Videos
|
National

ପାଟ୍ରୋଲିଙ୍ଗ ବେଳେ ହେଲା ଆଇଡି ବିସ୍ଫୋରଣ, ଏଏସପି ସହିଦ୍

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ପାଟ୍ରୋଲିଙ୍ଗ ବେଳେ ହେଲା ଆଇଡି ବିସ୍ଫୋରଣ, ଏଏସପି ସହିଦ୍

Key Points

ମାଓ ନିପାତ ଅଭିଯାନ ଚାଲିଥିବା ବେଳେ ଛତିଶଗଡ଼ରୁ ଆସିଲା ଦୁଃଖଦ ଖବର

ପାଟ୍ରୋଲିଙ୍ଗ ଚାଲିଥିବା ବେଳେ ହେଲା ଆଇଡ଼ି ବିସ୍ଫୋରଣ

ଛତିଶଗଡରେ ମାଓ ଅପରେସନ ଚାଲିଥିବା ବେଳେ ଆସିଛି ଏକ ଦୁଃଖଦ ଖବର। ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀ ଆଇଡି ବିସ୍ଫୋରଣରେ ସହିଦ୍ ହୋଇଛନ୍ତି ଅତିରିକ୍ତ ପୋଲିସ ଅଧିକ୍ଷକ ଆକାଶ ରାଓ। କୋଣ୍ଟାର ଆଉ ଜଣେ ପୋଲିସ ଅଧିକାରୀ ଏବଂ ଷ୍ଟେସନ ଇନଚାର୍ଜ ଆହତ ହୋଇଛନ୍ତି।


ଆଜି ସକାଳ ୯ ଟାରୁ ୧୦ ଟା ମଧ୍ୟରେ ଏହି ଘଟଣା ଘଟିଛି। SDOP ଏବଂ ପୋଲିସ ଷ୍ଟେସନ ଇନଚାର୍ଜଙ୍କ ଚିକିତ୍ସା ଚାଲିଛି। ଆହତ ପୋଲିସ ଅଧିକାରୀ ଏବଂ ଜବାନମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କୋଣ୍ଟା କମ୍ୟୁନିଟି ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ଚିକିତ୍ସା ସମୟରେ ASP ଆକାଶ ରାଓଙ୍କ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଏସ୍ପି ରାଓ, ଅନ୍ୟ ତିନି ଜଣ ପୋଲିସ କର୍ମଚାରୀ ଚାଲିଚାଲି ପାଟ୍ରୋଲିଙ୍ଗ କରୁଥିବା ବେଳେ ବିସ୍ଫୋରଣ ହୋଇଛି। ମାଓବାଦୀମାନେ ଜୁନ ୧୦ ରେ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି, ସୁକମା ସମେତ ସମଗ୍ର ବସ୍ତରରେ ସୁରକ୍ଷା ବାହିନୀ ସତର୍କ ରହିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି।

Sponsored
ASP martyred in IED blast | Argus News