କେଜ୍ରିୱାଲଙ୍କୁ ହାଇକୋର୍ଟରୁ ମିଳିଲା ବଡ ଝଟକା

ନୂଆଦିଲ୍ଲୀ: କେଜ୍ରିୱାଲଙ୍କୁ ହାଇକୋର୍ଟରୁ ମିଳିଲା ବଡ ଝଟକା । ଆବଶ୍ୟକ ପଡିଲେ ତାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ୱାରା ଗିରଫଦାରୀରୁ ମଧ୍ୟ ନିସ୍ତାର ମିଳିବ ନାହିଁ ବୋଲି କୋର୍ଟ ରୋକଠୋକ୍ ଶୁଣାଇ ଦେଇଛନ୍ତି । ଇ.ଡିର ସମନ ଜାରି ପରେ ମଧ୍ୟ କେଜ୍ରିୱାଲ ପଚରାଉଚରା ପାଇଁ ପହଂଚିନଥିଲେ । କୌଣସି ପ୍ରକାରରେ ଗିରଫ ହେବେ ନାହିଁ ବୋଲି ନିଶ୍ଚିନ୍ତ କଲେ ଯାଇ ସେ ଇ.ଡି ଆଗରେ ହାଜର ହେବେ ବୋଲି କୋର୍ଟକୁ ଜଣାଇଥିଲେ । ହେଲେ କୋର୍ଟ କେଜ୍ରିୱାଲଙ୍କ ସମସ୍ତ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି ।
କେଜ୍ରିୱାଲଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଇ.ଡିକୁ ପ୍ରମାଣ ମାଗିଥିଲେ । ଇ.ଡିର ଜଣେ ଅଧୀକାରୀ ସମସ୍ତ ପ୍ରମାଣ ନେଇ ବିଚାରପତିଙ୍କ ପାଖରେ ପହଂଚିବା ସହ ଜଜ୍ ଏହାର ତଦାରଖ କରିଛନ୍ତି । ସମନ ପରେ କେଜ୍ରିୱାଲ ଏହି ଡାକରା କେବଳ ପଚରା ଉଚରାରେ ସୀମିତ ରହିବା ସହ କୌଣସି ମାମଲା ରୁଜୁ କିମ୍ବା ଦଣ୍ଡ ବିଧାନ ହେବ ନାହିଁ ବୋଲି ଆଗୁଆ ଗ୍ୟାରେଣ୍ଟି ମାଗିଥିଲେ ।
ଅଧିକ ପଢନ୍ତୁ ଭାରତ ଖବର