Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ସେନାର ମୁହଁତୋଡ ଜବାବ,ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ

Sangram Tripathy
Browse all articles by Sangram Tripathy
·1 year ago·1 min read
ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ସେନାର ମୁହଁତୋଡ ଜବାବ,ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ

ଅର୍ଗସ ବ୍ୟୁରୋ:ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ସେନାର ମୁହଁତୋଡ ଜବାବ।  ଶ୍ରୀନଗରରେ ୨ ବର୍ଷ ପରେ ହୋଇଛି କୌଣସି ଏନକାଉଣ୍ଟର। ଗୋଟିଏ ଦଶନ୍ଧି ହେଲା ଜାମ୍ମୁ-କାଶ୍ମୀରରେ ସକ୍ରିୟ ପାକିସ୍ତାନୀ ଆତଙ୍କବାଦୀ ନିପାତ।  ଲସ୍କରଏ ତୈୟବାର ଶୀର୍ଷ ପାକିସ୍ତାନୀ କମାଣ୍ଡର ଓ ଅନ୍ୟ ୨ଆତଙ୍କବାଦୀର ହୋଇଛି ମୃତ୍ୟୁ। ଗୁଳି ବିନିମୟରେ ୪ ଜଣ ଯବାନ ଆହତ ହୋଇଛନ୍ତି । କଚୱାନ ଅଞ୍ଚଳରେ ସେନା ପାଟ୍ରୋଲିଂ ଗାଡ଼ି ଉପରେ ଆତଙ୍କବାଦୀଙ୍କ ଅନ୍ଧାଧୁନିଆ ଗୁଳିମାଡ଼ ପରେ ପାଲଟା ଜବାବ ଦେଇଛି ସୁରକ୍ଷାବଳ । ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀ ନିରୋଧୀ ଅପରେସନକୁ ଜୋରଦାର କରିଛି ସେନା ।

ଶାଂଗସ୍ ଲାର୍ନୁର ଘଞ୍ଚ ଜଙ୍ଗଲ ମଧ୍ୟରେ ଏକାଧିକ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଆତଙ୍କବାଦୀ ଆକ୍ରମଣକୁ ନେଇ ତେଜିଛି ଜମ୍ମୁ କାଶ୍ମୀର ରାଜନୀତି । ନିର୍ବାଚନ ପରେ ଆତଙ୍କବାଦୀ ଆକ୍ରମଣ ଘଟଣା ବୃଦ୍ଧିକୁ ନେଇ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କ ବୟାନକୁ ନେଇ ବିବାଦ ବଢ଼ିଛି । ଆତଙ୍କବାଦୀ ଆକ୍ରମଣ ପଛରେ କୌଣସି ଏଜେନ୍ସିର ହାତ ଥିବା ସନ୍ଦେହ ପ୍ରକାଶ କରିଥିଲେ ପାରୁକ ଅବଦୁଲ୍ଲା । ଏପରି ବୟାନକୁ ନିଜ ଗୋଡ଼ରେ କୁରାଢ଼ୀ ଚୋଟ କହି ଏନସିକୁ ଆଟାକ୍ କରିଛି ବିଜେପି । ରାଜ୍ୟରେ ସରକାର ଗଠନ ପରେ ନ୍ୟାସନାଲ କନଫରେନ୍ସ ଯେକୌଣସି ଘଟଣା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ନିଜ ଦୁର୍ବଳତାକୁ ପଦାରେ ପକାଉଛି ବୋଲି କହିଛନ୍ତି ବିଜେପି ନେତା ନଳିନୀ କୋହଲୀ । ଆତଙ୍କବାଦୀଙ୍କୁ ସମୂଳେ ବିନାଶ କରିବାକୁ ମୋଦି ସରକାର ସେନାକୁ ସଶକ୍ତ କରିଛନ୍ତି । ଯାହାଫଳରେ ରାଜ୍ୟରେ ଦୀର୍ଘ ୧୦ ବର୍ଷ ପରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ସମ୍ଭବପର ହୋଇପାରିଛି ବୋଲି କହିଛନ୍ତି ଜମ୍ମୁ କାଶ୍ମୀର ବିଜେପି ସଭାପତି ରବୀନ୍ଦର ରାଇନା   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Army retaliated against terrorists in Jammu and Kashmir, 3 terrorists were killed in the encounter | Argus News