Videos
|
National

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ସିଏମଙ୍କୁ ପଞ୍ଚମ ଥର ପାଇଁ ସମନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ସିଏମଙ୍କୁ ପଞ୍ଚମ ଥର ପାଇଁ ସମନ

ଅର୍ଗସ ବ୍ୟୁରୋ: ଦୁର୍ନୀତିଗ୍ରସ୍ତ ଇଣ୍ଡି ନେତାଙ୍କ ମୁଣ୍ଡ ଉପରେ ଝୁଲୁଛି ଇଡି ଖଣ୍ଡା । ଖଣି ଟଙ୍କା ଡିଲ୍ ଦୁର୍ନୀତି ମାମଲାରେ ଶେଷରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛି ଇଡି । ଦଶ ଥର ସମନ ଜାରି ପରେବି ଇଡିରେ ହାଜର ହୋଇନଥିବାରୁ ଶେଷରେ ରାଞ୍ଚିସ୍ଥିତ ବାସଭବନରେ ପହଞ୍ଚି ସୋରେନଙ୍କ ବୟାନ ରେକର୍ଡ କରିଛନ୍ତି ଇଡି ଅଧିକାରୀ । ଇଡି ଜେରାରେ ବିଚଳିତ ହୋଇ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ SC/ST ଆକ୍ଟରେ ମାମଲା ରୁଜୁ କରି ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ ବିଫଳ ଚେଷ୍ଟା କରିଛନ୍ତି ହେମନ୍ତ । ମୁଖ୍ୟମନ୍ତ୍ରୀଙ୍କ ଗିରଫ ଆଶଙ୍କା ନେଇ ଦଳୀୟ କର୍ମୀ ବିଭିନ୍ନ ସ୍ଥାନରେ ନାରାବାଜି କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ସିଏମ ନିବାସ, ରାଜଭବନ ଓ ଇଡି କାର୍ଯ୍ୟାଳୟ ପରିସରର ଶହେ ମିଟର ଅଞ୍ଚଳରେ 144 ଧାରା ହୋଇଛି । ମଙ୍ଗଳବାର ହେମନ୍ତଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରୁ ବିଏମଡବ୍ଲୁ ଗାଡ଼ି ଓ 36 ଲକ୍ଷ ଟଙ୍କାର କ୍ୟାସ୍ ଜବତ ପରଠାରୁ ଗିରଫଦାରି ଆଶଙ୍କା ବଢ଼ିଥିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପତ୍ନୀ କଳ୍ପନା ସୋରେନଙ୍କୁ ଗାଦିରେ ବସାଇବାକୁ ସୋରେନ ପ୍ଲାନ ବି କରିଥିବା ଚର୍ଚ୍ଚା ହେଉଛି ।

ଆଉ ଚଳିବନି ଲୁଚକାଳି ଖେଳ । ହେମନ୍ତଙ୍କୁ ଇଡି ଜେରା କରିଥିବାବେଳେ ପଞ୍ଚମ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ସମନ ଜାରି କରି ଆକ୍ସନକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡିରେ ହାଜର ହେବାକୁ ପୁଣିଥରେ ନୋଟିସ ଜାରି କରିଛି ଇଡି । ମାମଲାରେ ପୂର୍ବରୁ ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଂଜୟ ସିଂହଙ୍କ ପରି ବଡ଼ ନେତାଙ୍କ ସମେତ 10ରୁ ଅଧିକ ଗିରଫ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ଗିରଫ ହେବା ସମ୍ଭାବନା ବୃଦ୍ଧି ପାଇଛି ।

ଇଡିର ହାଜର ହେବାକୁ 2023 ଜାନୁଆରୀ  3, ଜାନୁଆରୀ 17 , ନଭେମ୍ବର 2  ଓ  ଡିସେମ୍ବର 21ରେ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ସୋରେନ ଓ କେଜ୍ରିୱାଲଙ୍କ ଗିରଫ ଆଶଙ୍କା ବଢୁଥିବାବେଳେ ଚାକିରି ପାଇଁ ଜମି ଦୁର୍ନୀତିକୁ ନେଇ ବଢିଛି ଲାଲୁ ପରିବାର ସଂକଟ । ସୋମବାର ଆରଜେଡି ସୁପ୍ରିମୋ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦଙ୍କ ପରେ ମଙ୍ଗଳବାର ପୁଅ ତେଜସ୍ବୀଙ୍କୁ ଜେରା କରି ଦୁର୍ନୀତି ମାମଲାରେ ଏକାଧିକ ପ୍ରମାଣ ହାତେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କୌଣସି ମୁହୂର୍ତ୍ତରେ ବି ଗିରଫ ହୋଇପାରନ୍ତି ତେଜସ୍ବୀ ଯାଦବ ।

ଅଧିକ ପଢ଼ନ୍ତୁ ଦେଶ ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: