Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତିହାର ଜେଲରୁ ମୁକୁଳି ପାରିବେନି ଅରବିନ୍ଦ କେଜ୍ରିୱାଲ

National

ତିହାର ଜେଲରୁ ମୁକୁଳି ପାରିବେନି ଅରବିନ୍ଦ କେଜ୍ରିୱାଲ

Ritu Das
Browse all articles by Ritu Das
·1 year ago
ତିହାର ଜେଲରୁ ମୁକୁଳି ପାରିବେନି ଅରବିନ୍ଦ କେଜ୍ରିୱାଲ

ଅର୍ଗସ ବ୍ୟୁରୋ: ତିହାର ଜେଲରୁ ମୁକୁଳି ପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତଳ କୋର୍ଟର ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଗୁରୁବାର ଦିଲ୍ଲୀର ଗୋଟିଏ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। ହେଲେ ଜାମିନ ଉପରେ ରୋକ ଲଗାଇ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।

ତେବେ କୋର୍ଟ କହିଛନ୍ତି, କେଜ୍ରିୱାଲଙ୍କୁ ଜାମିନ ଦେବା ବେଳେ ତଳ କୋର୍ଟ ନିଜର ମୁଣ୍ଡ ଆଦୌ ଖର୍ଚ୍ଚ କରି ନଥିଲେ। ସେହିପରି ତଦନ୍ତକାରୀ ସଂସ୍ଥା ଦାଖଲ କରିଥିବା ପ୍ରମାଣକୁ ମଧ୍ୟ କୋର୍ଟ ବିଚାରକୁ ନେଇ ନ ଥିଲେ। ଟ୍ରାଏଲ କୋର୍ଟଙ୍କ ମତ ଠିକ ନୁହେଁ। ତଦନ୍ତକାରୀ ସଂସ୍ଥା ଇଡି କରିଥିବା ଆବେଦନର ବିଚାର ପାଇଁ କିଛି ସମୟ ଆବଶ୍ୟକ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Arvind | Argus News