Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - କେଜ୍ରିୱାଲଙ୍କ ଜାମିନ ଖାରଜ

National

କେଜ୍ରିୱାଲଙ୍କ ଜାମିନ ଖାରଜ

Rashmita Mishra
Browse all articles by Rashmita Mishra
·2 years ago·1 min read
କେଜ୍ରିୱାଲଙ୍କ ଜାମିନ ଖାରଜ

ଅର୍ଗସ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ମିଳିଲାନି ଅନ୍ତରିଣ ଜାମିନ। ଗିରଫ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କଲେନି ସୁପ୍ରିମକୋର୍ଟ । କୋର୍ଟ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଏହି ମାମଲାର ନିଷ୍ପତ୍ତିକୁ ସୁରକ୍ଷିତ ରଖାଯାଇଛି । ସୁପ୍ରିମକୋର୍ଟ ୯ ମେ ଏହି ମାମଲାର ଶୁଣାଣି କରିପାରନ୍ତି । କେଜ୍ରିୱାଲ ଅବକାରୀ ଦୁର୍ନିତୀ ମାମଲାରେ ନିଜ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ 

ମଦ ନୀତି ଦୁର୍ନୀତିରେ ଗିରଫ ହେବା ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ମଙ୍ଗଳବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି। ଏନେଇ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଇଡି ପକ୍ଷରୁ ହାଜର ହୋଇଥିବା ଏଏସଜି ଏସଭି ରାଜୁ ଯୁକ୍ତି ଉପସ୍ଥାପନ କରିଥିଲେ। ମନୀଷ ସିସୋଦିଆଙ୍କ ଜାମିନ ବାତିଲ ହେବା ପରେ ୧୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ବୋଲି ଏଏସଜି ରାଜୁ ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି । ଏହାର ପ୍ରତିଉତ୍ତରରେ ପଚାରିଛନ୍ତି  ୧୦୦କୋଟି କିପରି ୨-୩ ବର୍ଷରେ ୧୧୦୦କୋଟିରେ ପରିଣତ ହେଲା । 

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Argus Whatsapp Channel Mobile Top
Sponsored
arvind-kejriwal-bail-plea-all-updates-delhi-liquor-scam | Argus News