Premanand Maharaj / ଆଶ୍ରମରେ ଲାଗିଲା ନୂଆ ନିୟମ ? ଭାଇରାଲ୍ ଭିଡିଓରେ ବଡ଼ ଦାବି
·58 mins ago·2 min read

Key Points
ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ନୂଆ ନିୟମକୁ ନେଇ ଚର୍ଚ୍ଚା ।
ରସିକ ଦୁଲାରୀ ଶରଣଙ୍କ ମୃତ୍ୟୁ ପରେ ଆଶ୍ରମରେ ବଡ଼ ପରିବର୍ତ୍ତନ ।
କେଲି କୁଞ୍ଜ ଆଶ୍ରମର ନୂଆ ନିୟମ ବଦଳିବ ଶିଷ୍ୟଙ୍କ ପୋଷାକ ?
ଆଶ୍ରମରେ ଲାଗିଲା ନୂଆ ନିୟମ ? ଭାଇରାଲ୍ ଭିଡିଓରେ ବଡ଼ ଦାବି

ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରହିଥିବା ରସିକ ଦୁଲାରୀ ଶରଣ ଓରଫ ଦୀପକ ଲୋଧୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଆଶ୍ରମର ବ୍ୟବସ୍ଥାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଆଶ୍ରମର କିଛି ସାଧକଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ଭାଇରାଲ୍ ଭିଡିଓରେ ଦାବି କରାଯାଉଛି ଯେ, କେଲି କୁଞ୍ଜ ଆଶ୍ରମରେ ସେବା କରୁଥିବା ସାଧକ ଓ ଶିଷ୍ୟମାନଙ୍କ ପୋଷାକକୁ ନେଇ କିଛି ନୂଆ ନିୟମ ଲାଗୁ କରାଯାଇଛି । ତେବେ ଏପର୍ଯ୍ୟନ୍ତ ଆଶ୍ରମ ପକ୍ଷରୁ ଏନେଇ କୌଣସି ଅଧିକାରିକ ବୟାନ ଆସିନାହିଁ ।
ଭାଇରାଲ୍ ଭିଡିଓରେ କ’ଣ ଦାବି ?
ସୋସିଆଲ୍ ମିଡିଆରେ ଭାଇରାଲ ଭିଡିଓ ଅନୁସାରେ, ଏଣିକି ଆଶ୍ରମର ସମସ୍ତ ଶିଷ୍ୟ ଧଳା କିମ୍ବା ହଳଦିଆ ଅଚଳା ପିନ୍ଧିବେ ନାହିଁ । ଯେଉଁମାନେ ଗୃହସ୍ଥ ଏବଂ କୌଣସି ବ୍ୟବସାୟ କିମ୍ବା ଜୀବିକା ସହ ଜଡ଼ିତ ଯେପରିକି ଠେଲା, ଦୋକାନ କିମ୍ବା ଅନ୍ୟ କାମ କରୁଛନ୍ତି ସେମାନଙ୍କୁ ସାଧାରଣ ପୋଷାକ କିମ୍ବା କୁର୍ତ୍ତା-ପାଇଜାମା ପିନ୍ଧିବାକୁ କୁହାଯାଇଥିବା ଦାବି ରହିଛି ।
ଅନ୍ୟପକ୍ଷରେ, ଆଶ୍ରମର ସେବା କିମ୍ବା କେଲି କୁଞ୍ଜର ବ୍ୟବସ୍ଥାରେ ନିୟୋଜିତ କିଛି ଶିଷ୍ୟମାନେ ଧଳା ପୋଷାକ ପିନ୍ଧିବେ ବୋଲି ଭିଡିଓରେ ଦାବି କରାଯାଉଛି । ପ୍ରେମାନନ୍ଦ ମହାରାଜଙ୍କ ସହ ଜଡ଼ିତ କିଛି ବ୍ୟକ୍ତି ମଧ୍ୟ ସୋସିଆଲ୍ ମିଡିଆରେ ଏଭଳି ସୂଚନା ସେୟାର କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଶ୍ରମ ପକ୍ଷରୁ ଏପର୍ଯ୍ୟନ୍ତ ପୁଷ୍ଟି ନାହିଁ
ତେବେ ଏହି ନୂଆ ନିୟମ କିମ୍ବା ପୋଷାକରେ ପରିବର୍ତ୍ତନ ସମ୍ପର୍କରେ ଆଶ୍ରମ, ସମ୍ପୃକ୍ତ ଟ୍ରଷ୍ଟ କିମ୍ବା କୌଣସି ଅଧିକୃତ ବ୍ୟକ୍ତିଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଅଧିକାରିକ ସୂଚନା ମିଳିନାହିଁ । ତେଣୁ ପ୍ରକୃତରେ ଆଶ୍ରମରେ ଏହି ନିୟମ ଲାଗୁ ହୋଇଛି କି ନାହିଁ, ଏହାକୁ ନିଶ୍ଚିତ ଭାବେ କହିବା ଏବେ ସମ୍ଭବ ନୁହେଁ । ତେବେ ସୋସିଆଲ୍ ମିଡିଆରେ ଏହି ଦାବି ମଧ୍ୟ କରାଯାଉଛି ଯେ, ଦୀପକ ଲୋଧୀ ଓରଫ ରସିକ ଦୁଲାରୀ ଶରଣଙ୍କ ମୃତ୍ୟୁ ପରେ ଆଶ୍ରମରେ ନିଆଯାଇଥିବା କିଛି ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ ।
ଦୀକ୍ଷା ନିୟମରେ ମଧ୍ୟ ପରିବର୍ତ୍ତନ ହେବାର ଚର୍ଚ୍ଚା
ଆଗାମୀ ଦିନରେ ଦୀକ୍ଷା ନେବାକୁ ଆସୁଥିବା ବ୍ୟକ୍ତି ଏବଂ ନୂଆ ଶିଷ୍ୟ ହେଉଥିବା ଲୋକଙ୍କ ପାଇଁ ମଧ୍ୟ ନିୟମରେ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ କିଛି ନୂଆ ପ୍ରତିବନ୍ଧକ କିମ୍ବା ଶର୍ତ୍ତ ଲାଗୁ କରାଯାଇପାରେ ବୋଲି କୁହାଯାଉଛି । କିନ୍ତୁ ଏହି ଦାବିଗୁଡ଼ିକର ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଧିକାରିକ କୁହାଯାଇ ନାହିଁ ।
ଏହି କାରଣରୁ ବର୍ତ୍ତମାନ ଆଶ୍ରମରେ ପୋଷାକ ଏବଂ ଦୀକ୍ଷା ସମ୍ପର୍କିତ ନିୟମକୁ ନେଇ ଅସ୍ପଷ୍ଟତା ରହିଛି । ଆଶ୍ରମ କିମ୍ବା ସମ୍ପୃକ୍ତ ଅଧିକୃତ ସଂସ୍ଥା ପକ୍ଷରୁ ସ୍ପଷ୍ଟ ସୂଚନା ଆସିବା ପରେ ହିଁ ଏହି ଦାବିଗୁଡ଼ିକର ସତ୍ୟତା ନିଶ୍ଚିତ ହୋଇପାରିବ ।

Related Topics
Explore more stories