Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବସନ୍ତ ପଞ୍ଚମୀରେ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ପାଲଟିଲା ଜନସମୁଦ୍ର

National

ବସନ୍ତ ପଞ୍ଚମୀରେ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ପାଲଟିଲା ଜନସମୁଦ୍ର

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ବସନ୍ତ ପଞ୍ଚମୀରେ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ପାଲଟିଲା ଜନସମୁଦ୍ର

ଆସ୍ଥାର ମହାକୁମ୍ଭରେ ସନାତନର ବୈଭବ
ବସନ୍ତ ପଞ୍ଚମୀରେ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ପାଲଟିଲା ଜନସମୁଦ୍ର
13ଟି ଆଖଡ଼ାର ସାଧୁ ସନ୍ଥଙ୍କ ସହ ଅମୃତ ସ୍ନାନ କଲେ ପ୍ରାୟ 2 କୋଟି ଶ୍ରଦ୍ଧାଳୁ
ମୌନୀ ଅମାବାସ୍ୟା ଅଘଟଣ ପରେ ଯୋଗୀ ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥା


ଅର୍ଗସ ବ୍ୟୁରୋ :ବସନ୍ତ ପଞ୍ଚମୀରେ ଅମୃତ ସ୍ନାନ । ନାଗାସାଧୁଙ୍କ ସହ ବୁଡ଼ ପକାଇଛନ୍ତି କୋଟି କୋଟି ଭକ୍ତ । ଅମୃତ ସ୍ନାନ କରିଛନ୍ତି 13ଟି ଆଖଡ଼ାର ସାଧୁ ସନ୍ଥ । 7ଟି ଶୈବ ଆଖଡ଼ା, 3 ବୈରାଗୀ ଆଖଡ଼ା, 2 ଉଦାସୀନ ଆଖଡ଼ା ଏବଂ ନିର୍ମଳ ଆଖଡ଼ା ପାରମ୍ପରିକ ରୀତିନୀତି ପରେ ତ୍ରିବେଣୀ ସଂଗମ ମୁହାଁ ହେଲେ । ହଜାର ହଜାର ସାଧୁଙ୍କ ଶୋଭାଯାତ୍ରା ଯୋଗୁଁ ଜନସମୁଦ୍ର ପାଲଟିଲା କୁମ୍ଭମେଳାସ୍ଥଳ ।

ମୌନୀ ଅମାବାସ୍ୟାରେ ସାଧାରଣ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଯୋଗୁଁ ନିଜ ଆଡୁ ବୁଡ଼ ପକାଇବାରେ ବିଳମ୍ବ କରିଥିଲେ ଆଖଡ଼ାର ସାଧୁସନ୍ଥ । ପ୍ରଥମେ ସାଧାରଣ ଲୋକଙ୍କୁ ଅମୃତ ସ୍ନାନ କରିବାକୁ ସୁଯୋଗ ଦେଇଥିଲେ। କିନ୍ତୁ ଆଜି ଯୋଗୀ ପ୍ରଶାସନ ପକ୍ଷରୁ କରାଯାଇଥିଲା କଡ଼ା ବ୍ୟବସ୍ଥା । ଏଥିପାଇଁ ବ୍ରାହ୍ମ ମୁହୂର୍ତ୍ତରୁ ଆଖଡ଼ାର ସନ୍ଥମାନେ ପାଟ ପଟୁଆରରେ ଯାଇ କରିଥିଲେ ସାହି ସ୍ନାନ।
ସାଧୁ ସନ୍ଥଙ୍କ ସହ ଆଜି ପ୍ରାୟ 2 କୋଟି ଶ୍ରଦ୍ଧାଳୁ ମଧ୍ୟ ପକାଇଛନ୍ତି ପବିତ୍ର ବୁଡ଼। ଏମାନଙ୍କ ଭିତରେ ସାମିଲ ଥିଲେ ବହୁ ସଂଖ୍ୟାରେ ବିଦେଶୀ ଭକ୍ତ । ତ୍ରିବେଣୀ ସଙ୍ଗମରେ ଅମୃତ ସ୍ନାନ କରି ସନାତନ ଧର୍ମ ବିଶ୍ୱାସର ଅଦ୍ଭୁତ ଅନୁଭବ ହେୋଇଥିବା କହିଛନ୍ତି । ଇଏ ଆଶ୍ଚର୍ଯ୍ୟଜନକ ଅନୁଭବ। ଭାରତ, ମା ଗଙ୍ଗା, ଯମୁନା, ସରସ୍ୱତୀ, ଏଠିକାର ଲେୋକ ଏବଂ ଋଷିମାନଙ୍କୁ ଧନ୍ୟବାଦ ଦେଇଛନ୍ତି ବିଦେଶୀ।

ଗତ 29 ତାରିଖରେ ହୋଇଥିବା ଦଳାଚକଟା ଘଟଣାରୁ ଶିକ୍ଷା ନେଇ ବସନ୍ତ ପଞ୍ଚମୀ ମହାକୁମ୍ଭରେ କରାଯାଇଥିଲା କଡ଼ା ସୁରକ୍ଷା ବ୍ୟବସ୍ଥା। ଶେଷ ଅମୃତ ସ୍ନାନ ପାଇଁ ଅପରେସନ 11 ଲଞ୍ଚ କଲା । ଏହା ଅନୁସାରେ ଭକ୍ତଙ୍କୁ କୌଣସିଠାରେ ଅଟକିବାକୁ ଦିଆଗଲା ନାହିଁ। ବସିବା ବା ଶୋଇବାର କୌଣସି ସମ୍ଭାବନା ହିଁ ନ ଥିଲା।
ହ୍ବିସିଲର ସ୍ବର ଲଗାତାର ଆସୁଥିଲା। ସିଭିଲ୍ ଡିଫେନ୍ସର ଲୋକେ ଆଲର୍ଟ ଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ପକ୍କା ବ୍ୟବସ୍ଥା କରାଯାଇଥିଲା। ବହୁ ସଂଖ୍ୟାରେ ଅଧିକ ପୋଲିସ ଫୋର୍ସ ମୁତୟନ ଥିଲେ। ଘୋଡ଼ାରେ ସବାର ପୋଲିସ ଲଗାତାର ଲୋକଙ୍କୁ ସ୍ନାନ ସାରି ଘାଟ ଖାଲି କରିବାକୁ ଓ ସେଠାରୁ ଯିବାକୁ ନିର୍ଦ୍ଦେଶ ଦେଉଥିଲେ। ତେବେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଗତଥରଠାରୁ ଏଥର ବହୁ କମ୍ ଥିବାର ଦେଖାଗଲା।

କୁମ୍ଭମେଳାରେ ଆଜି ସୁଦ୍ଧା ତିନିଟି ସାହି ସ୍ନାନ ହୋଇଥିବା ବେଳେ ବାକି ଅଛି ଆଉ ଦୁଇଟି ସାହିସ୍ନାନ । ଫେବୃଆରୀ ୧୨ ମାଘ ପୂର୍ଣ୍ଣିମା ଓ ଫେବୃଆରୀ ୨୬ ମହା ଶିବରାତ୍ରି ଅବସରରେ ସାହିସ୍ନାନ ହେବ । ୫ଟି ସାହିସ୍ନାନରେ ମୋଟ ୪୫କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Around 2 crore devotees bathed in mahakumbh for basant panchami occasion | Argus News