ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା
·1 year ago

ଅର୍ଗସ ବ୍ୟୁରୋ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା। ବାଂଲାଦେଶର ଗୋଟିଏ କୋର୍ଟ ତାଙ୍କ ବିରୋଧରେ ଏପରି ୱାରେଣ୍ଟ ଜାରି କରିଛନ୍ତି।ଛାତ୍ର ଆନ୍ଦୋଳନ ଯୋଗୁ ଅଗଷ୍ଟ ମାସରେ ହସିନା ଦେଶ ଛାଡ଼ି ଭାରତ ଚାଲି ଆସିଥିଲେ। ଏବେ ସେ ଅଜ୍ଞାତ ସ୍ଥାନରେ ଆଶ୍ରୟ ନେଇଛନ୍ତି। ସେ ଭାରତରେ ଥିବା ବେଳେ ତାଙ୍କ ନାଁରେ ଏକାଧିକ ମାମଲା ବାଂଲାଦେଶରେ ରୁଜୁ କରାଯାଇଥିଲା। ଏବେ କୋର୍ଟ ତାଙ୍କୁ ନଭେମ୍ବର ୧୮ ସୁଦ୍ଧା ଗିରଫ କରି ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବାଂଲାଦେଶ ଛାଡ଼ିବା ପରେ ଶେଖ ହସିନାଙ୍କୁ ଶେଷଥର ପାଇଁ ନୂଆଦିଲ୍ଲୀ ସ୍ଥିତ ମିଲାଟାରୀ ଏୟାରବେସ ନିକଟରେ ଦେଖିବାକୁ ମିଳିଥିଲା। ଭାରତରେ ତାଙ୍କ ଉପସ୍ଥିତି କୁ ନେଇ ବିବାଦିୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବାଂଲାଦେଶର ଅନ୍ତରୀଣ ସରକାର ହସିନାଙ୍କ କୂଟନୀତିକ ପାସପୋର୍ଟକୁ ମଧ୍ୟ ରଦ୍ଦ କରିଦେଇଛନ୍ତି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: