Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅରୁଣାଚଳ ପ୍ରଦେଶ: ବିଧାନସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଜେପିର ୧୦ ପ୍ରାର୍ଥୀ ବିଜୟୀ

National

ଅରୁଣାଚଳ ପ୍ରଦେଶ: ବିଧାନସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଜେପିର ୧୦ ପ୍ରାର୍ଥୀ ବିଜୟୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅରୁଣାଚଳ ପ୍ରଦେଶ: ବିଧାନସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଜେପିର ୧୦ ପ୍ରାର୍ଥୀ ବିଜୟୀ

ଅର୍ଗସ ବ୍ୟୁରୋ: ବିନା ଭୋଟିଂରେ ବିଜେପିର ବିଜୟ । ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଜେପିର 10 ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିରୋଧୀ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ନାମାଙ୍କନ ଖାରଜ ହେବା ପରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ସମେତ 10 ପ୍ରାର୍ଥୀ ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ପେମା ଖାଣ୍ଡୁଙ୍କ ସହ ଜିରୋ ଆସନରୁ ହେଗ୍ ଆପ୍ପା, ରୋଇଙ୍ଗ୍ ଆସନରୁ ମୁଚୁ ମିଥି, ସାଗାଲି ଆସନରୁ ରାତୁ ତେଜି, ଇଟାନଗର ଆସନରୁ ତେଜି କାସୋ, ତାଲି ଆସନରୁ ଜାଇକ୍ ତାକୋ ଏବଂ ତାଲିହା ଆସନରୁ ନ୍ୟାତୋ ଦୁକାମ ବିଜୟୀ ହୋଇଛନ୍ତି ।

ସେପଟେ ବିଜୟ ସହ ପେମା ଖାଣ୍ଡୁ ଲଗାତର ପଞ୍ଚମଥର ମୁଖ୍ୟମନ୍ତ୍ରୀ ହେବା ଆଡ଼କୁ ଅଗ୍ରସର ହୋଇଛନ୍ତି । ଏହା ପୂର୍ବରୁ ୨୦୧୧ରେ ସେ ମୁକ୍ତୋ ଆସନରୁ ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । କାରଣ ସେହିବର୍ଷ ତାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋର୍ଜି ଖାଣ୍ଡୁଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଅରୁଣାଚଳ ପ୍ରଦେଶରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକକାଳୀନ ହେବ। ଏପ୍ରିଲ ୧୯ ତାରିଖରେ ୬୦ ଆସନ ବିଶିଷ୍ଟ ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ନିର୍ବାଚନ ହେବ। ଜୁନ୍ ୨ ତାରିଖରେ ମତଗଣନା ହେବ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Arunachal Pradesh CM Pema Khandu and 10 BJP candidates secure victory unopposed for upcoming assembly elections | Argus News