Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜେଲରୁ ରହିଵା ପରେ କେଜ୍ରିୱାଲଙ୍କ ମନ୍ଦିର ଦର୍ଶନ

National

ଜେଲରୁ ରହିଵା ପରେ କେଜ୍ରିୱାଲଙ୍କ ମନ୍ଦିର ଦର୍ଶନ

Rashmita Mishra
Browse all articles by Rashmita Mishra
·2 years ago·1 min read
ଜେଲରୁ ରହିଵା ପରେ କେଜ୍ରିୱାଲଙ୍କ ମନ୍ଦିର ଦର୍ଶନ

ଅର୍ଗସ ବ୍ୟୁରୋ : ୨୧ଦିନ ଜେଲରୁ ରହିଵା ପରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ଘରକୁ ଆସିଛନ୍ତି । ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବାର ଗୋଟିଏ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ମନ୍ଦିର ଦର୍ଶନ କରିଛନ୍ତି ଏବଂ ଆଜି ଜାତୀୟ ରାଜଧାନୀରେ ମେଗା ରୋଡ୍ ସୋ କରିବେ। ଦେଶକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବାକୁ ଅନୁରୋଧ କରିଥିଲେ।ଚାଲିଥିବା ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ ଜୁନ୍ ୨ ପର୍ଯ୍ୟନ୍ତ  କେଜ୍ରିୱାଲଙ୍କୁ ଜାମିନ ଦିଆଯାଇଛି ।ମତଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗଠିତ ଇଣ୍ଡିଆ ମିଳିତ ମଞ୍ଚରେ ଅରବିନ୍ଦ କେଜ୍ରିୱାଲ ଜଣେ ପ୍ରମୁଖ ନେତା।

ଶୁକ୍ରବାର ସନ୍ଧ୍ୟାରେ ତିହାର ଜେଲରୁ ବାହାରକୁ ଯିବାବେଳେ ଆମ୍ ଆଦମୀ ପାର୍ଟି ମୁଖ୍ୟଙ୍କୁ ୧୦୦୦ ରୁ ଅଧିକ ସମର୍ଥକ ସ୍ୱାଗତ କରିଥିଲେ। ସେ ଜନତାଙ୍କୁ କହିଛନ୍ତି ଯେ ଆମକୁ ଏହି ଦେଶକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବାକୁ ହେବ। ମୁଁ ମୋର ସମସ୍ତ ଶକ୍ତି ସହିତ ଏହା ବିରୁଦ୍ଧରେ ଲଢୁଛି ବୋଲି ସେ କହିଛନ୍ତି। ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର କନନାଟ୍ ପ୍ଲେସରେ ଥିବା ହନୁମାନ ମନ୍ଦିର ପରିଦର୍ଶନ କରିଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
arvind-kejriwal-to-hit-the-ground-running-mega-roadshow-planned-today | Argus News