୩ ସାଙ୍ଗ, ୩ ସେନାମୁଖ୍ୟ: ସଫଳ କରିଦେଖାଇଲେ 'ଅପରେସନ୍ ସିନ୍ଦୂର'

ଅପରେସନ୍ ସିନ୍ଦୂର, ନାଁ ଶୁଣିଲା ବେଳକୁ ପାକିସ୍ତାନ ଥରହର। ପହଲଗାମର ବଦଲା ନେଇଛି ଅପରେସନ୍ ସିନ୍ଦୂର। ଯାହାଠାରୁ ଶୁଣିବେ ସମସ୍ତେ ଭାରତର ଏହି ପଦକ୍ଷେପକୁ ଭୂରି ଭୂରି ପ୍ରଶଂସା କରୁଛନ୍ତି। ପାକିସ୍ତାନ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପାକିସ୍ତାନ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଭାରତର ତିନି ସେନା ମିଳିତ ଭାବେ ରଣନୀତି ପ୍ରସ୍ତୁତ କରି ଅପରେସନ୍ ସିନ୍ଦୂରକୁ ସଫଳ କରିଦେଖାଇଛନ୍ତି । ତେବେ ଜାଣିଛନ୍ତି କି, ଏହି ଅପରେସନ ପଛରେ ରହିଛି ଗଜବ ସଂଯୋଗ । ପାକିସ୍ତାନରେ ହୋଇଥିବା ଅପରେସନ୍ ସିନ୍ଦୂର ସଫଳରେ ତିନିଜଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏକାଠି ତିନିଜଣ ଅପରେସନ୍ ସିନ୍ଦୂରର ରଣନୀତି ପ୍ରସ୍ତୁତ କରିଥିଲେ ।
ତିନି ସେନାର ପ୍ରମୁଖ ହେଉଛନ୍ତି, ୩ ସାଙ୍ଗ । ତିନି ସେନା ଅଧ୍ୟକ୍ଷ NDA ର ୧୯୮୪ ବ୍ୟାଚରୁ ପାସ୍ ଆଉଟ୍ ହୋଇଛନ୍ତି । ୩ ଜଣ ବ୍ୟାଚମେଟ୍ ମଧ୍ୟ ରହିଥିଲେ । ୩ ସାଙ୍ଗ ସ୍ଥଳସେନା, ନୌସେନା ଏବଂ ବାୟୁସେନାର ନେତୃତ୍ୱ ନେଉଛନ୍ତି ।ତେବେ ଆସନ୍ତୁ ଜାଣିବା ଏହି ତିନି ସେନାଧ୍ୟକ୍ଷ କିଏ ? ଭାରତରେ ସ୍ଥଳସେନା, ନୌସେନା ଏବଂ ବାୟୁସେନା ଏହି ତିନି ସେନାର ଅଲଗା ଅଲଗା ଅଧ୍ୟକ୍ଷ ଅଛନ୍ତି, ଯାହାଙ୍କୁ ସେନାଧ୍ୟକ୍ଷ କୁହାଯାଏ । ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସ୍ଥଳସେନାର ସେନାଧ୍ୟକ୍ଷ ଥିବା ବେଳେ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ନୌସେନାର ସେନାଧ୍ୟକ୍ଷ ଏବଂ ବାୟୁସେନାର ଦାୟିତ୍ୱ ଏୟାର ମାର୍ଶଲ ଅମରପ୍ରୀତ ସିଂ ସମ୍ଭାଳୁଛନ୍ତି । ଜାଣନ୍ତୁ କେମିତି ଅପରେସନ୍ ସିନ୍ଦୂରକୁ ସଫଳ କରିଥିଲେ ତିନି ସାଙ୍ଗ ।
📱 Get Argus News App
✨ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ: ୩୦ ଜୁନ୍ ୨୦୨୪ ରେ ଭାରତୀୟ ସେନାରେ ସ୍ଥଳସେନା ମୁଖ୍ୟ (Chief of Army Staff, COAS) ଭାବରେ ନିଯୁକ୍ତ କରାଯାଇଥିଲା । ୧ ଜୁଲାଇ ୧୯୬୪ ରେ ମଧ୍ୟପ୍ରଦେଶର ରେୱାରେ ଜନ୍ମିତ ଉପେନ୍ଦ୍ର ଦ୍ୱିବେଦୀ ସୈନିକ ସ୍କୁଲ, ରେୱାରୁ ନିଜର ପ୍ରାରମ୍ଭିକ ଶିକ୍ଷାଗ୍ରହଣ କରିଥିଲେ। ସେ ୧୯୭୩ ରେ ସୈନିକ ସ୍କୁଲରେ ଆଡମିଶନ ନେଇଥିଲେ ଏବଂ ୧୯୮୧ ରେ ପାସଆଉଟ୍ ହୋଇଥିଲେ । ଏହି ସମୟରେ ଆଡମିରାଲ ଦିନେଶ ତ୍ରିପାଠୀ ତାଙ୍କର ବ୍ୟାଚମେଟ୍ ଥିଲେ । ଦିନେଶ ତ୍ରିପାଠୀ ବର୍ତ୍ତମାନ ନୌସେନାର ସେନାଧ୍ୟକ୍ଷ ଅଛନ୍ତି ।
ପରେ ଉପେନ୍ଦ୍ର ଦ୍ୱିବେଦୀଙ୍କର ସିଲେକ୍ସନ ଏନଡିଏରେ ହୋଇଗଲା । ଯାହା ପରେ ସେ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ (NDA), ଖଡକୱାସଲାରୁ ଗ୍ରାଜୁଏସନ କଲେ । ଏଠାରେ ତାଙ୍କୁ ଶାରୀରିକ ପ୍ରଶିକ୍ଷଣରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବ୍ଲୁ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଏହା ପରେ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଭାରତୀୟ ସାମରିକ ଏକାଡେମୀ (IMA), ଡେରାଡୁନରୁ ୧୫ ଡିସେମ୍ବର ୧୯୮୪ ରେ ଜମ୍ମୁ ଏବଂ କାଶ୍ମୀର ରାଇଫଲ୍ସର ୧୮ ତମ ବାଟାଲିୟନରେ କମିସନ କରାଯାଇଥିଲା ।
ଏଠାରେ ମଧ୍ୟ ତାଙ୍କୁ ଶାରୀରିକ ପ୍ରଶିକ୍ଷଣରେ ସ୍ୱର୍ଣ୍ଣ ପଦକ ମିଳିଥିଲା । ଉପେନ୍ଦ୍ର ଦ୍ୱିବେଦୀ ସାମରିକ ଅଧ୍ୟୟନ ଏବଂ ସାମରିକ ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି ଏହା ବ୍ୟତୀତ ତାଙ୍କ ପାଖରେ ଏମ.ଫିଲ୍.(ପ୍ରତିରକ୍ଷା ଏବଂ ପରିଚାଳନା ଅଧ୍ୟୟନ)ର ଡିଗ୍ରୀ ମଧ୍ୟ ଅଛି । ୩୯ ବର୍ଷର କ୍ୟାରିୟରରେ ଉପେନ୍ଦ୍ର ଦ୍ୱିବେଦୀ ଜମ୍ମୁ-କାଶ୍ମୀର, LAC, ଏବଂ ଉତ୍ତର ପୂର୍ବରେ ଆତଙ୍କବାଦ ବିରୋଧୀ ଏବଂ ସୀମା ସୁରକ୍ଷା ସହିତ ଅନେକ ଅଭିଯାନରେ ସାମିଲ ହୋଇଛନ୍ତି ।
ଏୟାର ମାର୍ଶଲ ଅମର ପ୍ରୀତ ସିଂହ: ୩୦ ସେପ୍ଟେମ୍ବର ୨୦୨୪ ରେ ଏୟାର ମାର୍ଶଲ ଅମର ପ୍ରୀତ ସିଂହଙ୍କୁ ବାୟୁସେନା ପ୍ରମୁଖ (Chief of Air Staff, CAS) ରୂପେ ନିଯୁକ୍ତ କରାଯାଇଥିଲା । ୧୯୬୪ ଅକ୍ଟୋବର ୨୭ ତାରିଖରେ ତାଙ୍କର ଜନ୍ମ । ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ (NDA), ଖଡକୱାସଲାରୁ ଗ୍ରାଜୁଏସନ କରିଛନ୍ତି । ସେ ଉପେନ୍ଦ୍ର ଦ୍ୱିବେଦୀ ଏବଂ ଦିନେଶ ତ୍ରିପାଠୀଙ୍କ ସହିତ ୧୯୮୪ ର ଏନଡିଏ ବ୍ୟାଚମେଟ୍ ରହିଛନ୍ତି । ଅମର ପ୍ରୀତ ସିଂହ ଜଣେ ପ୍ରଶିକ୍ଷିତ ଫାଇଟର ପାଇଲଟ । ମିଗ-୨୧, ମିଗ-୨୯, ସୁଖୋଇ-୩୦ MKI, ଏବଂ ଅନ୍ୟ ବିମାନଗୁଡ଼ିକୁ ସେ ଉଡ଼ାଇଛନ୍ତି । ସେ ଫ୍ଲାଇଙ୍ଗ ଇନଷ୍ଟ୍ରକ୍ଟର ଏବଂ ଟେଷ୍ଟ୍ ପାଇଲଟ ମଧ୍ୟ ରହିଛନ୍ତି । ଏହା ବ୍ୟତୀତ ସେ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ (DSSC), ୱେଲିଙ୍ଗଟନ, ନ୍ୟାସନାଲ ଡିଫେନ୍ସ କଲେଜ (NDC), ନୂଆଦିଲ୍ଲୀରୁ ମଧ୍ୟ ଟ୍ରେନିଂ ନେଇଛନ୍ତି ।
ଆଡମିରାଲ ଦିନେଶ କୁମାର ତ୍ରିପାଠୀ: ୩୦ ମେ ୨୦୨୪ ରେ ନୌସେନା ପ୍ରମୁଖ (Chief of Naval Staff, CNS) କରାଯାଇଛି । ଦିନେଶ ତ୍ରିପାଠୀଙ୍କର ଜନ୍ମ ୧୫ ମେ ୧୯୬୪ ରେ ଉତ୍ତରପ୍ରଦେଶର ଏକ ଗାଁରେ ହୋଇଥିଲା । ବାପା ଜଣେ ଶିକ୍ଷକ ଥିବାରୁ ଗାଁର ସରକାରୀ ସ୍କୁଲରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ଦିନେଶଙ୍କ ଆଡମିଶନ ୧୯୭୩ ରେ ସୈନିକ ସ୍କୁଲ, ରେୱାରେ ହୋଇଗଲା । ଯେଉଁଠାରୁ ସେ ୧୯୮୧ ରେ ପାସଆଉଟ୍ ହୋଇଥିଲେ । ଉପେନ୍ଦ୍ର ଦ୍ୱିବେଦୀ ତାଙ୍କର ବ୍ୟାଚମେଟ୍ ଥିଲେ ।
ଏଠାରୁ ପାସଆଉଟ୍ ହେବା ପରେ ଦିନେଶଙ୍କ ସିଲେକ୍ସନ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ (NDA), ପୁଣେ ପାଇଁ ହୋଇଗଲା ଯେଉଁଠାରୁ ସେ ଗ୍ରାଜୁଏସନ କରିଥିଲେ । ସେ ଭାରତୀୟ ନୌସେନା ଏକାଡେମୀ, ଏଝିମାଲାରୁ ନୌସେନାର ପ୍ରଶିକ୍ଷଣ ନେଇଛନ୍ତି । ଏହା ବ୍ୟତୀତ ସେ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ (DSSC), ୱେଲିଙ୍ଗଟନର ଷ୍ଟାଫ୍ କୋର୍ସରେ ପଦକ ଜିତିଛନ୍ତି ।
ଦିନେଶ ନେଭାଲ ହାୟର କମାଣ୍ଡ କୋର୍ସ, କରଞ୍ଜରୁ ନୌସେନା ସଞ୍ଚାଳନର ଟ୍ରେନିଂ ନେଇଛନ୍ତି । ଏହା ସହିତ ୟୁଏସ ନେଭାଲ ୱାର କଲେଜ, ନ୍ୟୁପୋର୍ଟରୁ ନୌସେନା କମାଣ୍ଡ କୋର୍ସ କରିଛନ୍ତି । ସେ ପଶ୍ଚିମ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଙ୍ଗ ଇନ ଚିଫ୍ ପଦରେ ମଧ୍ୟ ରହିଛନ୍ତି । ଉପ ନୌସେନା ପ୍ରମୁଖ (୨୦୨୩-୨୦୨୪) ଭାବରେ ନୌସେନା ସଞ୍ଚାଳନ ଏବଂ ନୀତି ନିର୍ମାଣରେ ମଧ୍ୟ ଭୂମିକା ନିଭାଇଛନ୍ତି ।

