ଯେସାକୁ ତେସା: ପାକିସ୍ତାନକୁ ପୁଣି ଭାରତୀୟ ବାୟୁ ସୀମା ବନ୍ଦ

Key Points
ପାକିସ୍ତାନକୁ ପୁଣି ଭାରତୀୟ ବାୟୁ ସୀମା ବନ୍ଦ
ବିଶ୍ବ ଆଗରେ ପାକିସ୍ତାନର ଦୋମୁହାଁ ଚରିତ୍ର
ଯେସାକୁ ତେସା ନୀତି । ଭାରତୀୟ ବିମାନକୁ ଜରୁରୀ ଅବତରଣ ପାଇଁ ଅନୁମତି ନ ଦେବାର ଦିନକ ପରେ କଡ଼ା ପଦକ୍ଷେପ ନେଇଛି ଭାରତ । ପାକିସ୍ତାନ ପାଇଁ ଆକାଶ ସୀମା କଟକଣା ବଢ଼ାଇ ଦିଆଯାଇଛି । ଆସନ୍ତା ୨୩ ଜୁନ ଯାଏ ପର୍ଯ୍ୟନ୍ତ ଭାରତକ ଆକାଶ ସୀମାରେ ପାକିସ୍ତାନର ବେସାମରିକ ଓ ସାମରିକ ବିମାନ ଉଡାଣ ଉପରେ ଲାଗିଛି କଟକଣା । ପାକିସ୍ତାନ ବିମାନ ପାଇଁ NOTOMକୁ ଆଉ ଏକ ମାସେ ପାଇଁ ବୃଦ୍ଧି କରିଛନ୍ତି ମୋଦି ସରକାର। ଗତକାଲି ସନ୍ଧ୍ୟାରେ ଏୟାର ଇଣ୍ଡିଗୋ ବିମାନରେ କୁଆପଥର ମାଡ ପରେ ନୋଜ୍ କୋନ୍ ଭାଙ୍ଗିଯିବା ପରେ ଜରୁରୀ ଅବତରଣ ପାଇଁ ପାକିସ୍ତାନ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଅନୁମତି ନିଆଯାଇଥିଲା ।
କିନ୍ତୁ ବିମାନର ଅବତରଣ ପାଇଁ ମିଳିନଥିଲା ପାକିସ୍ତାନର ଅନୁମତି । ଅତ୍ୟନ୍ତ ବିପଦଜନକ ଭାବେ ୨୨୭ ଜଣ ଯାତ୍ରୀ ଥିବା ବିମାନକୁ ଶ୍ରୀନଗର ଏୟାରପୋର୍ଟକୁ ଫେରାଇ ଅଣାଯାଇଥିଲା । ପାକିସ୍ତାନ ମଧ୍ୟ ମାସେ ପାଇ ଭାରତ ପାଇଁ ଆକାଶ ସୀମା କଟକଣା ବଢ଼ାଇଛି।