Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭୂକମ୍ପରେ ଥରିଲା ଆସାମ, ଏଥର ତୀବ୍ରତା ୫.୦

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଭୂକମ୍ପରେ ଥରିଲା ଆସାମ, ଏଥର ତୀବ୍ରତା ୫.୦

ପୁଣି ଭୂକମ୍ପରେ ଥରିଲା ଆସାମ । ଆସାମ ମୋରିଗାଓଁରେ ଭୂକମ୍ପ । ରାତି ପ୍ରାୟ ୨ଟା ୨୫ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ ହୋଇଛି । ୫.୦ ତୀବ୍ରତାର ଭୂକମ୍ପ ଏକ ମଧ୍ୟମ ଧରଣର ଭୂକମ୍ପ । ତେବେ ଆସାମ ଭୂକମ୍ପର କେନ୍ଦ୍ର ସ୍ଥଳ କେଉଁଠି ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ। କ୍ଷୟକ୍ଷତି କଣ ହୋଇଛି, ସେନେଇ ମଧ୍ୟ ତଥ୍ୟ ହସ୍ତଗତ ହୋଇ ନାହିଁ ।

ଗୌହାଟୀ, ସିଲଂ ଏବଂ ଆସାମର ଅନ୍ୟ କିଛି ସ୍ଥାନ ସମେତ ବାଂଲାଦେଶ, ଭୂଟାନ, ଚୀନରେ ମଧ୍ୟ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି । ବିଳମ୍ବିତ ରାତିରେ ଏହି ଝଟ୍‌କା ଲାଗିବାରୁ ଲୋକମାନେ ଭୟରେ ଉଠି ପଡିଥିଲେ । ତେବେ ଭୂକମ୍ପ ଜନିତ କୌଣସି ବଡ଼ କ୍ଷୟକ୍ଷତିରେ ସୂଚନା ନାହିଁ ।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଗୁରୁବାର ଭୋର ୨.୨୫ ମିନିଟରେ ଭୂମିକମ୍ପ ହୋଇଥିଲା । ଏହାର ଗଭୀରତା ଥିଲା ୧୬ କିଲୋମିଟର ।

ଗତ ୨୫ ତାରିଖ ସକାଳେ ଓଡ଼ିଶାରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଭୁବନେଶ୍ୱର, ବାଲେଶ୍ୱର, ବାରିପଦା ଓ ପାରାଦୀପରେ ଭୂକମ୍ପ ଝଟ୍‌କା ଲାଗିଥିଲା । ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୧ । ପୁରୀରୁ ୨୮୬ ଓ ଭୁବନେଶ୍ୱରରୁ ୨୯୭ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ସେହିପରି ବ୍ରହ୍ମପୁର ଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ଥିଲା । ଭାରତ ସମେତ ବାଂଲାଦେଶରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । ଭୂକମ୍ପ ଦ୍ୱାରା କିଛି କ୍ଷୟ କ୍ଷତି ହୋଇନଥିଲା ।

ସେହିଭଳି ଜାନୁଆରୀରେ ମଧ୍ୟ ଭୁ-କମ୍ପ ଅନୁଭବ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ମାପ କରାଯାଇଥିଲା । ଯଦିଓ ଭୂମିକମ୍ପର ଝଟକା ମୃଦୁ ଥିଲା, କିନ୍ତୁ ଲୋକମାନେ ଭୟଭୀତ ହୋଇଯାଇଥିଲେ । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ମିଆଁମାର ଥିଲା ଏବଂ ଏହାର ଗଭୀରତା ୧୦୬ କିଲୋମିଟର ଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Assam earthquake: 5.0 magnitude quake hits Morigaon, tremors felt in Guwahati | Argus News