ୍ବତ୍ବ ନେଇଥିଲେ। ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ୧୯୪୯ ମସିହା ଜାନୁୟାରୀ ୧୫ ତାରିଖରେ ଭାରତୀୟ ସେନାଧ୍ୟକ୍ଷର ଦାୟିତ୍ବ ମିଳିଥିଲା। ଯାହା ଭାରତୀୟ ସୈନିକଙ୍କ ପାଇଁ ଏକ ଐତିହାସିକ ଦିନ। ଏହି ଉେଦ୍ଦଶ୍ୟରେ ପ୍ରତିବର୍ଷ ଜାନୁୟାରୀ ୧୫ ତାରିଖକୁ ସେନା ଦିବସ ଭାବେ ପାଳନ କରାଯାଉଛି। ଭାରତୀୟ ସେନାରୁ ଅବସର ନେବା ପରେ ୧୯୫୬ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଓ ନୁଜିଲାଣ୍ଡରେ ହାଇକମିଶନର ଭାବେ କାର୍ଯ୍ୟ କରିଥିଲେ। ୧୫ ମେ ୧୯୯୩ ରେ ତାଙ୍କର ମୃତ୍ୟୁ ହୋଇଥିଲା


ଚଳିତ ବର୍ଷ ଦେଶ ପାଳନ କରିବ ୭୭ ତମ ସେନା ଦିବସ


ବିଶ୍ବରେ ଆମେରିକା , ଚାଇନା, ଋଷ ସେନାଭଳି ଏବେ ଭାରତୀୟ ସେନା ମଧ୍ୟ ଶକ୍ତିଶାଳୀ। ସେ ଶତୃପକ୍ଷଙ୍କୁ ମୁହତୋଡ ଜବାବ ହେଉ କିମ୍ବା ବିପର୍ଯ୍ୟୟ ସମୟରେ ଧର୍ଯ୍ୟର ସହ କାର୍ଯ୍ୟ କରିବା ସବୁଥିରେ ପରାକାଷ୍ଠା ଦେଖାଇ ଆସୁଛି ଭାରତୀୟ ସ୍ଥଳସେନା। ଏହି ଦିନରେ ସେନାରେ କାର୍ଯ୍ୟ କରୁଥିବା ଯବାନ ମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ମେଡାଲ ପ୍ରଦାନ କରାଯାଇଥାଏ। ଚିତାକର୍ଷକ ଷ୍ଟଣ୍ଟ ସହ ପେରଡ ପ୍ରଦର୍ଶନ କରାଯାଇଥାଏ।



army-day-to-be-celebrated-tomorrow- | Argus News