Videos
|
National

Police Encounter / ସ୍ତ୍ରୀ, ପୁଅ ସହ ୨ ପୂଜାରୀଙ୍କୁ ହତ୍ୟା…୮ ଘଣ୍ଟା ବନ୍ଧକ ନାଟକ ପରେ ଏନକାଉଣ୍ଟରରେ ମୃତ ଅରବିନ୍ଦ

Ritu Das
Browse all articles by Ritu Das
·1 hour ago·2 min read
ସ୍ତ୍ରୀ, ପୁଅ ସହ ୨ ପୂଜାରୀଙ୍କୁ ହତ୍ୟା…୮ ଘଣ୍ଟା ବନ୍ଧକ ନାଟକ ପରେ ଏନକାଉଣ୍ଟରରେ ମୃତ ଅରବିନ୍ଦ
India

Key Points

  • ୮ ଘଣ୍ଟାର ଅପରେସନ ପରେ ଏନକାଉଣ୍ଟରରେ ମୃତ ଅରବିନ୍ଦ ସିଂ
  • ସ୍ତ୍ରୀ, ୧୦ ବର୍ଷର ପୁଅ ଓ ୨ ପୂଜାରୀଙ୍କୁ ଗୁଳି କରିଥିବା ଅଭିଯୋଗ
  • ବନ୍ଧକ ଥିବା ଦୁଇ ଶିଶୁ ଉଦ୍ଧାର; ଆହତ ୪ ବର୍ଷର ଶିଶୁର ମୃତ୍ୟୁ
  • ଉତ୍ତରପ୍ରଦେଶର ଆଜମଗଡ଼ରେ ଘଟିଛି ଛାତିଥରା ହତ୍ୟା ଓ ବନ୍ଧକ ଘଟଣା। ଏକାଧିକ ହତ୍ୟା ପରେ ତିନି ଶିଶୁଙ୍କୁ ବନ୍ଧକ ରଖିଥିବା ଅଭିଯୁକ୍ତ ଅରବିନ୍ଦ ସିଂଙ୍କ ସହ ପୋଲିସର ଚାଲିଥିଲା ପ୍ରାୟ ୮ ଘଣ୍ଟାର ଅପରେସନ। ଶେଷରେ କବାଟ ଭାଙ୍ଗି ଅପରେସନ କରିଥିଲା ପୋଲିସ। ଘଟଣାରେ ଅଭିଯୁକ୍ତର ମୃତ୍ୟୁ ହୋଇଥିବାବେଳେ ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇଛି।

    ୮ ଘଣ୍ଟାର ଅପରେସନ ସଫଳ । ହତ୍ୟାକାରୀଙ୍କୁ ଏନକାଉଣ୍ଟର କରିଛି ପୋଲିସ। ଉତ୍ତରପ୍ରଦେଶ ଆଜମଗଡ଼ରେ ୪ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ଅରବିନ୍ଦ ସିଂକୁ ଏନକାଉଣ୍ଟର ହୋଇଛି । ୮ ଘଣ୍ଟାର ଅପରେସନ ପରେ ପୋଲିସ ଗୁଳିରେ ହତ୍ୟାକାରୀର ମୃତ୍ୟୁ ହୋଇଛି । ବନ୍ଧକ ସଙ୍କଟ ଦୂର ହୋଇଛି । ହତ୍ୟାକାରୀର ୨ ଶିଶୁ ଉଦ୍ଧାର ହୋଇଛନ୍ତି । ସ୍ତ୍ରୀ ଓ ୧୦ ବର୍ଷର ପୁଅ ସହ ୨ ପୂଜାରୀଙ୍କୁ ଗୁଳି କରି ହତ୍ୟା କରିଥିଲା ଅରବିନ୍ଦ ସିଂହ । ଘରେ ପୂଜା ଚାଲିଥିବା ବେଳେ ପ୍ରଥମେ ସ୍ତ୍ରୀ ଓ ୨ ପୂଜାରୀଙ୍କୁ ଗୁଳି କରିଥିଲା । ପରେ ନିଜର ୧୦ ବର୍ଷର ପୁଅ ଓ ୨ ଛୁଆଙ୍କୁ ବନ୍ଧକ କରି ରଖିଥିଲା । ପୋଲିସର ବୁଝାସୁଝା ସତ୍ତ୍ବେ ନିଜର ୩ ପିଲାଙ୍କୁ ବନ୍ଧକ କରି ରଖିଥିଲା । ପରେ ୧୦ ବର୍ଷର ପୁଅକୁ ଗୁଳି କରିବା ପରେ କବାଟ ଭାଙ୍ଗି ପୁଲିସର ଏନ୍‌କାଉଣ୍ଟର କରିଛି ।

    ୪ ଜଣଙ୍କୁ ହତ୍ୟାର ଭୟଙ୍କର କାହାଣୀ- ଅଭିଯୁକ୍ତ ଅରବିନ୍ଦ ସିଂ ପ୍ରଥମେ ତାଙ୍କ ପତ୍ନୀ, ଘରକୁ ଆସିଥିବା ଦୁଇ ପୁରୋହିତ ଏବଂ ପରେ ତାଙ୍କ ନିରୀହ ପୁଅକୁ ହତ୍ୟା କରିଥିଲେ। ଏହାପରେ ବନ୍ଧକ ଥିବା ପିଲାମାନଙ୍କ ମଧ୍ୟରେ ଅଭିଯୁକ୍ତ ତାଙ୍କ ସାନ ପୁଅକୁ ହାତରେ ଧରିଥିଲେ। ଯେତେବେଳେ ପିଲାଟି ତାଙ୍କ ହାତରୁ ଛାଡି ଆହତ ହୋଇଥିଲା, ଅଭିଯୁକ୍ତ ତାଙ୍କ ଝିଅକୁ ବନ୍ଧୁକ ମୁନରେ ନେଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ପୂଜା କରୁଥିବା ସମୟରେ ତାଙ୍କ ପତ୍ନୀ ବବିତା ସିଂହ ଏବଂ ଦୁଇ ପୂଜାରୀ (ମହେନ୍ଦ୍ର ପାଠକ ଏବଂ ଅଖିଳେଶ ମିଶ୍ର)ଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଅରବିନ୍ଦ ସିଂଙ୍କର ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି । ଏଥି ସହିତ ବନ୍ଧକ ସମୟରେ ଅଭିଯୁକ୍ତ ବାପାଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ତାଙ୍କର ନିରୀହ ଶିଶୁ (୪ ବର୍ଷ) ମଧ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

    ପୋଲିସ ତଦନ୍ତରୁ ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଅରବିନ୍ଦ ସିଂ କିଛି ଦିନ ହେବ ବନାରସରେ ମାନସିକ ରୋଗରେ ପୀଡିତ ଥିଲେ । ପରିବାର ବିଶ୍ୱାସ କରୁଥିଲେ ଯେ, ଅରବିନ୍ଦ ତାଙ୍କ ମୃତ ବଡ ଭାଇ ସୁନୀଲ ସିଂଙ୍କ ଆତ୍ମା ଧାରଣ କରିଥିଲେ। ଏହି ଅନ୍ଧବିଶ୍ୱାସ ଯୋଗୁଁ ତାଙ୍କ ମା' ସୌମଦେବୀ (୭୦) ଏବଂ ପତ୍ନୀ ବବିତା ସିଂ (୪୦) ୪ ଦିନ ଧରି ଘରେ ଏକ ସ୍ୱତନ୍ତ୍ର ତନ୍ତ୍ର ପୂଜା ଏବଂ ରୀତିନୀତି କରିଥିଲେ । ବୁଧବାର ଦିନ ଏହା ଶେଷ ହେବାର ଥିଲା । ହେଲେ ତାହା ପୂର୍ବରୁ ସବୁ କିଛି ସରିଗଲା ।

    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    ଏଡିଜି ନବୀନ ଆରୋରା କହିଛନ୍ତି ଯେ, ପୋଲିସର ବୁଦ୍ଧି ଏବଂ ଉତ୍କୃଷ୍ଟ ତାଲିମ ଯୋଗୁଁ ଏହି ଭୟଙ୍କର ଅପରେସନରେ ୨ ନିରୀହ ପିଲାଙ୍କ ଜୀବନ ରକ୍ଷା କରାଯାଇପାରିଛି । ଆହତ ପୁଅକୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଥିଲା । ଅନ୍ୟ ଦୁଇ ପିଲା ଡିହାଇଡ୍ରେଟ୍, ଭୋକିଲା ଏବଂ ଶୋଷରେ ଥିଲେ । ଦୀର୍ଘ ସମୟ ଧରି ବନ୍ଦୀ ରହିବାରୁ ମାନସିକ ସେମାନେ ଆଘାତରେ ଥିଲେ ।