Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେବଳ ନୀରଜଙ୍କ ପାଇଁ ପାକ୍‌ ଖେଳାଳୀ ଜିତିଲେ, ନହେଲେ....

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
କେବଳ ନୀରଜଙ୍କ ପାଇଁ ପାକ୍‌ ଖେଳାଳୀ ଜିତିଲେ, ନହେଲେ....

Key Points

  • ପାକିସ୍ତାନକୁ ସୁନା ମିଳିବା ପଛରେ ନୀରଜଙ୍କ ମହାନତା
  • ନିଜ ଦେଶ ଶୁଣିଲାନି, ନୀରଜ ଶୁଣିଲେ
  • ସୁନା ପୁଅ ଅନ୍ୟ ଖେଳାଳିଙ୍କ ପୂରଣ କଲେ ସ୍ଵପ୍ନ 

ଅର୍ଗସ ବ୍ୟୁରୋ : ଜାଭେଲିନ ଥ୍ରୋ ଖୋଳାଳି ନୀରଜ ଚୋପ୍ରାଙ୍କୁ ନେଇ ବଢିଲା ଚର୍ଚ୍ଚା । କାରଣ ଆଜିକା ସମୟରେ ଅନ୍ୟକୁ ସାହାଯ୍ୟ କରିବାର ବ୍ୟକ୍ତିତ୍ଵ କୋଚିତ୍‌ ଦେଖାଯାଏ । ହେଲେ ନୀରଜ ନିଜର ପ୍ରତିଦ୍ଵନ୍ଦ୍ଵୀଙ୍କୁ ଏମିତି ସାହାଯ୍ୟ କରିଛନ୍ତି ଯେ ପୁରା ବିଶ୍ଵ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛି ।  କଥାରେ ଅଛି ବିପଦ ବେଳେ ଯେ ସାହାଯ୍ୟ କରେ ସେ ହିଁ ପ୍ରକୃତ ବନ୍ଧୁ । ଠିକ୍‌ ସେମିତି ପାକିସ୍ତାନର ଜାଭେଲିନ୍‌ ଥ୍ରୋ ଖେଳାଳି ଅର୍ଶଦଙ୍କୁ ପୁରା ଦିଲ୍‌ ସେ ସାହାଯ୍ୟ କରିଥିଲେ ନୀରଜ । କାରଣ ଅର୍ଶଦଙ୍କ ଦୁଃଖ ନିଜ ଦେଶ ପାକିସ୍ତାନ ଶୁଣୁନଥିଲା ସେତେବେଳେ ସାହାଯ୍ୟର ହାତ ବଢାଇଥିଲେ ନୀରଜ ଚୋପ୍ରା । ଖାଲି ସାହାଯ୍ୟର ହାତ ବଢାଇଥିଲେ ତାହା ନୁହେଁ ବରଂ ଆଗକୁ ଯିବାକୁ ପ୍ରେରଣା ବି ଦେଇଥିଲେ । 

ପ୍ୟାରିସ ଅଲମ୍ପିକ୍ସରେ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପାକିସ୍ତାନର ଆଥଲେଟ ଅର୍ଶଦ ନଦୀମ । ଯାହାଙ୍କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ହେଲେ ଏହା ପଛରେ ଥିବା ରହସ୍ୟ ଉପରୁ ପରଦା ଉଠିଛି । କାରଣ ଅର୍ଶଦଙ୍କ ପାଖରେ ଅଭ୍ୟାସ ପାଇଁ ଜାଭେଲିନ ନଥିବା ବେଳେ ତାଙ୍କୁ ସାହାଯ୍ୟ କରିଥିଲେ ଭାରତର ସୁନା ପୁଅ ନୀରଜ ଚୋପ୍ରା । ଯେତେବେଳେ ପାକିସ୍ତାନ ସରକାର ଓ ତାଙ୍କ କୋଚ୍‌ କେହି ତାଙ୍କୁ ସାହାଯ୍ୟ କରୁନଥିଲେ ସେତେବେଳେ ଏ ଖବର ପହଞ୍ଚିଥିଲା ନୀରଜଙ୍କ ପାଖରେ । କାଳବିଳମ୍ବ ନକରି ସଙ୍ଗେ ସଙ୍ଗେ ବଢାଇଥିଲେ ସାହାଯ୍ୟର ହାତ । ଯାହା ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ନୀରଜଙ୍କ ମଣିଷ ପଣିଆ କୋଟି କୋଟି ଭାରତୀୟଙ୍କ ମନଜିଣିଛି ।

ତେବେ ଲଗାତାର ଦ୍ୱିତୀୟ ଥର ପାଇଁ ଅଲମ୍ପିକ୍ସରେ ପଦକ ଆଣିଛନ୍ତି ଭାରତ-ପାକିସ୍ତାନର ଏହି ଦୁଇ ଖେଳାଳି । ପୂର୍ବଥର ନୀରଜ ସ୍ୱର୍ଣ୍ଣ ଜିତିଥିବା ବେଳେ ଏଥର ନଦୀମ ଜିତିଛନ୍ତି ସ୍ୱର୍ଣ୍ଣ । ନଦୀମଙ୍କ ସଂଘର୍ଷ ଆଜି ତାଙ୍କୁ ବିଶ୍ୱ ବିଜେତା ବନାଇଛି । ୨୦୧୫ରୁ ନଦୀମ ଆନ୍ତର୍ଜାତୀୟ ଷ୍ଟେଜରେ ଭଲ ପ୍ରଦର୍ଶନ କରିଆସୁଛନ୍ତି । ସ୍ୱର୍ଣ୍ଣ ଜିତିବାର ୫ ମାସ ପୂର୍ବରୁ ତାଙ୍କ ପାଖରେ ଅଭ୍ୟାସ କରିବା ପାଇଁ ଜାଭେଲିନ ନଥିଲା । ସେଥିପାଇଁ ସେ ପାକିସ୍ତାନ ସ୍ପୋର୍ଟ୍ସ ଫେଡେରସନ୍ ଓ କୋଚଙ୍କୁ ଭଲ ଜାଭେଲିନ ଓ ଉଚ୍ଚମାନର ଟ୍ରେନିଂ ଦାବା ପାଇଁ ଅନୁରୋଧ କରିଥିବା ସୁଦ୍ଧା ତାଙ୍କୁ କୌଣସି ସୁଫଳ ମିଳିନଥିଲା । ନୀରଜ କିନ୍ତୁ ବନ୍ଧୁ ନଦୀମଙ୍କ ଦୁଃଖ ବୁଝିପାରି ତାଙ୍କୁ ଏକ ଜାଭେଲିନ ଗିଫ୍ଟ କରିଥିଲେ । କେବଳ ସେଇଥି ଲାଗି ସେ ସୁନା ଜିତିଛନ୍ତି ବୋଲି କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନଦୀମ, ପ୍ରଥମ ରାଉଣ୍ଡର ଦ୍ୱିତୀୟ ପ୍ରୟାସରେ ୯୨.୯୭ର ଥ୍ରୋ ମାରି ଅଲିମ୍ପିକ୍ସରେ ରେକର୍ଡ ଭାଙ୍ଗି ଦେଇଛନ୍ତି । ଏହା ପୂର୍ବରୁ ଅଲିମ୍ପିକ୍ସରେ ଏହି ରେକର୍ଡ ଥୋରକିଲ୍ଡସେନ୍ ଏଣ୍ଡ୍ରିୟାସଙ୍କ ନାଁରେ ଥିଲା, ଯିଏ ୨୦୦୮ ବେଜିଂ ଅଲିମ୍ପିକ୍ସରେ ୯୦.୫୭ ମିଟରର ଥ୍ରୋ ମାରିଥିଲେ । ସେହିପରି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ପାକିସ୍ତାନର ଅର୍ଶଦ ନଦୀମ ୯୨.୯୭ ମିଟରର ଥ୍ରୋ ମାରି ଇତିହାସ ରଚିଛନ୍ତି । ଗତ କାଲି ଫାଇନାଲରେ ଅର୍ଶଦ ନିଜର ଶେଷ ଥ୍ରୋ ୯୧.୭୯ ମିଟର ମାରିଥିଲେ । ନିଜର ୬ ଥ୍ରୋରୁ ସେ ଦୁଇଟି ଥ୍ରୋ ୯୦ ମିଟରରୁ ଅଧିକ ମାରିଥିଲେ । 

ତେବେ ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ପ୍ୟାରିସ ଅଲମ୍ପିକ୍ସରେ ଏଥର ଦେଶବାସୀଙ୍କୁ ରୌପ୍ୟ ପଦକ ଭେଟିଦେଇଛନ୍ତି କିନ୍ତୁ ଓଡ଼ିଆ ପୁଅ କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ ଏରୁ ନିରାଶ ହୋଇଥିଲେ,  ଫଳରେ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି।  ଯୋଗ୍ୟତା ପର୍ଯ୍ୟାୟର ଗ୍ରୁ ଏରେ ଥିବା କିଶୋରଙ୍କ ଶ୍ରେଷ୍ଠ ପ୍ରଦର୍ଶନ କେବଳ ୮୦.୭୩ ମିଟର ରହିଥିଲା। ଏହା ଯୋଗ୍ୟତା ହାସଲ କରିବା ପାଇଁ ଧାର୍ଯ୍ୟ ୮୪ ମିଟରରୁ ଯଥେଷ୍ଟ କମ ରହିଥିଲା। କିଶୋର ସବୁବେଳେ । ହେଲେ ନୀରଜଙ୍କୁ ନିଜର ଆଦର୍ଶଭାବେ ମାନିଆସିଛନ୍ତି,ଯେତେବେଳେ କିଶୋର କୌଣସି ଟେକନିକକୁ ନେଇ ଅସୁବିଧାର ସାମ୍ନା କରନ୍ତି,ନୀରଜ ଦୋଷ ତ୍ରୁଟି ସୁଧାରି ତାଙ୍କୁ ଆଗକୁ ଯିବାକୁ ବାଟ କଢାନ୍ତି । ତାଙ୍କ ପାଇଁ ମୁଁ ଆଜି ଏହି ସ୍ଥାନରେ ପହଞ୍ଚିଛି ବୋଲି ଅନେକ ସମୟରେ କହିଛନ୍ତି କିଶୋର ।
 

Sponsored
Neeraj Chopra | Argus News