Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦେଶର ଯୁବପିଢି ଆଗକୁ ବଢିଲେ, ଦେଶର ବିକାଶ ହେବ: ଧର୍ମେନ୍ଦ୍ର

National

ଦେଶର ଯୁବପିଢି ଆଗକୁ ବଢିଲେ, ଦେଶର ବିକାଶ ହେବ: ଧର୍ମେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଦେଶର ଯୁବପିଢି ଆଗକୁ ବଢିଲେ, ଦେଶର ବିକାଶ ହେବ: ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ:  ଦେଶର ଯୁବପିଢି ଆଗକୁ ବଢିଲେ, ଦେଶର ବିକାଶ ହେବ । କେମିତି ଯୁବ ଉଦ୍ୟୋଗୀମାନେ ବିକାଶ ଧାରାରେ ଯୋଡି ହେବେ...ନୂଆ ନୂଆ ଚିନ୍ତାଧାରା ଓ ଜ୍ଞାନକୌଶଳ କ୍ଷେତ୍ରରେ କାମ କରିବେ ସେନେଇ ପ୍ରତି ମୁହୂର୍ତ୍ତରେ ଉତ୍ସାହିତ କରନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେଣୁ ଯୁବବର୍ଗଙ୍କ ପାଇଁ ସେ ପ୍ରେରଣାର ଉତ୍ସ ବୋଲି ଅନେକ କୁହନ୍ତି । ଆଉ ତାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୩ ଗ୍ରାଣ୍ଡ ଫିନାଲେରେ । ଅବସର ଥିଲା ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୩ ଗ୍ରାଣ୍ଡ ଫିନାଲେ । ଆଉ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବା ପରେ ଚର୍ଚ୍ଚା ବଢିଥିଲା । କାରଣ ଏହି ଉତ୍ସବରେ ଧର୍ମେନ୍ଦ୍ର ଯୋଗ ଦେଉଥିବାରୁ ଖାସ୍ କରି ଯୁବପିଢିଙ୍କର ନଜର ଥିଲା । ଆଉ ସମ୍ବୋଧନ ବେଳେ ଉପସ୍ଥିତ ଥିବା ଯୁବବର୍ଗଙ୍କୁ ଧର୍ମେନ୍ଦ୍ର ପ୍ରଶଂସା କରିବା ସହିତ ଆଜିକା ସମୟରେ କେମିତି ଦେଶର ବିକାଶ ଲାଗି ସେମାନେ ଦିନରାତି ପରିଶ୍ରମ କରୁଛନ୍ତି ତାହାକୁ ପ୍ରଶଂସା କରିଥିଲେ ।

ଦେଶର ବିକାଶ ଲାଗି କେମିତି ଯୁବପିଢି ଦିନରାତି ପରିଶ୍ରମ କରୁଛନ୍ତି ସେନେଇ ମନ୍ତବ୍ୟ ରଖିଥିଲେ କେନ୍ଦ୍ରମନ୍ତ୍ରୀ । ଏମିତିକି ଯୁବ ଉଦ୍ଭାବକମାନଙ୍କୁ ସେ ପ୍ରଶଂସା ବି କରିଥିଲେ । ୨୦୧୭ରେ ଶୁଭାରମ୍ଭ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ବ୍ୟାପକ ଲୋକପ୍ରିୟତା ହାସଲ କରିଛି ।  ଏକବିଂଶ ଶତାଦ୍ଦୀର ଭାରତ ଆଜି ଜୟ ଯବାନ, ଜୟ କିଶାନ, ଜୟ ବିଜ୍ଞାନ ଏବଂ ଜୟ ଅନୁସନ୍ଧାନର ମନ୍ତ୍ରରେ ଆଗକୁ ବଢିଚାଲିଛି ।  ଏହି ନୂଆ ଚିନ୍ତାଧାରା ଲାଗି ଗତ ୧୦ ବର୍ଷ ମଧ୍ୟରେ ଭାରତ ୧୦ରୁ ୫ ନମ୍ବରର  ଅର୍ଥନୀତିରେ ପରିଣତ ହୋଇଛି ବୋଲି କାର୍ଯ୍ୟକ୍ରମରେ କୁହାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଦେଶର ନୂଆପିଢିର ଉନ୍ନତ ବିଚାର, ଚିନ୍ତାଧାରାକୁ ଦେଶର ବିକାଶ କାମରେ ଯୋଡିବା ପାଇଁ  ପ୍ରଧାନମନ୍ତ୍ରୀ ନିରନ୍ତର ପ୍ରୟାସ କରୁଛନ୍ତି । ଚଳିତ ଥର ସ୍ମାର୍ଟ ହାକାଥନରେ ୨ ଲକ୍ଷ ୬୭ ହଜାର  ଅଂଶଗ୍ରହଣକାରୀ  ଭାଗ ନେଇଛନ୍ତି । ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୩ ପାଇଁ ମୋଟ ପୁରସ୍କାର ୨ କୋଟି ଟଙ୍କାରୁ ଅଧିକ ରହିଛି ।  ଯେଉଁଥିରେ ପ୍ରତ୍ୟେକ ବିଜେତା ଦଳକୁ ପ୍ରତି ସମସ୍ୟା ବିବରଣୀ ପିଛା ୧ ଲକ୍ଷ ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ କରାଯିବ। ଚଳିତ ବର୍ଷ ଡିସେମ୍ବର ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଏସ୍‌ଆଇଏଚ୍‌ର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
As the youth of the country progress, the country will develop: Dharmendra | Argus News