ପଶ୍ଚିମବଙ୍ଗରେ ସୀମା ଟପିଲା ବର୍ବରତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସୀମା ଟପିଲା ବର୍ବରତା । କୋଲକାତାର ଆର୍. ଜି ସରକାରୀ ମେଡିକାଲ କଲେଜ ମହିଳା ଡାକ୍ତରଙ୍କ ସହ ପାଶବିକତା । ସେମିନାର କକ୍ଷରୁ ମିଳିଥିଲା କ୍ଷତାକ୍ତ ମୃତଦେହ । ଆଉ ସେହି ସମୟରେ ଦୁଇ ଆଖିରୁ ବୋହୁଥିଲା ରକ୍ତ । ପୀଡ଼ିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମାମଲାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ପୋଲିସ ଏସଆଇଟି ଗଠନ କରିଛି ।
ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ଟ୍ରେନି ଡାକ୍ତରଙ୍କୁ ଯୌନ ଉତ୍ପୀଡନ କରାଯାଇଥିବା ଜଣାପଡିଛି । ରାତି ୩ଟାରୁ ସକାଳ ୬ଟା ମଧ୍ୟରେ ଅପରାଧ ହୋଇଥିବା ପୋଲିସ କହିଛି । ତେବେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ମମତା ବାନାର୍ଜୀଙ୍କ ସରକାର ମାମଲାକୁ ଗୁରୁତର ସହ ନେଉନଥିବା ନେଇ ପଶ୍ଚିମବଙ୍ଗ ବିରୋଧୀ ଦଳ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି । ଟ୍ରେନି ଡାକ୍ତରଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗରେ ମେଡିକାଲ କଲେଜର ନର୍ସିଂ ଷ୍ଟାଫ୍ ଏବଂ ପିଜି ଛାତ୍ରଛାତ୍ରୀ ରାଲି କରିଥିଲେ ।
ଅଧିକ ପଢନ୍ତୁ ଭାରତ ଖବର