Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜେଲରୁ ଚିଠି ଲେଖିଲେ କେଜ୍ରିୱାଲ । କହିଲେ...

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଜେଲରୁ ଚିଠି ଲେଖିଲେ କେଜ୍ରିୱାଲ । କହିଲେ...

Key Points

  • ଜେଲରୁ ଚିଠି ଲେଖିଲେ କେଜ୍ରିୱାଲ
  • ମିଡିଆକୁ ଦେଖାଇଲେ ଦିଲ୍ଲୀ ସିଏମ୍‌

ଅର୍ଗସ ବ୍ୟୁରୋ: ଜେଲରୁ ଚିଠି ଲେଖିଲେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ । ଏ ଚିଠି ଥିଲା ଦିଲ୍ଲୀବାସୀ ଓ ଦେଶବାସୀଙ୍କ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର । କାରଣ ଅରବିନ୍ଦ ଚିଠିରେ ଯାହା ଲେଖିଛନ୍ତି ତାହାକୁ ମିଡିଆ ସାମ୍ନାରେ ରଖିଛନ୍ତି ଅରବିନ୍ଦଙ୍କ ପତ୍ନୀ ସୁନୀତା । ଚିଠିରେ କେଜ୍ରିଓ୍ବାଲ କହିଛନ୍ତି, ଜୀବନର ସମସ୍ତ ମୁହୂର୍ତ୍ତ ଦେଶ ପାଇଁ ସମର୍ପିତ । ସମାଜ ସେବା କେବେ ବି ବନ୍ଦ ହେବ ନାହିଁ । ଆଉ କେଜ୍ରିୱାଲଙ୍କ ଚିଠି ପରେ ଏବେ ଚର୍ଚ୍ଚା ଜୋର । କେଜ୍ରିୱାଲ କହିଲେ ଦିଲ୍ଲୀବାସୀ ତାଙ୍କ ସହ ଅଧିକ ଦିନ ଜେଲରେ ସେ ରହିବେନି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଉ ସେଇଠୁ ଥାଇ ପତ୍ନୀଙ୍କ ପାଖକୁ ଯେଉଁ ଚିଠି ଲେଖିଲେ ତାହାକୁ ନେଇ ଚର୍ଚ୍ଚା ଜୋର । କାରଣ ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି କି, ଭାରତ ବାହାରେ ଓ ଭିତରେ ଅନେକ ଶକ୍ତି ଦେଶକୁ ଦୁର୍ବଳ କରିବା ପାଇଁ ଲାଗି ପଡିଛନ୍ତି । ସମସ୍ତଙ୍କୁ ସତର୍କ ରହିବାକୁ ହେବ । ଦିଲ୍ଲୀବାସୀ କେଜ୍ରିଓ୍ବାଲଙ୍କ ସହ ସବୁବେଳେ ରହିଛନ୍ତି । ଏଭଳି କୌଣସି ଜେଲ୍ ନାହିଁ, ଯେଉଁଠି କେଜ୍ରିଓ୍ବାଲଙ୍କୁ ଲମ୍ବା ସମୟ ଧରି ରଖାଯାଇପାରିବ । ଶୀଘ୍ର ବାହାରକୁ ଆସିବେ ଓ ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି । କେଜ୍ରିଓ୍ବାଲଏହି ଚିଠିକୁ ସର୍ବ ସମ୍ମୁଖରେ ପଢ଼ିବା ପରେ ଲୋକଙ୍କ ଆଶୀର୍ବାଦ କେଜ୍ରିଓ୍ବାଲଙ୍କ ଉପରେ ରହିଛି ବୋଲି କହିଛନ୍ତି ସୁନୀତା ।

ଖାଲି ଏତିକି ନୁହେଁ ବରଂ ଆମ୍‌ ଆଦ୍‌ମୀ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଉଦ୍ଦେଶ୍ୟରେ ବି ବାର୍ତ୍ତା ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ । କହିଛନ୍ତି, ଆମ୍ ଆଦ୍‌ମୀ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମୋର ଅନୁରୋଧ, ମୁଁ ଜେଲ୍‌ରେ ଥିବା ଯୋଗୁଁ ସମାଜସେବା ଓ ଜନସେବା କାର୍ଯ୍ୟ ଅଟକିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି । ଏଠାରେ କହିରଖୁଛୁ କି, ଦିଲ୍ଲୀରୁ ଗିରଫ ହୋଇଥିଲେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ । ଏହାପରେ ସାରା ଦେଶରେ ଆମ ଆଦମୀ ପାର୍ଟି କର୍ମକର୍ତ୍ତା ପ୍ରତିବାଦ କରିଥିଲେ । ରାସ୍ତାକୁ ଓହ୍ଲାଇଥିଲେ ନେତା ଓ ସମର୍ଥକ । ଦିଲ୍ଲୀ ଓ ପଞ୍ଜାବରେ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଥିବା ବେଳେ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ମଧ୍ୟ ବିରୋଧ କିଛି କମ ନଥିଲା । ଦିଲ୍ଲୀରେ ଶହ ଶହ ସଂଖ୍ୟାରେ ଲୋକ ରାସ୍ତାକୁ ଓହ୍ଲାଇ କେଜ୍ରିୱାଲଙ୍କ ଗିରଫଦାରୀର ଜୋରଦାର୍ ପ୍ରତିବାଦ କରିଛନ୍ତି । କେନ୍ଦ୍ର ସରକାର, ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀଙ୍କୁ ଟାର୍ଗେଟ କରୁଥିବା କହିଛନ୍ତି ସେମାନେ । ତେବେ ଅରବିନ୍ଦଙ୍କ ଗିରଫକୁ ନେଇ ଚର୍ଚ୍ଚା ଜୋର ।

Sponsored